କ୍ରୀଡା

ଆଇପିଏଲ୍‌ ସିଜିନ୍‌ରେ ସବୁଠୁ ଅଧିକ ରନ୍‌ କରି ରେକର୍ଡ କରିଥିବା ବ୍ୟାଟ୍ସମ୍ୟାନ୍‌ ହେଲେ ବିରାଟ କୋହଲି, କରିଥିଲେ ୪ ଶତକ

ନୂଆଦିଲ୍ଳୀ :  ବିରାଟ କୋହଲି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସବୁଠୁ ଭଲ ଖେଳାଳୀ । ବିରାଟ କେତେଦୂର ସଫଳ ଏହାର ପ୍ରମାଣ ଆଇପିଏଲ୍‌ରେ ସେ କରିଥିବା ରନ୍‌ ଦିଏ । ସେ ଏହି ଲିଗ୍‌ ରେ ସବୁଠୁ ଅଧିକ ରନ୍‌ କରି ଏହି ସିଜିନ ପାଇଁ ରେକର୍ଡ କରିପାରିଛନ୍ତି । ଖାଲି ସେତିକି ନୁହେଁ ସବୁଠୁ ଅଧିକ ଶତକ ମଧ୍ୟ ସେ କରିପାରିଛନ୍ତି । ବିରାଟ ଗୋଟିଏ ସିଜିନର ସବୁଠୁ ଅଧିକ ରନ୍‌ କରିପାରିଥିଲେ ୨୦୧୬ରେ । ଏହି ସିଜିନ୍‌ରେ ସେ ୪ଟି ଶତକ ମଧ୍ୟ କରିଥିଲେ ।

୨୦୧୬ରେ ବିରାଟଙ୍କ କମାଲ୍‌

୨୦୧୬ ଆଇପିଏଲ୍‌ ରେ ବିରାଟଙ୍କ ଜବରଦସ୍ତ ବ୍ୟାଟିଂ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସିଜିନ ରେ ବିରାଟ ୧୬ ମ୍ୟାଚ୍‌ରେ ୧୫୨.୦୩ ଷ୍ଟ୍ରାଇକ୍‌ ରେଟ୍‌ ଓ ୮୧.୦୮ ପ୍ରତିଶତରେ ମୋଟ୍‌ ୯୭୩ ରନ୍‌ କରିଥିଲେ । ଏହି ସିଜିନରେ ସେ ମୋଟ ୪ ଶତକ ମଧ୍ୟ ମାରିଥିଲେ । ଆଇପିଏଲ୍‌ ର ଗୋଟିଏ ସିଜିନରେ ବିରାଟଙ୍କ ବ୍ୟତୀତ ଆଉ କେହି ଏତେ ରନ୍‌ କରିନଥିବା ଜଣାଯାଏ । ବିରାଟ ଏହି ଲିଗ୍‌ରେ ସବୁଠୁ ଅଧିକ ୫୮୭୮ ରନ୍‌ କରିଥିଲେ । ଏହି ଲିଗ୍‌ରେ ନିଜ ନାମରେ ସେ ୫ ଶତକ କରିପାରିଥିଲେ । ବିରାଟ ଏବେ ଆଇପିଏଲ୍‌ରେ ୬୦୦୦ ରନ୍‌ ପୁରା କରିବାରେ ମାତ୍ର ଅଳ୍ପ କେତେ ରନ୍‌ ପଛରେ ରହିଛନ୍ତି ।

ଆଇପିଏଲ୍‌ର ଗୋଟିଏ ସିଜନରେ ସବୁଠୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ତାଲିକା

ବିରାଟ କୋହଲି – ୯୭୩ ରନ୍‌ –୨୦୧୬
ଡେଭିଡ୍‌ ଓ୍ଵାର୍ଣ୍ଣର – ୮୪୮ ରନ୍‌ – ୨୦୧୬
କେନ୍‌ ଓ୍ଵିଲିୟମ୍‌ସନ୍‌ – ୭୩୫ ରନ୍‌ – ୨୦୧୮
କ୍ରିସ୍‌ ଗେଲ୍‌ – ୭୩୩ ରନ୍‌ – ୨୦୧୨
ମାଇକଲ୍‌ ହସି – ୭୩୩ ରନ୍‌ – ୨୦୧୩

Niharanjan

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

20 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

27 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

43 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

49 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago