Categories: ସ୍ପେଶାଲ

ଟିଭି ଶୋ‘ରେ ଛେଳିକୁ ଗୁଳି କଲେ ସେଲିବ୍ରିଟି ଶେଫ୍, ସୋସିଆଲ ମିଡିଆରେ ହେଲେ ସମାଲୋଚନାର ଶିକାର

ସେଲିବ୍ରିଟି ଶେଫ୍ ଗାର୍ଡନ ରାମସେ ନିଜ ନ୍ୟାଶନାଲ ଜିଓଗ୍ରାଫିକ୍ ଟିଭି ଶୋ, ‘Gordon Ramsay: Uncharted’ ପାଇଁ ଏକ ଛେଳିକୁ ଗୁଳି କରି ଲୋକଙ୍କ ଦ୍ବାରା ନିନ୍ଦିତ ହୋଇଛନ୍ତି। ଏଭଳି ‘ବିଚାରହୀନ’ ତଥା ‘କ୍ରର’ ଷ୍ଟଣ୍ଟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଲୋକ ସମାଲୋଚନା କରିଛନ୍ତି।

ଏହାସହ ପଢ଼ନ୍ତୁ: ବିଶ୍ବର ଏକମାତ୍ର ଗଛ, ଯିଏ ମଣିଷ ଭଳି କରୁଛି ‘ଟୁଇଟ୍’, ଦେଉଛି ମିନିଟ୍ ମିନିଟର ସୂଚନା

ନ୍ୟାଶନାଲ ଜିଓଗ୍ରାଫିକ୍ ଅନୁସାରେ, ‘Gordon Ramsay: Uncharted’ ସେହି ଶେଫଙ୍କୁ ଫଲୋ କରୁଛି, ଯିଏ ସାରା ବିଶ୍ବର ଲୋକ, ସ୍ଥାନ ଏବଂ ସ୍ବାଦକୁ ପ୍ରଦର୍ଶନ କରୁଛି। ଏହି ସଂସ୍କରଣ ପେରୁରୁ ଆରମ୍ଭ ହୋଇଥିଲା ଏବଂ ପରେ ରାମସେଙ୍କୁ ନ୍ୟୁଜିଲାଣ୍ଡର ଦକ୍ଷିଣ ଦ୍ବୀପକୁ ଅଣାଯାଇଥିଲା। ଏଠାରେ ଶେଫ୍ ‘ମାଓରୀ ବ୍ୟଞ୍ଜନ’ର ରହସ୍ୟ ଖୋଜିବା ପାଇଁ ଲକ୍ଷ୍ୟ ରଖିଥିଲେ।

ନ୍ୟୁଜିଲାଣ୍ତରେ ଶେଫ୍ ମୋନିକ୍ ଫିସୋ ଶେଫ୍ ରାମସେଙ୍କୁ ରାସ୍ତା ଦେଖାଇବା ସହ ଜଙ୍ଗଲ ମଧ୍ୟ ଦେଖାଇଥିଲେ। ଏହାପରେ ସେ ଏକ ପାହାଡ଼ି ଛେଳିକୁ ମାରିବା ପାଇଁ ପଠାଇଥିଲେ। ଏଠାରେ ରାମସେ ଛେଳିଟିକୁ ଗୁଳି କରି ହତ୍ୟା କରିଥିଲେ। ପରେ ଛେଳିକୁ ରନ୍ଧାଯାଇ ଚଟଣି ଏବଂ ସାଲାଡ୍ ସହିତ ପରଷାଯାଇଥିଲା।

ତେବେ ସୋସିଆଲ ମିଡିଆରେ ବହୁ ପ୍ରାଣୀପ୍ରେମୀ ଏହି ପ୍ରକାର କ୍ରରତା ଏବଂ ରାମସେଙ୍କ ଛେଳି ମାରିବା ଘଟଣାକୁ ନେଇ ସମାଲୋଚନା କରିଥିଲେ। ଜଣେ ବ୍ୟକ୍ତି କହିଥିଲେ, ‘ଏ ଜଣେ ବିଚାରହୀନ ଓ କ୍ରର ବ୍ୟକ୍ତି, ଯିଏ ନିର୍ଦ୍ଦୋଷ ପ୍ରାଣୀଙ୍କ ଡର, ଦୁଃଖ ଓ ପୀଡ଼ାର ଲାଭ ଉଠାଉଛନ୍ତି।‘ ସେହିପରି ଆଉ ଜଣେ ଲେଖିଥିଲେ, ‘ମୋତେ ଆପଣ ଏବଂ ଆପଣଙ୍କ ଶୋକୁ ଘୃଣା ଲାଗୁଛି। ଦେଖିଲି ଆପଣ ଏକ ଛେଳିକୁ ଗୁଳି କରି ଶିକାର କରୁଛନ୍ତି। ଆପଣ ସବୁଠାରୁ ଖରାପ ବ୍ୟକ୍ତି।‘

ଗତବର୍ଷ ଫେବୃଆରୀରେ ମଧ୍ୟ ରାମସେ ପ୍ରାଣୀ କଲ୍ୟାଣ ଚାରିଟି ‘ପେଟା’ର ମଜା ଉଡ଼ାଇବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ‘ମୁଁ ପେଟାର ସଦସ୍ୟ, ସ୍ବାଦିଷ୍ଟ ପ୍ରାଣୀଙ୍କୁ ଖାଇଲା ବାଲା ଲୋକ‘, ଏହି ଟୁଇଟ୍ ରାମସେ ସେହି ସମୟରେ କରିଥିଲେ।

Roshni

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

3 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

18 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

34 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

47 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

56 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

60 mins ago