ସ୍ପେଶାଲ

ଏବେ କୋଉଠି ପହଁଚିଛି ଚନ୍ଦ୍ରଯାନ ୩, ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ କଣ ରହିଛି ଓଡିଆ ପୁଅ ଶୁଭାଶିଷଙ୍କ ଭୂମିକା

ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଆଗକୁ ଆଗକୁ ଅଗ୍ରସର କରୁଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ କରାଯାଇଛି । ଏବେ ଏହା ପୃଥିବୀର କକ୍ଷରେ ରହିଛି ଓ ଧୀରେ ଧୀରେ ଚନ୍ଦ୍ର ଆଡକୁ ଗତି କରୁଛି । ତେବେ ବର୍ତ୍ତମାନ ଇସ୍ରୋ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ଅନ୍ତରିକ୍ଷ ଯାନର ସ୍ଥିତି ‘ସାମାନ୍ୟ’ ରହିଛି । ଇସ୍ରୋ କହିଛି ଯେ ଚନ୍ଦ୍ରଯାନର ତାଜା ସୂଚନା ମୁତାବକ କକ୍ଷାରେ ଆଗକୁ ବଢ଼ାଇବାର ପ୍ରଥମ କବାୟଦ ଆଇଏସଟିଆରଏସି/ଇସ୍ରୋ, ବେଙ୍ଗାଲୁରୁ ଦ୍ବାରା ସଫଳତାର ସହ ପୂରଣ କରିଛି । ଅନ୍ତରିକ୍ଷ ଯାନ ବର୍ତ୍ତମାନ ୪୧୭୬୨ କିଲୋମିଟର ଗୁଣା ୧୭୩ କିମି କକ୍ଷରେ ରହିଛି ।

ଚନ୍ଦ୍ରଯାନ ୩ ର ମୁଖ୍ୟ ଲକ୍ଷ୍ୟ ଚନ୍ଦ୍ରମା ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା । ଏହାପରେ ଏହା ଚନ୍ଦ୍ରମା ପୃଷ୍ଠରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ଓ ଏହାର ରହସ୍ୟ ଉପରୁ ପରଦା ଉଠାଇବ । ଏହା ସହିତ ଭାରତର ରାଷ୍ଟ୍ରୀୟ ଚିହ୍ନର ସଂକେତ ମଧ୍ୟ ଲେଖି କରି ଆସିବ । ଚନ୍ଦ୍ରଯାନ-୩ କୁ ପୃଥିବୀରୁ ଯାଇ ଚନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରାୟ ୪୦ ଦିନ ସମୟ ଲାଗିବ । ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ । ଏହା ଚନ୍ଦ୍ରରେ ଗୋଟିଏ ଲୁନାର ଦିନ କାର୍ଯ୍ୟ କରିବ । ଯାହା ପୃଥିବୀରେ ପ୍ରାୟ ୧୪ ଦିନ ସହିତ ସମାନ । ଏ ପର୍ଯ୍ୟନ୍ତ ବିଶ୍ୱର କେବଳ ୩ ଦେଶ ଆମେରିକା, ରୁଷ ଓ ଚୀନ୍ ଏପରି କରିପାରିଛନ୍ତି । ଏଥିରେ ସଫଳ ହେଲେ ଭାରତ ଏହି ଦେଶମାନଙ୍କ କ୍ଲବରେ ସାମିଲ ହୋଇଯିବ । ଚନ୍ଦ୍ରଯାନ ୩ ସହିତ ଏଥର କେବଳ ରୋଭର ଓ ଲ୍ୟାଣ୍ଡର ହିଁ ଯାଉଛନ୍ତି । ଚନ୍ଦ୍ରଯାନ ୨ ସହିତ ଯାଇଥିବା ଅର୍ବିଟର ଏବେ ବି ଚନ୍ଦ୍ରପୃଷ୍ଠରେ ଅଛି ଏବଂ କାମ କରୁଛି ।

ଲ୍ୟାଣ୍ଡରରୁ ଅଲଗା ହେବା ପରେ ରୋଭର ପ୍ରଜ୍ଞାନ କେବଳ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ନାହିଁ ବରଂ ସବୁଦିନ ଲାଗି ଚନ୍ଦ୍ରମାରେ ଭାରତର ଚିହ୍ନକୁ ଛାଡିଆସିବ । ରୋଭରର ପଛ ଚକାକୁ ଏପରି ତିଆରି କରାଯାଇଛି ଯାହା ଆଗକୁ ଯିବା ସହିତ ନିଜ ପଛରେ ରହିଯାଇଥିବା ଚନ୍ଦ୍ରମା ପୃଷ୍ଠରେ ଭାରତର ରାଷ୍ଟ୍ରୀୟ ଚିହ୍ନକୁ ଅଙ୍କିତ କରିବ । ଏହାର ଅନ୍ୟ ଏକ ଚକ ଇସ୍ରୋର ଚିହ୍ନ ପ୍ରିଣ୍ଟ କରିବ ଯାହା ସବୁଦିନ ଲାଗି ଚନ୍ଦ୍ର ପୃଷ୍ଠରେ ଭାରତର ଉପସ୍ଥିତିର ପ୍ରମାଣ ହେବ ।

ତେବେ ସବୁଠାରୁ ଖାସ୍ କଥା ହେଉଛି ବର୍ତ୍ତମାନ ‘ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଶୁଭାଶିଷ ନାୟକ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗାଁରେ । ୨୦୦୯ରେ ମାଟ୍ରିକ ପାସ୍ କରି ଜଣେ ଟେକ୍ନିସିଆନ୍ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ ପଢିବା ପରେ ସିଟିଟିସିରେ ତିନି ବର୍ଷ ପଢିଥିଲେ। ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ। ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ୟ୍ୟରତ ଅଛନ୍ତି।

ଚନ୍ଦ୍ରପୃଷ୍ଠକୁ ଉତକ୍ଷେପଣ ହୋଇଥିବା ଏଲଭିଏମ୍-୩ ଫ୍ୟାଟବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍ନିସିଆନ୍ ଟିମ୍ରେ ସେ ସାମିଲ ହୋଇଥିଲେ। ଚନ୍ଦ୍ରାୟନର ସଫଳ ଉତ୍କ୍ଷେପଣ ଓ ଏହାର ନିର୍ମାଣ ଟିମ୍ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ନିର୍ମଳା ନାୟକ ଜଣେ ଗୁହିଣୀ । ଶୁଭାଶିଷଙ୍କ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

7 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

26 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

34 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

51 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago