ଲ୍ୟାଣ୍ଡିଂ କରୁଥିବା ବେଳେ ରନୱେରେ ଖସିଲା ବିମାନ, ଭୟରେ ଚିତ୍କାର କଲେ ଯାତ୍ରୀ: ଭିଡିଓ ଭାଇରଲ

ବ୍ରାଜିଲରେ ଲଟମ ଏୟାରଲାଇନ୍ସର ବିମାନ LA ୩୩୦୦ ଲ୍ୟାଣ୍ଡିଂ କରୁଥିବା ବେଳେ ରନୱେରୁ ଖସିପଡିଛି । ଯାହାର ଭିଡିଓ ଜଣେ ଯାତ୍ରୀଙ୍କ ମୋବାଇଲରେ କଏଦ ହୋଇଛି । ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ଲ୍ୟାଣ୍ଡିଂ କରୁଥିବା ସମୟରେ ରନୱେରେ ଖସିଲା ବିମାନ ଚକ । ବିମାନର ଚକା ରନୱେରୁ ଖସୁଥିବାର ଭିଡିଓ ଜଣେ ଯାତ୍ରୀଙ୍କ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ବ୍ରାଜିଲରେ ଲଟମ ଏୟାରଲାଇନ୍ସର ବିମାନ ନମ୍ବର LA ୩୩୦୦, ସାଓ ପାଉଲୋ-ଗୁଆରୁଲହୋସ ବିମାନ ବନ୍ଦରରୁ ସକାଳ ପ୍ରାୟ ୯:୨୦ ସମୟରେ ଉଡ଼ାଣ ଆରମ୍ଭ କରିବା ପରେ ଫ୍ଲୋରିଆନୋପୋଲିସ୍-ହର୍ସିଲିଓ ଲୁଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ବିମାନଟି ଲ୍ୟାଣ୍ଡିଂ ସମୟରେ ପ୍ରବଳ ବର୍ଷା ହେଉ ଥିବାରୁ ରନୱେ ସମ୍ପୂର୍ଣ୍ଣ ଓଦା ଥିଲା। ବିମାନଟି ରନୱେରେ କିଛି ବାଟ ଯାଇଥିବାବେଳେ ଏହାର ଚକ ଖସିଯାଇଥିଲା । ଆଉ ବିମାନଟି ବାମ ପାର୍ଶ୍ୱ ଆଡକୁ ମାଡିଯାଇଥିଲା । ବିମାନଟି ରନୱେରୁ ବାହାରିଯାଇ ଘାସ ଥିବା ପଡିଆ ଆଡକୁ ଚାଲିଯାଇଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ବିମାନଟି ଲ୍ୟାଣ୍ଡିଂ କରୁଥିବା ସମୟରେ ରନୱେରେ କିଛି ବାଟ ଯିବା ପରେ ବିମାନର ଚକା ରନେଓ୍ଵରୁ ଖସିଯାଇଥିଲା । ବିମାନର ଡାହାଣ ପାର୍ଶ୍ୱ ତଳେ ଘଷି ହୋଇଯାଇଥିବାରୁ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପାଟି କରିଥିଲେ । ବିମାନଟି ରନୱେରୁ ଖସିଯିବା ପରେ ତୁରନ୍ତ ବିମାନବନ୍ଦରରେ ଥିବା ସୁରକ୍ଷା ଅଧିକାରୀମାନଙ୍କୁ ଖବର ଦିଆଯାଇଥିଲା ।


ଏହାପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ବିମାନରେ ୧୭୨ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ମେଡିକାଲ ଟିମ୍‌ ଯାଞ୍ଚ କରିବା ପରେ ଘରକୁ ଛାଡିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.