Below header

ଏବେ କୋଉଠି ପହଁଚିଛି ଚନ୍ଦ୍ରଯାନ ୩, ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ କଣ ରହିଛି ଓଡିଆ ପୁଅ ଶୁଭାଶିଷଙ୍କ ଭୂମିକା

ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଆଗକୁ ଆଗକୁ ଅଗ୍ରସର କରୁଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ କରାଯାଇଛି ।

ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଆଗକୁ ଆଗକୁ ଅଗ୍ରସର କରୁଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ କରାଯାଇଛି । ଏବେ ଏହା ପୃଥିବୀର କକ୍ଷରେ ରହିଛି ଓ ଧୀରେ ଧୀରେ ଚନ୍ଦ୍ର ଆଡକୁ ଗତି କରୁଛି । ତେବେ ବର୍ତ୍ତମାନ ଇସ୍ରୋ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ଅନ୍ତରିକ୍ଷ ଯାନର ସ୍ଥିତି ‘ସାମାନ୍ୟ’ ରହିଛି । ଇସ୍ରୋ କହିଛି ଯେ ଚନ୍ଦ୍ରଯାନର ତାଜା ସୂଚନା ମୁତାବକ କକ୍ଷାରେ ଆଗକୁ ବଢ଼ାଇବାର ପ୍ରଥମ କବାୟଦ ଆଇଏସଟିଆରଏସି/ଇସ୍ରୋ, ବେଙ୍ଗାଲୁରୁ ଦ୍ବାରା ସଫଳତାର ସହ ପୂରଣ କରିଛି । ଅନ୍ତରିକ୍ଷ ଯାନ ବର୍ତ୍ତମାନ ୪୧୭୬୨ କିଲୋମିଟର ଗୁଣା ୧୭୩ କିମି କକ୍ଷରେ ରହିଛି ।

ଚନ୍ଦ୍ରଯାନ ୩ ର ମୁଖ୍ୟ ଲକ୍ଷ୍ୟ ଚନ୍ଦ୍ରମା ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା । ଏହାପରେ ଏହା ଚନ୍ଦ୍ରମା ପୃଷ୍ଠରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ଓ ଏହାର ରହସ୍ୟ ଉପରୁ ପରଦା ଉଠାଇବ । ଏହା ସହିତ ଭାରତର ରାଷ୍ଟ୍ରୀୟ ଚିହ୍ନର ସଂକେତ ମଧ୍ୟ ଲେଖି କରି ଆସିବ । ଚନ୍ଦ୍ରଯାନ-୩ କୁ ପୃଥିବୀରୁ ଯାଇ ଚନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରାୟ ୪୦ ଦିନ ସମୟ ଲାଗିବ । ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ । ଏହା ଚନ୍ଦ୍ରରେ ଗୋଟିଏ ଲୁନାର ଦିନ କାର୍ଯ୍ୟ କରିବ । ଯାହା ପୃଥିବୀରେ ପ୍ରାୟ ୧୪ ଦିନ ସହିତ ସମାନ । ଏ ପର୍ଯ୍ୟନ୍ତ ବିଶ୍ୱର କେବଳ ୩ ଦେଶ ଆମେରିକା, ରୁଷ ଓ ଚୀନ୍ ଏପରି କରିପାରିଛନ୍ତି । ଏଥିରେ ସଫଳ ହେଲେ ଭାରତ ଏହି ଦେଶମାନଙ୍କ କ୍ଲବରେ ସାମିଲ ହୋଇଯିବ । ଚନ୍ଦ୍ରଯାନ ୩ ସହିତ ଏଥର କେବଳ ରୋଭର ଓ ଲ୍ୟାଣ୍ଡର ହିଁ ଯାଉଛନ୍ତି । ଚନ୍ଦ୍ରଯାନ ୨ ସହିତ ଯାଇଥିବା ଅର୍ବିଟର ଏବେ ବି ଚନ୍ଦ୍ରପୃଷ୍ଠରେ ଅଛି ଏବଂ କାମ କରୁଛି ।

isroଲ୍ୟାଣ୍ଡରରୁ ଅଲଗା ହେବା ପରେ ରୋଭର ପ୍ରଜ୍ଞାନ କେବଳ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ନାହିଁ ବରଂ ସବୁଦିନ ଲାଗି ଚନ୍ଦ୍ରମାରେ ଭାରତର ଚିହ୍ନକୁ ଛାଡିଆସିବ । ରୋଭରର ପଛ ଚକାକୁ ଏପରି ତିଆରି କରାଯାଇଛି ଯାହା ଆଗକୁ ଯିବା ସହିତ ନିଜ ପଛରେ ରହିଯାଇଥିବା ଚନ୍ଦ୍ରମା ପୃଷ୍ଠରେ ଭାରତର ରାଷ୍ଟ୍ରୀୟ ଚିହ୍ନକୁ ଅଙ୍କିତ କରିବ । ଏହାର ଅନ୍ୟ ଏକ ଚକ ଇସ୍ରୋର ଚିହ୍ନ ପ୍ରିଣ୍ଟ କରିବ ଯାହା ସବୁଦିନ ଲାଗି ଚନ୍ଦ୍ର ପୃଷ୍ଠରେ ଭାରତର ଉପସ୍ଥିତିର ପ୍ରମାଣ ହେବ ।

ତେବେ ସବୁଠାରୁ ଖାସ୍ କଥା ହେଉଛି ବର୍ତ୍ତମାନ ‘ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଶୁଭାଶିଷ ନାୟକ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗାଁରେ । ୨୦୦୯ରେ ମାଟ୍ରିକ ପାସ୍ କରି ଜଣେ ଟେକ୍ନିସିଆନ୍ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ ପଢିବା ପରେ ସିଟିଟିସିରେ ତିନି ବର୍ଷ ପଢିଥିଲେ। ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ। ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ୟ୍ୟରତ ଅଛନ୍ତି।

ଚନ୍ଦ୍ରପୃଷ୍ଠକୁ ଉତକ୍ଷେପଣ ହୋଇଥିବା ଏଲଭିଏମ୍-୩ ଫ୍ୟାଟବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍ନିସିଆନ୍ ଟିମ୍ରେ ସେ ସାମିଲ ହୋଇଥିଲେ। ଚନ୍ଦ୍ରାୟନର ସଫଳ ଉତ୍କ୍ଷେପଣ ଓ ଏହାର ନିର୍ମାଣ ଟିମ୍ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ନିର୍ମଳା ନାୟକ ଜଣେ ଗୁହିଣୀ । ଶୁଭାଶିଷଙ୍କ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.