‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ ଭଗବାନ ଶିବଙ୍କର ସବୁଠାରୁ ବଡ଼ ମନ୍ତ୍ର ଭାବେ ଜଣାଯାଇଥାଏ। ହିନ୍ଦୁ ଧର୍ମରେ ଏହି ମନ୍ତ୍ରକୁ ପ୍ରାଣ ରକ୍ଷକ ଏବଂ ମହାମୋକ୍ଷ ମନ୍ତ୍ର କୁହାଯାଇଥାଏ। ଯଦି କେହି ପୂରା ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ଏହି ମନ୍ତ୍ରକୁ ଜପ କରିଥାଏ, ତ ତାଙ୍କୁ ନିଶ୍ଚିତ ରୂପେ ମନବାଂଛିତ ଫଳ ପ୍ରାପ୍ତ ହୋଇଥାଏ। ତେବେ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ ଜପ କଲା ବେଳେ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ, ଆସନ୍ତୁ ଜାଣିବା।
୧. ‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ର ଉଚ୍ଚାରଣ ଠିକ ଭାବେ ଏବଂ ଶୁଦ୍ଧତାର ସହିତ କରନ୍ତୁ। ମନ୍ତ୍ର ଜପ ବେଳେ ଗୋଟିଏ ବି ଶବ୍ଦର ଭୁଲ ଉଚ୍ଚାରଣ ଭାରୀ ପଡ଼ିପାରେ।
୨. ଏହି ମନ୍ତ୍ରକୁ ଜପ କରିବା ପାଇଁ ଏକ ନିଶ୍ଚିତ ସଂଖ୍ୟା ନିର୍ଦ୍ଧାରିତ କରନ୍ତୁ। ଆପଣ ଧୀରେ ଧୀରେ ଜପର ସଂଖ୍ୟାକୁ ବଢ଼ାଇ ପାରିବେ, କିନ୍ତୁ ଏହାକୁ କମ କରିବେ ନାହିଁ।
୩. ଏହି ମନ୍ତ୍ରକୁ ଧିମା ସ୍ୱରରେ ଜପ କରିବା ଉଚିତ। ଏହାର ଉଚ୍ଚାରଣ ଓଠରୁ ବାହାରକୁ ଆସିବା ଉଚିତ ନୁହେଁ।
୪. ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ ଜପ ବେଳେ ଧୂପ, ଦୀପ ଜଳାଇ ରଖିବା ଉଚିତ।
୫. କେବଳ ରୁଦ୍ରାକ୍ଷ ମାଳାରେ ହିଁ ଏହି ମନ୍ତ୍ରକୁ ଜପ କରନ୍ତୁ। ମାଳାକୁ ଗୌମୁଖୀରେ ରଖି ଏହାକୁ ଜପ କରନ୍ତୁ ଏବଂ ଜପ ପୂରା ହୋଇଯିବା ପରେ ମାଳାକୁ ଗୌମୁଖୀରୁ ବାହାର କରି ଦିଅନ୍ତୁ।
୬. ଏହି ମନ୍ତ୍ରକୁ ସେହି ସ୍ଥାନରେ କରନ୍ତୁ, ଯେଉଁଠି ଭଗବାନ ଶିବଙ୍କ ମୂର୍ତ୍ତି, ପ୍ରତିମା ଅଥବା ମହାମୃତ୍ୟୁଞ୍ଜୟ ଯନ୍ତ୍ର ରଖା ହୋଇଥିବ।
୭. ଏହି ମନ୍ତ୍ରକୁ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ଜପ କରନ୍ତୁ ଏବଂ ଯେତେ ଦିନ ପର୍ଯ୍ୟନ୍ତ ଏହାକୁ ଜପ କରିବେ ସେତେ ଦିନ ପର୍ଯ୍ୟନ୍ତ ମାଂସ ଆହାର କରିବେ ନାହିଁ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…