Categories: ସ୍ପେଶାଲ

ଚାଣକ୍ୟ ନୀତି : ଭୁଲରେ ବି ଏହି ଲୋକଙ୍କୁ ଦିଅନ୍ତୁ ନାହିଁ କଷ୍ଟ, ମା’ଲକ୍ଷ୍ମୀ କରନ୍ତି କ୍ରୋଧ

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଧନ,ବିଦ୍ୟା, ପତି-ପତ୍ନୀ ଓ କ୍ୟାରିଅର ଏମିତି ପ୍ରାୟ ସବୁ ବିଷୟରେ ଗଭୀର ଭାବେ ଆଲୋଚନା କରିଛନ୍ତି । ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ଲୋକ ପରିଶ୍ରମ କରୁଥିବା ଲୋକଙ୍କୁ ହଇରାଣ କରନ୍ତି ସେମାନଙ୍କ ଉପରେ ମା’ ଲକ୍ଷ୍ମୀ କେବେ ବି ଶାନ୍ତି ରୁହନ୍ତି ନାହିଁ । ତେଣୁ ଯଦି ମା’ ଲକ୍ଷ୍ମୀଙ୍କର ଆଶିର୍ବାଦ ଚାହାନ୍ତି ତେବେ ଭୂଲରେ ବି ଏମିତି ଲୋକଙ୍କୁ ହଇରାଣ କରନ୍ତୁ ନାହିଁ । ଚାଣକ୍ୟଙ୍କ ଅନୁସାରେ ଧନ ହିଁ ଜୀବନକୁ ସରଳ ଓ ସୁଗମ କରେ । ତେଣୁ ଭଲ ଜୀବନ ଜାପନ ପାଇଁ ଧନ ଅର୍ଜନ କରିବା ନିହାତି ଜରୁରୀ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି ବ୍ୟକ୍ତି ପାଖରେ ଧନ, ପଦ ଓ ପ୍ରତିଷ୍ଠା ଆସିଯାଏ ତେବେ ସେ ଗମ୍ଭୀର ନହୋଇ ବିନମ୍ର ହୋଇଯିବା ଦରକାର । ଅଧିକାଂଶ ସମୟରେ ଯଦି ଲୋକଙ୍କ ପାଖକୁ ଧନ ଆସିଯାଏ ତା’ଭିତରେ ଅହଂକାର ଭରିଯାଏ । କେବେ ବି ବ୍ୟକ୍ତିକୁ ଅହଂକାର କରିବା ଉଚିତ ନୁହେଁ କାରଣ ଏହା ବିନାଶର କାରଣ ହୋଇଥାଏ । ଚାଣକ୍ୟଙ୍କ ମତରେ କେବେ ବି ଏହି ୩ ଜଣଙ୍କୁ ଦିଅନ୍ତୁ ନାହିଁ କଷ୍ଟ । ନଚେତ ହୋଇଯିବେ ବରବାଦ ।

ଗରୀବଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ : ବେଳେ ବେଳେ ଲୋକେ ଅହଂକାରବଶତଃ ଦୁର୍ବଳ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦିଅନ୍ତି । ଚାଣକ୍ୟଙ୍କ ମତରେ ଯେଉଁ ଲୋକଙ୍କ ପାଖରେ ପଦ-ମର୍ଯ୍ୟାଦା ଓ ପ୍ରତିଷ୍ଠାର ଅହଂକାର ଥାଏ ସେମାନେ କେବେ ବି ଗରୀବଙ୍କୁ କଷ୍ଟ ଦେବା କଥା ନୁହେଁ । କାରଣ ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଯାଆନ୍ତି ।

ମହିଳା ଓ ସାନ ପିଲା : ଚାଣକ୍ୟଙ୍କ ଅନୁସାରେ କେବେ ବି ମହିଳା ଓ ସାନ ପିଲାଙ୍କୁ କଷ୍ଟ ଦେବା କଥା ନୁହେଁ । ଏମିତି କରିବା ଦ୍ୱାରା ମା’ଲକ୍ଷ୍ମୀ ରାଗିବା ସହ ଘରକୁ ଦରିଦ୍ରତା ଆସିଥାଏ । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି । ସମାଜରେ ଏପରି ବ୍ୟକ୍ତିର ମାନ-ସମ୍ମାନ ମଧ୍ୟ ହାନି ହୋଇଥାଏ ।

ପରିଶ୍ରମୀ ଲୋକଙ୍କୁ : ଚାଣକ୍ୟ କୁହନ୍ତି ଯେଉଁ ଲୋକ ପରିଶ୍ରମ କରୁଥିବା ଲୋକଙ୍କୁ ସମ୍ମାନ କରିନଥାନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀ କେବେ ବି ପ୍ରସନ୍ନ ହୋଇନଥାନ୍ତି । ତେଣୁ ଧନ ଆସିବା ପରେ ବ୍ୟକ୍ତିକୁ କେବେ ବି ପରିଶ୍ରମୀ ଲୋକଙ୍କୁ ଅପମାନ କରିବା କଥା ନୁହେଁ ।

Niharanjan

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

1 min ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

54 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago