ରାଜ୍ୟ

ତୁ ବଞ୍ଚିବୁନି ତ ମୋର ଏ ଜୀବନ କାହା ପାଇଁ ? ଆଗପଛ ହୋଇ ଜୀବନ ହାରିଲେ ପ୍ରେମିକ ପ୍ରେମିକା

ଭୁବନେଶ୍ୱର (କେନ୍ୟୁଜ) : କଥା ଦିଆ ନିଆ ହୋଇଥିଲା କି ସାଥୀ ହୋଇ ରହିବା ଗୋଟିଏ ସୂତାରେ ମାଳି ଭଳିା । ଦୁଇଟି ଆତ୍ମା ମିଶି ଯାଇଥିଲା ଗୋଟିଏ ହୋଇ । କିନ୍ତୁ ଏ ସମାଜର ସବର୍ଣ୍ଣ ଅସବର୍ଣ୍ଣ ଭାବନା ଆଗରେ ସେମାନେ ହାରି ଯାଇଥିଲେ। ସେମାନେ ସିନା ମିଶିଗଲେ ହେଲେ ଦୁଇ ପରିବାର ସ୍ୱୀକୃତି ମିଳିଲା ନାହିଁ । ପ୍ରେମ ଅନ୍ଧ ସେ ଜାଣେନି ଜାତି ବର୍ଣ୍ଣ , ସ୍ଥାନ କାଳ ପତ୍ର, ଧନୀ, ଗରିବ ଅବା ଉଚ୍ଚ ନୀଚ୍ଚର କଥା। ତେଣୁ ଏଇ ପ୍ରେମୀ ଯୁଗଳଙ୍କୁ ଶେଷରେ ଜୀବନ ହରାଇବାକୁ ପଡ଼ିଥିଲା । ଯାହାକି କୌଣସି ସିନେମାର କାହାଣୀ ଭଳି ଲାଗୁଛି । ହେଲେ ବାସ୍ତବରେ ଘଟିଛି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅନ୍ତର୍ଗତ ଝିଇଣ୍ଟି ଆଶ୍ରମ ଅଚ୍ୟୁତପୁର ଗାଁ ରେ। ଯେଉଁ ଘଟଣା ଦୁଇଟି ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ….. ବାଳକଟି ଗାଆଁର ଜଗନ୍ନାଥ ସାହୁ ସାଇଫନ୍‌ ପାଖ ରାସ୍ତା କଡ଼ରେ ଜଳଖିଆ ଦୋକାନ କରିଥିଲେ । ପିଆଜି,ବରା, ସିଙ୍ଗଡ଼ା ଆଦି କରି ବିକ୍ରି କରନ୍ତି। ସେହି ରାସ୍ତା ଲମ୍ବି ଯାଇଛି ବାଲି ପାଟଣା ଥାନା ଅନ୍ତର୍ଗତ ଝିଇଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମ ନିକଟ ଅଚ୍ୟୁତପୁର ଗାଁ ଯାଏ । ସେହି ଗାଆଁର ପ୍ରିୟଙ୍କା ଭୋଇ ସେହି ରାସ୍ତାଦେଇ ବାଳକାଟି ନର୍ସିଂ କଲେଜରେ ପଢିବା ପାଇଁ ଯାଆନ୍ତି । ତେଣୁ ଜଗନ୍ନାଥ ଓ ପ୍ରିୟଙ୍କା ଓରଫ ଲିଜାଙ୍କର ଆଖି ମିଶିଲା । ନିତିଦିନିଆ ଦେଖା ଚାହାଁରେ ଆଖିର କଥା ହୃଦୟରେ ପହଞ୍ଚିଲା ।

ଲିଜାର ପଢ଼ା ସରିବା ପରେ ସେ କଟକରେ ଗୋଟିଏ ଘରୋଇ ହସ୍ପିଟାଲରେ ଚାକିରି କଲେ । ଏହାରି ଭିତରେ ଉଭୟ ନିଜ ପ୍ରେମକୁ ସାମାଜିକ ସ୍ୱୀକୃତି ଦେଇ ବାହା ହେବାକୁ ସ୍ଥିର କଲେ । ଏକଥା ଘରେ ମଧ୍ୟ ଜଣାଇଲେ । ତେବେ ଦୁଇ ପରିବାର ଲୋକଙ୍କ ସବର୍ଣ୍ଣ ଅସବର୍ଣ୍ଣ ଚିନ୍ତାଧାରା ସେମାନଙ୍କ ପ୍ରେମ ଆଗରେ ବାଧା ସୃଷ୍ଟି କଲା ।

ସୂଚନା ଅନୁସାରେ, ଘଟଣା ଦିନ ଜଗନ୍ନାଥ କୁଆଡେ ଯାଇଥାଲା ଲିଜା ଘରକୁ । ତାଙ୍କୁ ନେଇ ଆସିବା ପାଇଁ କିନ୍ତୁ ଘର ଲୋକ ବାରଣ କରିଥିଲେ। ଏଥିରେ ଭାଙ୍ଗି ପଡ଼ିଥିଲା ପ୍ରେମିକ ଜଗନ୍ନାଥ । ଘରକୁ ଆସି ପ୍ରେମିକାକୁ ମୃତ୍ୟୁର ଲାଇଭ ସୁଟିଂ ମୋବାଇଲ୍‌୍‌ରେ ଦେଖାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଘରଲୋକ ଜାଣି ପାରି ତାଙ୍କୁ ବାଳକାଟି ମେଡିକାଲକୁ ନେଇ ଯାଇଥିଲେ । ଲିଜା ଏ ଖବର୍ ପାଇ ବାଳକଟି ମେଡିକାଲରେ ପହଞ୍ଚି ଥିଲେ। ହେଲେ ସେତେବେଳକୁ ଜଗନ୍ନାଥ ଦେହରେ ଆଉ ଜୀବନ ନଥିଲା । ଶବ ବ୍ୟବଚ୍ଛେଦ ହେଲା ବାଲିଅନ୍ତା ଥାନା ପୋଲିସ୍ ଦ୍ଵାରା । ଆଉ ପରିବାର ଲୋକେ ଆଖି ଦାନ କରି ଦେଇଥିଲେ ଜଗନ୍ନାଥଙ୍କର। ଏହାପରେ କଥା ଆଗକୁ ଅନ୍ୟ ମୋଡ଼ ନେଲା। ପ୍ରେମିକା ପ୍ରିୟଙ୍କା ଓରଫ ଲିଜା ଜଗନ୍ନାଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିଲେନି । ତେଣୁ ସେହି ଦିନ ଘର ଲୋକ ସମସ୍ତେ କାମରେ ବ୍ୟସ୍ତ ଥିଲା ବେଳେ ସ୍ଥିର କରି ନେଇଥିଲେ ଚାଲିଯିବାକୁ ଅଫେରା ରାଇଜକୁ ।

ତେଣୁ ପ୍ରିୟଙ୍କା ଶେଷ ଥର ପାଇଁ ମାଆ ହାତରୁ ଗେହ୍ଲା ହୋଇ ଖାଇଲା । ଘରେ କେହି ନଥିବା ବେଳେ ନିଜ ଓଢ଼ଣୀକୁ ବେକରେ ଲଗାଇ ଫ୍ୟାନରେ ଝୁଲି ପଡ଼ିଲା। ଘର ଲୋକ କିଛି ସମୟ ପରେ ଦେଖି ତାକୁ ଉଦ୍ଧାର କରିଥିଲେ। କୁହାଯାଉଛି, ବଞ୍ଚି ପାରିଥାନ୍ତା ପ୍ରିୟଙ୍କା କିନ୍ତୁ ପରିବାର ଲୋକେ ଭୟରେ ମେଡିକାଲ ନେଲେ ନାହିଁ ଯାହା ଫଳରେ ତାର ପ୍ରାଣ ଚାଲି ଯାଇଥିଲା। … ପରେ ପୋଲିସ୍‌କୁ ଖବର ଦିଆଗଲା । ପୋଲିସ ଆସି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ଆଉ ଜଗନ୍ନାଥଙ୍କ ପରିବାର ଭଳି ପ୍ରିୟଙ୍କାର ପରିବାର ଲୋକେ ମଧ୍ୟ ତାଙ୍କ ଆଖିକୁ ଦାନ କରି ଦେଲେ। … ଏ ଆଖିରେ ହୁଏତ ଆଉ କେହି ଦେଖିବେ ହେଲେ ଏକଥା ଜାଣିବାକୁ ନା ଅଛନ୍ତି ଜଗନ୍ନାଥ ନା ଅଛନ୍ତି ପ୍ରିୟଙ୍କା ।

ଅଚ୍ୟୁତପୁର ଓ ବାଳକାଟି ଗାଁର ଏଇ ପ୍ରେମିକ ଓ ପ୍ରେମିକାଙ୍କ କାହାଣୀ ଏବେ ସମସ୍ତଙ୍କ ମୁହଁରେ । ବୁଝାମଣାର ଅଭାବ, ପ୍ରେମକୁ ଆକଳନ କରିବାର ତ୍ରୁଟି ଦୁଇ ପରିବାର ଲୋକଙ୍କୁ ଖୁବ୍‌ ମହଙ୍ଗା ପଡ଼ିଛି । ହେଲେ ଆଖି ଦାନ କରିବାର ସେମାନଙ୍କ ନିଷ୍ପତ୍ତି ଏକ ଉଦାହରଣ ସୃଷ୍ଟି କରିଗଲା ।
ତେବେ ଏଇ ଅଧୁରା ପ୍ରେମ କାହାଣୀ ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବ ନିଶ୍ଚୟ । ଭାବପ୍ରବଣ ହେବାକୁ ବାଧ୍ୟ କରିବ । ହେଲେ ଅତୀତରେ ଆମେ ଅନେକଥର କହିଛୁ କି ଆତ୍ମହତ୍ୟ କୌଣସି ସମସ୍ୟାର ସମାଧାନ ନୁହେଁ । ଜଗନ୍ନାଥ ଓ ପ୍ରିୟଙ୍କା ସାବାଳକ ଥିଲେ, ତେଣୁ ଚାହିଁଥିଲେ ସେମାନେ ଅଲଗା ସଂସାର ଗଢ଼ି ପାରିଥାନ୍ତେ । ହେଲେ ଉଚିତ ନିଷ୍ପତ୍ତି ନେବା ଜାଗାରେ, ଖୁସିରେ ବଞ୍ଚି ରହିବା ବଦଳରେ ସେମାନେ ନିଜକୁ ସବୁଦିନ ପାଇଁ ଶେଷ କରିଦେଲେ ।

Pritiparna

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

54 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago