ସ୍ପେଶାଲ

କେମିତି ଥିଲା ସେହି ୬ ଦିନ? ମାଓବାଦୀଙ୍କ ସହ ବିତାଇଥିବା ସେହି ଦିନକୁ ବଖାଣିଲେ ରାକେଶ୍ୱର

ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ଆଶା ଆଶଙ୍କାର ଘଟିଲା ଅବସାନ। ପାଞ୍ଚ ଦିନ ପରେ ମାଓବାଦୀଙ୍କ ଜାଲରୁ ମୁକ୍ତ ହେଲେ ସିଆରପିଏଫ କୋବ୍ରା କମାଣ୍ଡୋ ରାକେଶ୍ୱର ମନହାସା। ଗୁରୁବାର ଅପରାହ୍ନରେ ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ଵରଙ୍କୁ ବିଜାପୁର ସିଆରପିଏଫ କ୍ୟାମ୍ପ ଅଣାଯାଇଛି। ସେଠାରେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ତେବେ ଏହାରି ଭିତରେ ସେ ବଖାଣିଛନ୍ତି ମାଓବାଦୀଙ୍କ ସହିତ ବିତାଇଥିବା ସେହି ୬ ଦିନର କାହାଣୀ ବିଷୟରେ। କଣ ହୋଇଥିଲା ସେଦିନ କେମିତି ମାଓବାଦୀଙ୍କ ହାତରେ ଲାଗିଲେ ଏବଂ କେମିତି ରହୁଥିଲେ ସବୁ କିଛିକୁ ବଖାଣିଛନ୍ତି ରାକେଶ୍ୱର।

ଶନିବାର ଛତିଶଗଡର ବିଜାପୁରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ମନହାସଙ୍କୁ ଅପହରଣ କରି ନେଇ ଯାଇଥିଲେ ମାଓବାଦୀ। ମାଓ କବ୍‌ଜାରୁ ମୁକୁଳିବା ପରେ ନିଜ ଅପହରଣ ବିଷୟରେ ମୁହଁ ଖୋଲିଛନ୍ତି କୋବ୍ରା ଯବାନ ରାକେଶ୍ଵର ସିଂହ ମନହାସ୍‌। ସେ କହିଛନ୍ତି ଯେ, ୩ ତାରିଖ ଦିନ ଏନକାଉଣ୍ଟର ବେଳେ ସେ ବେହୋସ୍‌ ହୋଇଯାଇଥିଲେ। ୪ ତାରିଖ ଦିନ ହୋସ୍‌ ଆସିବା ପରେ ଚାଲି ଚାଲି ଜଙ୍ଗଲରେ ଆସୁଥିଲେ। ଏହି ସମୟରେ ମାଓବାଦୀଙ୍କ ହାତରେ ପଡିଥିଲେ ଏବଂ ସେମାନେ ତାଙ୍କୁ ଧରି ନେଇଥିଲେ। ଆଖିରେ ପଟି ବାନ୍ଧି ତାଙ୍କୁ ଉଠାଇ ନେଇଥିଲେ। ବନ୍ଧକ ସମୟରେ ତାଙ୍କୁ ଠିକ୍‌ ସମୟରେ ଖାଇବାକୁ ଦେଉଥିଲେ ଏବଂ କିଛି ମାରଧର କରିନଥିବା କହିଛନ୍ତି ରାକେଶ୍ଵର।

ମାଓବାଦୀ ଯବାନଙ୍କ ମୁକ୍ତ ପାଇଁ ସରକାରଙ୍କୁ ମଧ୍ୟସ୍ଥ ଦେବାକୁ ଦାବି କରିଥିଲେ। ନକ୍ସଲ ମଙ୍ଗଳବାର ପ୍ରେସ୍ ରିଲିଜ୍ ଜାରି କରି କହିଥିଲେ ଯେ, ସେମାନଙ୍କ ଆକ୍ରମଣରେ ୨୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଯବାନଙ୍କ ପ୍ରତି ଆକ୍ରମଣରେ ତାଙ୍କ ୪ ସାଥୀଙ୍କ ମୃତ୍ୟୁ ଘଟିଥିବା ମାଓବାଦୀ କହିଥିଲେ। ନିଖୋଜ ଥିବା ଜଣେ ଯବାନ ସେମାନଙ୍କ କବଜାରେ ଅଛି। ଯଦି ସରକାର ମଧ୍ୟସ୍ଥ ଦେବେ ତେବେ ସେମାନେ ବନ୍ଧକ ଯବାନଙ୍କୁ ଛାଡି ଦେବେ। ପ୍ରଥମେ ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ହେବ। ସେ ଯାଏ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ। ଏଥିପାଇଁ ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ମାଓବାଦୀ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଥିଲେ।

୨୧୦ତମ କମାଣ୍ଡୋ ବାଟାଲିୟନ ଫର ରିଜଲ୍ୟୁଟ୍ ଆକ୍ସନ (କୋବ୍ରା)ର କନଷ୍ଟେବଳ ରାକେଶ୍ଵର ସିଂହ ମନହାସଙ୍କ ମୁକ୍ତି ପାଇଁ ଛତିଶଗଡ ସରକାରଙ୍କ ଦ୍ଵାରା ଦୁଇ ପ୍ରମୁଖ ବ୍ୟକ୍ତିଙ୍କୁ ମାଓବାଦୀଙ୍କ ସହ ଆଲୋଚନା ଦାୟିତ୍ଵ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ଵାରା ନାମିତ ଦୁଇ ସଦସ୍ୟ ଦଳରେ ଜଣେ ସଦସ୍ୟ ଜନଜାତୀୟ ସମୁଦାୟର ଥିବା ବେଳେ ଅନ୍ୟ ଜଣେ ପଦ୍ମଶ୍ରୀରେ ସମ୍ମାନିତ ବ୍ୟକ୍ତି ଥିଲେ।

ରାକେଶ୍ଵରଙ୍କୁ ଛାଡିବା ପୂର୍ବରୁ ମାଓବାଦୀ ପ୍ରଥମେ ପ୍ରଜାକୋର୍ଟ କରିଥିଲେ। ଘଞ୍ଚ ଜଙ୍ଗଲରେ କରିଥିବା ପ୍ରଜାକୋର୍ଟରେ ମନହାସଙ୍କୁ ବାନ୍ଧି ହାଜର କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଶତାଧିକ ଗାଁ ଲୋକେ ଉପସ୍ଥିତ ଥିଲେ। ରାକେଶ୍ଵରଙ୍କ ଦୁଇ ହାତ ବାନ୍ଧି ପ୍ରଜାକୋର୍ଟରେ କରାଯାଇଥିଲା। ପ୍ରଜାକୋର୍ଟରେ ହାଜର ପରେ ମାଓବାଦୀ ନିଜ ମତାମତ ରଖିଥିଲେ। ଏହା ପରେ ଏକାଧିକ ମଧ୍ୟସ୍ଥ ଏବଂ କିଛି ସାମ୍ବାଦିକଙ୍କ ଉପସ୍ଥିତିରେ ରାକେଶ୍ଵରଙ୍କୁ ମାଓବାଦୀ ମୁକ୍ତ କରିଥିଲେ।

ଜାମ୍ମୁରେ ରାକେଶ୍ଵର ସିଂହ ମନହାସ୍‌ଙ୍କ ଘରେ ଉତ୍ସବର ମାହୋଲ ରହିଛି। ନିଜ ଜୀବନରେ ଆଜି ସବୁଠୁ ଖୁସିର ଦିନ ବୋଲି କହିଛନ୍ତି ଯବାନଙ୍କ ପତ୍ନୀ। ତାଙ୍କୁ ପୂର୍ଣ୍ଣ ବିଶ୍ଵାସ ଥିଲା ଯେ, ସ୍ଵାମୀ ସକୁଶଳ ଘରକୁ ଫେରିବେ ବୋଲି ମିନୁ କହିଛନ୍ତି। ରାକେଶ୍ଵର ସିଂହଙ୍କ ମୁକ୍ତ ପରେ ତାଙ୍କ ପରିବାରରେ ସମେତ ଚାରିଆଡେ ଖୁସିର ଲହରି ଖେଳି ଯାଇଛି।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago