ସ୍ପେଶାଲ

ଚାଣକ୍ୟଙ୍କ ୬ ଅମୂଲ୍ୟ କଥା, ଯେଉଁଠି ଲୁଚି ରହିଛି ଜୀବନର ସଫଳତାର ମନ୍ତ୍ର, ଯିଏ କାମରେ ଲଗାନ୍ତି ପାଇଥାନ୍ତି ଲକ୍ଷ୍ମୀଙ୍କ କୃପା

ଚାଣକ୍ୟଙ୍କ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟ ସଫଳତା ପାଇଁ ଜୀବନରେ ସଂଘର୍ଷ କରିଥାଏ । କିଛ ବ୍ୟକ୍ତିଙ୍କୁ ଏଥିରେ ସଫଳତା ମିଳିଥାଏ ତ କିଛି ବ୍ୟକ୍ତି ଏଥିରେ ଅସଫଳ ହୋଇଥାନ୍ତି । ଚାଣକ୍ୟ ନୀତି କହେ ଯେ ଅସଲ ସଫଳ ତାହା ଯିଏ ଅନ୍ୟକୁ ବି ସଫଳତା ପାଇଁ ପ୍ରେରିତ କରିଥାଏ ।

ନିୟମ ଓ ଅନୁଶାସନରେ ପ୍ରାପ୍ତ ସଫଳତା ସ୍ଥାୟୀ ହୋଇଥାଏ । ଏମିତି ଲୋକଙ୍କ ଉପରେ ମା’ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଯେଉଁ ବ୍ୟକ୍ତି ଜୀବନରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ଚାଣକ୍ୟଙ୍କ ଏହି କଥାକୁ ନିଜ ଜୀବନରେ ପ୍ରୟୋଗ କରନ୍ତୁ ।

ଆସନ୍ତୁ ଜାଣିବା କ’ଣ ସେହି କଥା :

୧. ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିର ଜୀବନରେ ସୁନ୍ଦରତା, ଭୋଜନ ଓ ଅର୍ଥ ପାଇଁ ଚିନ୍ତା କରି କେବେ ବି ଅସନ୍ତୋଷ ହେବା ଉଚିତ ନୁହେଁ । ଯେତିକି ଆମ ପାଖରେ ଅଛି ସେଥିରେ ଖୁସି ରହିବା ଦରକାର ।

୨. ଚାଣକ୍ୟ ନୀତି ଅନୁସାରେ ଜ୍ଞାନ ବିନା ଜୀବନରେ ସଫଳତା ହାସଲ କରାଯାଇ ପାରିବ ନାହିଁ । ଜ୍ଞାନ ଏକ ଏମିତି ଜିନିଷ ଯାହା ବ୍ୟକ୍ତିର ପାଖେ ସର୍ବଦା ରହିଥାଏ ।

୩. ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ଏହାର ଭଲ ଓ ଖରାପ ପାର୍ଶ୍ୱକୁ ବିଚାର କରନ୍ତି । ସେମାନେ କେବେ ଅସୁବିଧାରେ ପଡ଼ି ନଥାନ୍ତି ।

୪. ଚାଣକ୍ୟ ନୀତି ଅନୁସାରେ ବିବାହ ପରେ ମନୁଷ୍ୟକୁ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହେବା ଉଚିତ ନୁହେଁ । କାରଣ ଏହି କାରଣରୁ ପାରିବାରିକ ଜୀବନରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ ।

୫. ଚାଣକ୍ୟ ନୀତି ଅନୁସାରେ ଏମିତି ଲୋକଙ୍କ ସହ କେବେ ବି ମିତ୍ରତା କରନ୍ତୁ ନାହିଁ, ଯିଏ ଆପଣଙ୍କ ଠାରୁ କମ ଅବା ଅଧିକ ପ୍ରତିଷ୍ଠା ରଖନ୍ତି । ଏମିତି ଲୋକଙ୍କ ଦୋସ୍ତି କେବେ ବି ଆପଣଙ୍କୁ ସୁଖ ଦେବ ନାହିଁ । ବରଂ ଏମିତି ଲୋକଙ୍କ ପାଇଁ ଆପଣଙ୍କୁ ଅପମାନ ସହିବାକୁ ପଡିପାରେ ।

୬. ଚାଣକ୍ୟ ନୀତି ଅନୁସାରେ ଅନ୍ୟର ଭୁଲରୁ ଶିଖିବା ଦରକାର । ଯଦି ନିଜ ଉପରେ ପ୍ରୟୋଗ କରି ଶିଖନ୍ତି ତ ଆୟୁଷ କମ ପଡ଼ିଯିବ । ଭୁଲରୁ ଯିଏ ଶିକ୍ଷା ପାଇଥାନ୍ତି, ସେ ଜୀବନରେ ଅନେକ ସଫଳତା ପାଇଥାନ୍ତି । ର ମନ୍ତ୍ର କାମରେ ଲଗାନ୍ତି

Niharanjan

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

27 seconds ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

44 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago