Below header

ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହ ରଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଚାରି ଦିନ ଓଡ଼ିଶାରେ ରହିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳ ଭିତରେ କଣ କରିଛନ୍ତି। ଗରିବ କଲ୍ୟାଣ ଯୋଜନା ପାଇଁ କଣ କରିଛନ୍ତି। ଲୋକଙ୍କ ସହ ଏ ବାବଦରେ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିବି: ମନ୍ତ୍ରୀ ନିତ୍ୟାନନ୍ଦ ରାୟ,

ଭୁବନେଶ୍ବର(କେନ୍ୟୁଜ୍): ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନରେ ପହଞ୍ଚିବା ପରେ ଦଳର ରାଜ୍ୟ କର୍ଯ୍ୟଳୟରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ପରେ କନ୍ଧମାଳ ଅଭିମୁଖେ ଗସ୍ତ କରିଥିଲେ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଅବସରରେ କନ୍ଧମାଳ ପରେ ବୌଦ୍ଧ ଗସ୍ତ କରିବେ। ଏହାପରେ ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ଦଳୀୟର ନେତାଙ୍କ ସହ ମାନସ ମଂଥନ କରିବେ। ସେହିପରି ଅନୁଗୁଳ ଜିଲ୍ଲାର ବୁଥ, ମଣ୍ଡଳ ଏବଂ ଜିଲ୍ଲା ସ୍ତରର କାର୍ଯ୍ୟକର୍ତା ସହ ୨୪ ନିର୍ବାଚନ ନେଇ ପ୍ରସ୍ତୁତ କରିବେ ରଣନୀତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳ ଭିତରେ କଣ କରିଛନ୍ତି। ଗରିବ କଲ୍ୟାଣ ଯୋଜନା ପାଇଁ କଣ କରିଛନ୍ତି। ଲୋକଙ୍କ ସହ ଏ ବାବଦରେ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିବି। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ପାଇଁ ଦେଶ ଆତ୍ମନିର୍ଭର ହେବା ସହ ଆଗକୁ ମଧ୍ୟ ବଢୁଛି। ଵିଶେଷକରି ଗରିବ କଲ୍ୟାଣ ଯୋଜନା ଦ୍ୱାରା ଲୋକେ ବେଶ ଉପକୃତ ହୋଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ସଙ୍କଳ୍ପଵଧ। ୨୦୪୭ ରେ ଦେଶ ଯେତେବେଳେ ସ୍ୱାଧୀନତାର ଶତ ବାର୍ଷିକୀ ପାଳନ କରିବ। ସେତେବେଳେ ସବୁ କ୍ଷେତ୍ରରେ ଆଗରେ ରହିବ। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସମୟରେ ଚେଷ୍ଟିତ। ଚାରି ଦିନର ଏହି କାର୍ଯ୍ୟକ୍ରମ। ଦୁଇଟି ଲୋକସଭା କ୍ଷେତ୍ର କନ୍ଧମାଳ ଏବଂ ଢେଙ୍କାନାଳରେ ଦଳୀୟ ସଙ୍ଗଠନର କିଭଳି ବିସ୍ତାର ହେବ। ସେନେଇ ବୁଥ, ମଣ୍ଡଳ ଏବଂ ଜିଲ୍ଲା ସ୍ତରର କାର୍ଯ୍ୟକର୍ତା ହେବ ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.