ସ୍ପେଶାଲ

୧୩ ଏପ୍ରିଲରୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରୀ, ଦୁର୍ଗା ମା’ଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି କାମ

ବର୍ଷକୁ ୪ଟି ନବରାତ୍ରୀ ପଡିଥାଏ। କିନ୍ତୁ ଏଥିମଧ୍ୟରୁ ୨ଟି ଗୁପ୍ତ ନବରାତ୍ରୀ ରହିଥାଏ, ଯାହା ବହୁତ କମ୍ ଲୋକଙ୍କୁ ଜଣା। ଚଳିତବର୍ଷ ଚୈତ୍ର ନବରାତ୍ର ସାରା ଦେଶରେ ୧୩ ଏପ୍ରିଲରୁ ପାଳିତ ହେବ। ନବରାତ୍ରି ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ମା ମନସ୍କାମନା ପୂରଣ କରିବେ, ତେବେ ଦେବୀ ଭାଗବତ ପୁରାଣ ଅନୁସାରେ ମଙ୍ଗଳବାର ଦେବୀ ଦୁର୍ଗାଙ୍କ ଧରାବତରଣ ହେଲେ ସେ ଘୋଟକ ବାହନରେ ଆସିଥାନ୍ତି।

ଦେବୀ ଦୁର୍ଗା କେଉଁ ବାହନରେ ଧରାବତରଣ କରିବେ ତାହା ନବରାତ୍ରିର ପ୍ରଥମ ଦିନରୁ ହିଁ ଜଣାପଡିଯାଏ। ଦେବୀ ଭାଗବତ ପୁରାଣ ଅନୁସାରେ ଯେଉଁ ଦିନ ମା’ଙ୍କ ପୂଜା ଆରମ୍ଭ ହୁଏ ସେହି ଦିନର ବାର ଅନୁସାରେ ବାହନ ନିର୍ଦ୍ଧାରିତ। ନବରାତ୍ରି ସମୟରେ ସମସ୍ତ ଲୋକେ ଅଲଗା ଅଲଗା ପ୍ରକାର ମା’ଙ୍କ ଉପାସନା କରନ୍ତି। ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରନ୍ତି। ରାତି ରାତି ଉଜାଗର ରୁହନ୍ତି। ନବରାତ୍ରିରେ ଏମିତି କିଛି କଥା ରହିଛି, ଯାହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହି ସମୟରେ ସାମାନ୍ଯ ଭୁଲ କରି ଦ୍ବାରା ମା’ ରୋଷ କରନ୍ତି। ତେଣୁ ଜାଣନ୍ତୁ କ’ଣ ନ କରିବେ…

ନବରାତ୍ରୀ ନଅ ଦିନରେ ବ୍ରତ ରଖିବା ସମୟରେ ଘର ସାତ୍ତ୍ବିକ ଭୋଜନ କରନ୍ତୁ। ଏହି ସମୟରେ ମାଂସ-ମଦ ସେବନ କରିବା ଉଚିତ ନୁହେଁ। ଏହାସହିତ ପିଆଜ ଓ ରସୁଣ ଖାଦ୍ଯ ଖାଆନ୍ତୁ ନାହିଁ।

ଏହାଛଡା ନବରାତ୍ରି ୯ ଦିନରେ ଘରେ ପ୍ରସ୍ତୁତ କରିଥିବା ଖାଦ୍ଯରେ ଛୁଙ୍କ ଦିଅନ୍ତୁ ନାହିଁ। ଖାଦ୍ଯରେ ଛୁଙ୍କ ଲଗାଇବା ଦ୍ବାରା ମନ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଏହାସହିତ ନବରାତ୍ରୀ ସମୟରେ କେଶ, ନଖ, ଦାଢି କିଛି କାଟନ୍ତୁ ନାହିଁ।

ଯଦି ନବରାତ୍ରୀ ସମୟରେ କଳସ ସ୍ଥାପନା କରୁଥାନ୍ତି କିମ୍ବା ଅଖଣ୍ଡ ଜ୍ଯୋତି ଜଳାଉଥାନ୍ତି, ତେବେ ଘରକୁ କେବେ ବି ଖାଲି ଛାଡନ୍ତୁ ନାହିଁ। ସେହି ଘରେ ଯେମିତି ହେଲେ ଜଣେ ସଦସ୍ଯ ରହିବା ଉଚିତ।

ନବରାତ୍ରୀ ସମୟରେ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଦୁର୍ଗା ଚାଳିସା, ମନ୍ତ୍ର କିମ୍ବା ସପ୍ତସତୀ ପାଠ କରିବା ଉଚିତ। ଏହି ସମୟରେ ଅଧାରୁ କାହା ସହିତ କଥା ହେବା ମଧ୍ୟ ଉଚିତ ନୁହେଁ। ଏମିତି କଲେ ପାଠ କରିବାର ଫଳ କିଛି ମିଳିନଥାଏ।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

2 hours ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

3 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

3 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

4 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

5 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

5 hours ago