ଖରା ତାତିରେ ସିଝୁଛି ଆମେରିକା, ୧୧ କୋଟିରୁ ଅଧିକ ଲୋକ ପ୍ରଭାବିତ

ଆମେରିକାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା ।ଫ୍ଲୋରିଡାରୁ କାର୍ଲିଫର୍ଣ୍ଣିଆ, ୱାଂଶିଟନ୍ ଭଳି ବିଭିନ୍ନ ସହରରେ ପ୍ରଚଣ୍ଡ ଖରା ହେଉଛି । ଲୋକଙ୍କ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।

ଜଳୁଛି ଆମେରିକା । ପ୍ରଚଣ୍ଡ ରୌଦ୍ରତାପରେ ଛଟପଟ ହେଉଛି ସାରା ଦେଶ । ଭାରତର ଅନେକ ରାଜ୍ୟରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକା ଓ ୟୁରୋପରେ ପ୍ରବଳ ଗରମ । ଖରା ଓ ତାତିରେ ସିଝୁଛି ଆମେରିକା । ରେକର୍ଡ ଭାଙ୍ଗିଛି ତାପମାତ୍ରା । ଫ୍ଲୋରିଡାରୁ କାର୍ଲିଫର୍ଣ୍ଣିଆ, ୱାଂଶିଟନ୍ ଭଳି ବିଭିନ୍ନ ସହରରେ ପ୍ରଚଣ୍ଡ ଖରା ହେଉଛି ।

ଆମେରିକାର ଏକ ତୃତୀୟାଶଂ ତଥା ୧୧କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆଗାମୀ ସପ୍ତାହେ ଯାଏ ତାତିରୁ ତ୍ରାହି ମିଳିବନି ବୋଲି ଆଲର୍ଟ ଜାରି ହୋଇଛି । ଲୋକଙ୍କ ବାହାରକୁ ବାହାରିବାକୁ ବାରଣ କରିଛି ନ୍ୟାସନାଲ ୱେଦର ସର୍ଭିସ । ଶନିବାର ଆରିଜୋନାରେ ସବୁଠାରୁ ଅଧିକ ତାପମାତ୍ରା ୪୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଲଗାତର ୧୬ ଦିନ ଧରି ୪୩ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଲୋକମାନଙ୍କ ପାଇଁ ମୋବାଇଲ କ୍ଲିନିକ ଖୋଲାଯାଇଛି । ଏପଟେ କାଲିପର୍ଣ୍ଣିଆର ଡେଥ୍ ଭ୍ୟାଲି ୫୪ ଡିଗ୍ରୀ ସହ ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି । ଆମେରିକା ସହ ଇଟାଲି , ଫ୍ରାନ୍ସ, ଜର୍ମାନୀ, ପୋଲାଣ୍ଡରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଇଟାଲିରେ ୧୬ ସହର ପାଇଁ ଆଲର୍ଟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.