ସ୍ପେଶାଲ

ପାର୍କିଙ୍ଗରେ ଛିଡା ହୋଇଥିଲା କାର, ବିନା ଡ୍ରାଇଭରରେ ହଠାତ୍‌ ଚାଲିଲା ! ଆଉ ତାପରେ କଣ ହେଲା ଦେଖନ୍ତୁ

ସୋସିଆଲ ମିଡିଆରେ ଆପଣ ରୋଡ ଆକ୍ସିଡେଣ୍ଟର ଅନେକ ଭିଡିଓ ଦେଖିଥିବେ। ପ୍ରାୟ ସମୟରେ ଇଣ୍ଟରନେଟରେ ରୋଡ ଆକ୍ସିଡେଣ୍ଟର ଭିଡିଓ ଭାଇରାଲ ହୋଇଥାଏ। ଯେଉଁଥିରୁ ଅନେକ ଭିଡିଓ ଏମିତି ଅଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠେ। କିଛି ଦୁର୍ଘଟଣା ଏତେ ଭୟଙ୍କର ହୋଇଥାଏ ଯେ ଯାହାକୁ ଦେଖି ଲୋକଙ୍କ ମନରେ ଛନକା ପଶିଯାଏ। ସେହିପରି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟେ କାର ମନକୁ ମନ ଚାଲି ନଦୀରେ ପଡି ଭାଷିଯାଉଛି।

ଭିଡିଓ ସାମ୍ନାକୁ ଆସିବା ପରେ ଇଣ୍ଟରନେଟ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯିଏ ବି ଏ ଭିଡିଓ ଦେଖୁଛନ୍ତି ସେ ନିଜ ଆଖିକୁ ବିଶ୍ୱାସ କରିପାରୁନାହାଁନ୍ତି। ଲୋକମାନଙ୍କ ମନରେ ଏହି ଭାବନା ଆସୁଛି ଯେ କାର ପାର୍କିଙ୍ଗରେ ବାକି କାର ସହିତ ଛିଡା ହୋଇଥିଲା, କିନ୍ତୁ କେମିତି କେଜାଣି ଏହି କାର ମନକୁ ମନ ପଛକୁ ଚାଲିବାକୁ ଲାଗିଲା। ଆପଣ ଦେଖିପାରିବେ ଯେ କାର ପଛକୁ ପଛକୁ ଯାଇ ସିଧା ଯାଇ ପାଖରେ ଥିବା ନଦୀରେ ପଡୁଛି।

ଭିଡିଓରେ ଆପଣ ଦେଖିପାରିବେ ଯେ କାର ଦୁଇଟା ରାସ୍ତାକୁ କ୍ରସ କରି ନଦୀରେ ଯାଇ ପଡୁଛି। ଆଉ ଏହି ସମୟରେ ଅନ୍ୟ ଗାଡି ମଟର ସବୁ ବି ଯାଆସ କରୁଛି। ତେବେ ସବୁଠୁ ବଡ କଥା ହେଉଛି ଏହି କାର ଯେତେବେଳେ ନଦୀରେ ଖସିଲା ସେତେବେଳେ ଏଥିରେ କେହି ଲୋକ ବସିନଥିଲେ। ଆଉ କାର ଆପେ ଆପେ ରାସ୍ତା ପାର ହେଉଥିବାବେଳେ ବି କୌଣସି ଅନ୍ୟ ଗାଡି ତାକୁ ଧକ୍କା ଦେଇନଥିଲା।

କୁହାଯାଉଛି ଏହି ଭିଡିଓ ଲାତବିଆର ରାଜଧାନୀ ରୀଗାର ଅଟେ। ରୀଗା ପୋଲିସ ଘଟରାର ପୂରା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ସୂଚନା ଅନୁଯାୟୀ କାରରେ ହ୍ୟାଣ୍ଡବ୍ରେକ ଲାଗିନଥିଲା ଏବଂ କାର ପାର୍କିଙ୍ଗୋ ଛିଡା ହୋଇଥିଲା। ଭିଡିଓ ଇଣ୍ଟରନେଟରେ ବହୁତ ଜୋରସୋରରେ ଭାଇରାଲ ହେଉଛି। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଲେଣି। ତେବେ ବହୁତ ପରିଶ୍ରମ ପରେ କାରକୁ ଏମରଜେନ୍ସୀ ସର୍ଭିସ ମେମ୍ବର ପାଣି ଭିତରୁ ବାହାର କଲେ। ତେବେ ଆପଣ ବି ଦେଖନ୍ତୁ ଏ ଲୋମଟାଙ୍କୁରା ଭିଡିଓ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

20 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago