ସ୍ପେଶାଲ

ଚୈତ୍ର ନବରାତ୍ରି ଦ୍ୱିତୀୟ ଦିନ : ମଙ୍ଗଳ ଗ୍ରହର ପ୍ରଭାବକୁ କମ୍‌ କରେ ମା’ ବ୍ରହ୍ମଚାରିଣୀଙ୍କ ପୂଜା

ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ନବରାତ୍ରି ଏପ୍ରିଲ ୯ରୁ ଆରମ୍ଭ ହୋଇ ରାମନବମୀ ତିଥି ଯାଏଁ ଚାଲିବ । ଏହି ନବରାତ୍ରିରେ ମା’ ୯ଟି ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାନ୍ୟତା ରହିଛି ଯେ, ଏହି ମାସରେ ମା’ଙ୍କର ବ୍ରତକୁ ସଠିକ୍ ରୂପେ ପାଳନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ବିଶ୍ୱାସ ରହିଛି ଯେ, ମା’ ଦୁର୍ଗାଙ୍କୁ ପୂଜା କଲେ ଜୀବନରେ ସବୁ ସମସ୍ୟାର ସମାଧାନ ହୋଇଯାଏ । ଘରେ ସୁଖ ସମୃଦ୍ଧି ବଢ଼େ ।

ନବରାତ୍ରିର ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା । ମା’ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ । ଏହି କାରଣ ଯୋଗୁଁ ତାଙ୍କୁ ବ୍ରହ୍ମଚାରିଣୀ ନାମରେ ଜଣାଯାଏ । ମା’ ବ୍ରହ୍ମଚାରିଣୀଙ୍କ ପୂଜା ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ କମ୍ କରିଥାଏ ।

ମା’ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ବୈରାଗ୍ୟର ଦେବୀ ବୋଲି କୁହାଯାଏ । କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ । ବିଦ୍ୟାର୍ଥୀ ଏବଂ ତପସ୍ୱୀଙ୍କ ପାଇଁ ମା’ଙ୍କ ପୂଜା କରିବା ଶୁଭଫଳ ଦେଇଥାଏ । ଯେଉଁ ଲୋକଙ୍କର ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ରହିଥାଏ ସେମାନେ ମା’ ବ୍ରହ୍ମଚାରିଣୀଙ୍କୁ ଉପସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ।

କ’ଣ ରହିଛି ମା’ଙ୍କ ପୂଜା ବିଧି :

ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ। ଯେପରିକି ମିଶରି, ଚିନି, ପଞ୍ଚାମୃତ। ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ। ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ।

ମା’ଙ୍କୁ ଦିଅନ୍ତୁ ବିଶେଷ ପ୍ରସାଦ:

ଦ୍ବିତୀୟ ଦିନରେ ମା’ଙ୍କୁ ଚିନିରେ ଭୋଗ ଲଗାନ୍ତୁ । ଭୋଗ ଲଗାଇବା ପରେ ଏହାକୁ ଘରର ସଦସ୍ଯ ମାନଙ୍କୁ ଦିଅନ୍ତୁ । ଏମିତି କରିବା ଦ୍ବାରା ଘର ଲୋକଙ୍କ ଦୀର୍ଘାୟୁଷ ବରଦାନ ମିଳିଥାଏ ।

Swagatika

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

2 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

3 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

3 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

4 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

4 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

5 hours ago