ଆସିଲା Xtreme 200R ଏବଂ 125R ସ୍ପାଏ ଶଟ, ଖୁବଶୀଘ୍ର ହେବ ଲଞ୍ଚ

ଏହି ନୂଆ ହିରୋ ମୋଟରବାଇକ୍ ଏକ ଷ୍ଟାଇଲିସ୍ ଏବଂ ସୁନ୍ଦର ପ୍ୟାକେଜକୁ ପ୍ରେଜେଣ୍ଟ କରୁଛି । ପ୍ରିମିୟମ ମୋଟରସାଇକେଲ ସହିତ ଘରୋଇ ବଜାରରେ ଏହାର ଲାଇନ୍ଅପ୍ ବଢ଼ାଇବା ପାଇଁ ହିରୋ ମୋଟୋକର୍ପ ପ୍ଲାନ ଘୋଷଣା କରିସାରିଛି । କମ୍ପାନୀ ବର୍ତ୍ତମାନ ପ୍ରିମିୟମ୍ ସେଗମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖିଛି ।

ଜୟପୁରରୁ ଆସୁଥିବା ଦୁଇଟି ହିରୋ ମୋଟୋକର୍ପ ମୋଟରସାଇକେଲର ସ୍ପାଏ ଶଟ ଆସିବା ପରେ ବାଇକ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ସେହି ବାଇକ ମଧ୍ୟରୁ ପ୍ରଥମ ଟେଷ୍ଟ୍ ମ୍ୟୁଲ ଏକ ସ୍ପୋର୍ଟି 125cc କମ୍ୟୁଟର ମଡେଲ୍ କୁ ସୋ’ କରୁଛି, ଯାହା ଟିଭିଏସ୍ ରାଇଡର୍ ଏବଂ ବଜାଜ ପଲସର 125 ଭଳି ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ଲାନ ହୋଇଥିଲା । ଏହି ବାଇକରେ ଏଲଇଡି ଲାଇଟିଙ୍ଗ ସହ ସ୍ପିଲ୍ଟ ସିଟ ଡିଜାଇନ, ଆଗରେ ଟେଲିସ୍କୋପିକ ଫର୍କ, ଗୋଟିଏ ରିଅର ମୋନୋସକ ଏବଂ ସ୍ପିଲ୍ଟ ଟାଇପ୍‌ ଆଲୋଇ ହ୍ଵିଲ୍ସ ରହିଛି । ଏହି ନୂଆ ହିରୋ ମୋଟରବାଇକ୍ ଏକ ଷ୍ଟାଇଲିସ୍ ଏବଂ ସୁନ୍ଦର ପ୍ୟାକେଜକୁ ପ୍ରେଜେଣ୍ଟ କରୁଛି । ତେବେ ଏହି ବାଇକରେ ଏକ ସ୍ପେଶିଅସ ଫ୍ୟୁଏଲ ଟ୍ୟାଙ୍କ ସହିତ ନି ରିସେସ୍‌ ଏଲ୍ୟୁରରେ ଆଡ୍‌ କରାଯାଇଛି ।

ହିରୋ, ଗ୍ଲାମର 125 ବଡି ପ୍ୟାନେଲ୍ସ ତଳେ ପ୍ରୋଭେନ ଇଞ୍ଜିନ୍ ବ୍ୟବହାର କରିବ ବୋଲି ଆଶା କରାଯାଉଛି । ଏହା 124.7cc ର ଡିସପ୍ଲେସମେଣ୍ଟ ଅଫର ଦେବ । ତେବେ ସଠିକ୍ ଆକଳନ ଏପର୍ଯ୍ୟନ୍ତ ଠିକ ହୋଇନାହିଁ । ପାଓ୍ଵାର ଏବଂ ଟର୍କ ଫିଗରରେ ଗ୍ଲାମରର 10.72 bhp ଏବଂ 10.6 Nm ଆଉଟପୁଟ୍ ସାମାନ୍ୟ ବଢ଼ାଇବ । ଏହି ଟ୍ରାନ୍ସମିଶନ ୟୁନିଟ 5-ସ୍ପିଡ ଗିଅର ବକ୍ସ ଭଳି ହେବ । Xtreme 125R , TVS ରାଇଡର୍ ପାଇଁ ଏକ ବଡ଼ ପ୍ରତିଦ୍ୱନ୍ଦୀ ହେବ ।

ତେବେ ଦ୍ୱିତୀୟ ଟେଷ୍ଟ ମ୍ୟୁଲ କଣ ରହିଛି ଆସନ୍ତୁ ଜାଣିବା । ଏହା ବର୍ତ୍ତମାନ ବନ୍ଦ ହୋଇଥିବା Xtreme 200R ର ସକ୍‌ସେସରକୁ ରିପ୍ରେଜେଣ୍ଟ କରୁଛି । ଷ୍ଟ୍ରାଇକିଙ୍ଗ ପ୍ରେଜେଣ୍ଟ ସହିତ, ଏହି ବାଇକର ଫିଚରରେ ହିରୋର ସିଗନେଚର, H ସେପ୍‌ ର ଏଲଇଡି DRL ଏବଂ ଏଲଇଡି ହେଡଲ୍ୟାମ୍ପ ରହିଛି । ଏହି ବାଇକରେ ସ୍ୱତନ୍ତ୍ର ଟ୍ୟାଙ୍କ ଏକ୍ସଟେନ୍ସନ୍, ଏକ ବଡ଼ ଫ୍ରଣ୍ଟ ଟାୟାର, ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫର୍କ୍ସ, ଏକ ରିଅର ମୋନୋଶକ୍ ଏବଂ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ରେ ସଜା ଯାଇଥିବା ଡିସ୍କ ବ୍ରେକ୍ ରହିଛି, ଯାହା ଏଗ୍ରେସିଭ ଷ୍ଟାଇଲିଂରେ ସହାୟକ ହୋଇଥାଏ ।

ସ୍ପାଏ ସଟରୁ ଇଞ୍ଜିନ୍ ସ୍ପେିସିଫିକ ଦେଖା ଯାଇନଥିବାବେଳେ, ମୋଟରସାଇକେଲ୍ Xpulse 200 ରେ ମିଳୁଥିବା ସମାନ 199.6cc ଇଞ୍ଜିନକୁ Xtreme 200R ସାମିଲ କରିବ ବୋଲି ଆଶା କରାଯାଇଛି । ତେବେ ଏଥିରେ 4 ଭେଲଭ୍‌ ହେଡ ରହିପାରେ । ଏହା ପାଓ୍ଵାରକୁ ବଢାଇପାରେ ଏବଂ ଟର୍କ ଫିଗରକୁ 18.9 bhp ଏବଂ 17.35 Nm କୁ ବୃଦ୍ଧି କରି ଏହା ଏକ ପେପି ପର୍ଫମାନ୍ସ ଦେବ ।

ଏହି ଦୁଇ ମୋଟରସାଇକେଲ ଅଫିସିଆଲ ଲଞ୍ଚ ଡେଟ ଆନାଉନ୍ସ କରାଯାଇ ନାହିଁ । ତେବେ ବର୍ଷ ଶେଷ ପୂର୍ବର ଏହା ଲଞ୍ଚ ହେବ ବୋଲି ଆଶା କରାଯାଉଛି । hero bike

ସ୍ପୋର୍ଟି 125 ସିସି କମ୍ୟୁଟର ମଡେଲ୍ ଏବଂ Xtreme 200R ସକ୍‌ସେସର ଭଲ ପର୍ଫମାନ୍ସ , ଆକର୍ଷଣୀୟ ଡିଜାଇନ୍ ଏବଂ ରାଇଡିଙ୍ଗର ମଜା ଦେବ ବୋଲି ଆଶା କରାଯାଉଛି । ହିରୋର ବଡ଼ ଡିଲର ଏବଂ ସର୍ଭିସ ନେଟୱାର୍କ ସହିତ ଏହି ଦୁଇଟି ବାଇକ୍ ନିଶ୍ଚିତ ଭାବେ ସଫଳ ହେବ ବୋଲି ଲକ୍ଷ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.