ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନଳକୂପ ଯନ୍ତ୍ରାଂଶ ଚୋରା ବିକ୍ରି ଉଦ୍ୟମ, ଧରିଲେ ସ୍ଥାନୀୟ ଲୋକେ 

ବିବାର ଛୁଟି ଦିନ ଥିବା ବେଳେ ସରକାରୀ ଅଫିସ ଖୋଲାଯାଇ ଏକ ପିକଅପ ଗାଡ଼ିରେ ଲକ୍ଷାଧିକ ଟଙ୍କାର ନଳକୂପ ମରାମତି ଯନ୍ତ୍ରାଂଶ ବାହାରକୁ ଚୋରା ବିକ୍ରି ପାଇଁ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଧରିବା ସହ ପୋଲିସକୁ ଖବର ଦେଇଥିଲେ।

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଥିବା ଜଳ ଯୋଗାଣ ଓ ପରିମଳ ବିଭାଗର ନଳକୂପ ଯନ୍ତ୍ରାଂଶ ଚୋରା ବିକ୍ରି ଉଦ୍ୟମ ବେଳେ ଧରିଲେ ସ୍ଥାନୀୟ ଲୋକେ l ଗାଡିକୁ ଅଟକାଇବା ସହ ପୋଲିସର ଜିମା ଦିଆଯାଇଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଥିବା ଜଳ ପରିମଳ ବିଭାଗର ଖଲାସୀ ଦୀନବନ୍ଧୁ ମହାରଣାଙ୍କ ସହାୟତାରେ ଯନ୍ତ୍ରାଂଶ ଚୋରା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

ଆଜି ରବିବାର ଛୁଟି ଦିନ ଥିବା ବେଳେ ସରକାରୀ ଅଫିସ ଖୋଲାଯାଇ ଏକ ପିକଅପ ଗାଡ଼ିରେ ଲକ୍ଷାଧିକ ଟଙ୍କାର ନଳକୂପ ମରାମତି ଯନ୍ତ୍ରାଂଶ ବାହାରକୁ ଚୋରା ବିକ୍ରି ପାଇଁ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଧରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉକ୍ତ ପିକଅପ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.