ସ୍ପେଶାଲ

ଚାଣକ୍ୟ ନୀତି : ଏହି ୮ ପ୍ରକାର ଲୋକଙ୍କ ଉପରେ ଭୁଲରେ ବି କରନ୍ତୁ ନାହିଁ ଭରସା, ବଢ଼ାଇ ଦେବେ ଆପଣଙ୍କ ଅସୁବିଧା

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଚାଣକ୍ୟଙ୍କ ମତରେ ବ୍ୟକ୍ତିର ଜୀବନରେ ଏମିତି ଲୋକଙ୍କ ରହିବା ଆବଶ୍ୟକ ଯେଉଁମାନେ ଭରସାଯୋଗ୍ୟ ହୋଇଥାନ୍ତି । ଏମାନେ ଆପଣଙ୍କୁ କିଛି ପ୍ରକାର ଅସୁବିଧା ପହଞ୍ଚାଇବାର ଆଶଙ୍କା ଯେପରି ନରୁହେ । ଜୀବନର ଚଲାପଥରେ ବେଳେ ବେଳେ ଏପରି ଲୋକଙ୍କ ସହ ଭେଟ ହୁଏ ଯିଏ କି ସାପ ଠାରୁ ବି ଭୟଙ୍କର ଅଟନ୍ତି । ଆଚାର୍ଯ୍ୟ ଚାଣକ୍ୟ ଏପରି ୮ ପ୍ରକାର ଲୋକଙ୍କ ବିଷୟରେ କହିଛନ୍ତି ଯେଉଁମାନଙ୍କୁ ଭୁଲରେ ବି ଭରସା କରିବା ଉଚିତ୍‌ ନୁହେଁ । ଏମାନଙ୍କୁ କେବେ ବି ନିଜର ଦୁଃଖ ବିଷୟରେ କହିବା ଉଚିତ ନୁହେଁ ।

ଶ୍ଳୋକ :

ରାଜା ବେଶ୍ୟା ୟମୋ ହ୍ୟଗ୍ନିସ୍ତକରୋ ବାଳୟାଚକୋ ।
ପର ଦୁଃଖ ନ ଜାନନ୍ତି ଅଷ୍ଟମୋ ଗ୍ରାମକଂଟକାଃ ।।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ ସଂସାରରେ ୮ ପ୍ରକାର ଏମିତି ଲୋକ ଯେଉଁମାନେ କି କୌଣସି ଲୋକର କଷ୍ଟକୁ ବୁଝନ୍ତି ନାହିଁ । ଚାଣକ୍ୟଙ୍କ ଅନୁଯାୟୀ, ରାଜା, ଯମରାଜ, ଅଗ୍ନି, ବାଳକ, ଚୋର,ବେଶ୍ୟା ଓ ଯାଚକ ଉପରେ କିଛି ବି ଦୁଃଖର କୌଣସି ପ୍ରଭାବ ପଡେ ନାହିଁ । ଏହା ସହ ଏମାନେ ଗ୍ରାମ ଲୋକଙ୍କୁ କଷ୍ଟ ଦେଇଥାନ୍ତି ଓ ଅନ୍ୟର ଦୁଃଖ କେବେ ବି ବୁଝନ୍ତି ନାହିଁ ।

Niharanjan

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

27 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

29 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

36 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

45 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

45 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago