ସ୍ପେଶାଲ

ଷ୍ଟେଟ ବ୍ୟାଙ୍କ ଭିତରେ ପଶିଲା ଷଣ୍ଢ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଦିନ ଦିପହରେ ବ୍ୟାଙ୍କ ଭିତରେ ପଶିଲା ଷଣ୍ଢ । ଏକଥା ଶୁଣି ଆପଣମାନଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ବ୍ୟାଙ୍କ ଭିତରେ ଷଣ୍ଢକୁ ଦେଖି ଗ୍ରାହକମାନେ ଖୁବ ଭୟଭୀତ ହୋଇଯାଇଥିବା ବେଳେ ଅନ୍ୟ କିଛି ଲୋକେ ଏହି ଦୃଶ୍ୟର ବେଶ ମଜା ନେଉଥିଲେ । ଏହି ଭିଡିଓକୁ ସୋସିଆଲ ମିଡ଼ିଆ X ଆକାଉଣ୍ଟ ୟୁଜର କୁମାର ମନୀଷ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଷଣ୍ଢ ଟଙ୍କା ଉଠାଇବାକୁ ଯାଇଛି ବୋଲି ସୋସିଆଲ ମିଡ଼ିଆ ୟୁଜର୍ସମାନେ କହିଥିଲେ ।

ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖାରେ ଦିନ ଦିପହରେ ପଶି ଯାଇଥିଲା ଷଣ୍ଢ । ଭାଇରାଲ ଭିଡିଓରେ ଦେଖିବା ପରେ ଏହା ଉତ୍ତର ପ୍ରଦେଶର ଏକ ଏସବିଆଇ ବ୍ରାଞ୍ଚର ଦୃଶ୍ୟ ବୋଲି କୁହାଯାଇଛି । ବ୍ୟାଙ୍କ ଭିତରେ ଷଣ୍ଢ ପଶିଯିବା ପରେ ଗ୍ରାହକମାନେ ଛାନିଆ ହୋଇ ଏଣେ ତେଣେ ପଳାଇଥିଲେ । ଏହି ସମୟରେ ଅନ୍ୟ କିଛି ଲୋକମାନେ ଏହାର ଭିଡିଓ ମଧ୍ୟ କରୁଥିଲେ । କିନ୍ତୁ ଷଣ୍ଢଟି ନିର୍ବିକାର ଭାବେ ବିଭିନ୍ନ କାଉଣ୍ଟର ଆଗରେ ବୁଲୁଥିବାର ଦେଖାଯାଇଥିଲା । ତେବେ ଏହା କିପରି ହେଲା ଏବଂ ଷଣ୍ଢ ବ୍ୟାଙ୍କ ଭିତରେ କିପରି ପଶିଲା? ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ କମେଣ୍ଟରେ କହିଛନ୍ତି କ’ଣ ଷଣ୍ଢକୁ କିଛି ଟଙ୍କା ଜମା କରିବାର ଥିଲା କି ବ୍ୟାଙ୍କରେ?

ତେବେ ଏହି ଘଟଣା ଉତ୍ତରପ୍ରଦେଶର ଉନ୍ନାଓରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ ଏସବିଆଇ ବ୍ୟାଙ୍କ ଭିତରେ ଘଟିଛି । ବ୍ୟାଙ୍କ ଭିତରେ ଷଣ୍ଢଟି ଖୁବ ଧର୍ଯ୍ୟର ସହିତ ଗୋଟିଏ କୋଣରେ ଅପେକ୍ଷା କରିଥିଲା । ତେବେ ବ୍ୟାଙ୍କ ଭିତରେ ଥିବା ଷଣ୍ଢକୁ ଦେଖି ଖୁବ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ବ୍ୟାଙ୍କର ଜଣେ ସୁରକ୍ଷାକର୍ମୀ ଏହାକୁ ଘଉଡାଇ ଦେଇଥିଲେ । କିନ୍ତୁ ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି ।

ବ୍ୟାଙ୍କ ଭିତରେ ଷଣ୍ଢକୁ ଦେଖି ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହାର ପ୍ରକୃତ କାରଣ ହେଉଛି ଦୁଇଟି ଷଣ୍ଢ ବ୍ୟାଙ୍କ ବାହାରେ ଝଗଡା କରୁଥିଲେ । ଯେତେବେଳେ ଜଣେ ଅନ୍ୟକୁ ବ୍ୟାଙ୍କର ପ୍ରବେଶ ଦ୍ୱାର ଆଡକୁ ଗୋଡ଼ାଇଲା, ଖୋଲା ଦ୍ୱାର ଦେଖି ଷଣ୍ଢଟି ବ୍ୟାଙ୍କ ଭିତରକୁ ପଶି ଆସିଥିଲା । ସୌଭାଗ୍ୟବଶତଃ ଏହି ଘଟଣା ଏପରି ଏକ ସମୟରେ ଘଟିଥିଲା ​​ଯେତେବେଳେ ସେଠାରେ ଗ୍ରାହକ କମ୍ ଥିଲେ । ବିଭିନ୍ନ ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଲୋକମାନେ ଏହି ଭିଡିଓ ଦେଖି ବେଶ ମଜା ଉଠାଇଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago