ସ୍ପେଶାଲ

ସାରା ଦିନରେ ଏହି ୫ ମନ୍ତ୍ରର ଜପ ଦ୍ୱାରା ଜୀବନରେ ଖୁସି ଓ ସମୃଦ୍ଧି ବଜାୟ ରହିଥାଏ

ଆମ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହାକୁ ପାଳନ କଲେ ମନୁଷ୍ୟ ଜୀବନରେ ଖୁସିରେ ଭରି ଯାଇଥାଏ । ଧର୍ମ ଗ୍ରନ୍ଥରେ ଏମିତି କୁହାଯାଇଛି ଯେଉଁ ବ୍ୟକ୍ତି ଶୁଭ ମୁହୂର୍ତ୍ତରେ ଉଠିଥାନ୍ତି ଓ ରାତିରେ ଠିକ୍‌ ସମୟରେ ଶୋଇଥାନ୍ତି, ତାଙ୍କ ଜୀବନରେ ସୁଖ ଶାନ୍ତି ସର୍ବଦା ଲାଗି ରହିଥାଏ । କୁହାଯାଏ ସାରା ଦିନରେ ଏହି ୫ ମନ୍ତ୍ର ଜପ କଲେ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।

କର ଦର୍ଶନ ମନ୍ତ୍ର :

ସକାଳେ ମନୁଷ୍ୟ ଉଠିବା ପରେ ସର୍ବ ପ୍ରଥମେ ନିଜର ଦୁଇ ପାପୁଲିକୁ ଯୋଡି କରି ଦର୍ଶନ କରିବା ଉଚିତ୍‌ । ଦର୍ଶନ ସମୟରେ ଏହି ମନ୍ତ୍ର ଜପ କରିବା ଉଚିତ୍‌ । ଏଥିରେ ସୁଖ ସମୃଦ୍ଧି କେବେ କମ ହେବ ନାହିଁ ।

‘କରାଗ୍ରେ ବସତି ଲକ୍ଷ୍ମୀଃ କରମଧ୍ୟେ ସରସ୍ୱତୀ ।
କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍‌ ।।

ସ୍ନାନ ମନ୍ତ୍ର :

ସ୍ନାନ କରିବା ସମୟରେ ମଧ୍ୟ ତଳେ ଦିଆଯାଇଥିବା ମନ୍ତ୍ର ଜପ କରନ୍ତୁ । କୁହାଯାଏ ଏହି ମନ୍ତ୍ର ମାଧ୍ୟମରେ ଗଙ୍ଗା,ଯମୁନା, ନର୍ମଦା,ସିନ୍ଧୁ,ଗୋଦାବରୀ,ସରସ୍ୱତୀ, କାବେରୀ ନଦୀଙ୍କୁ ସ୍ମରଣ କରିବା ଉଚିତ୍‌ ।

ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ।
ନର୍ମଦା ସିନ୍ଧୁ କାବେରୀ ଜଳେସ୍ମିନସନ୍ନିଧିଂ କରୁ ।।

ସୂର୍ଯ୍ୟ ମନ୍ତ୍ର :

ସକାଳେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ‘ ଓଁ ସୂର୍ଯ୍ୟାୟ ନମଃ’ ଜପ କରନ୍ତୁ । ଏହି ମନ୍ତ୍ର ଅତି କମରେ ୧୧, ୨୧ ବା ୧୦୮ ଥର ଜପ କରନ୍ତୁ ।

ଭୋଜନ ମନ୍ତ୍ର :

ଭୋଜନ ସମୟରେ ଭୋଜନକୁ ସମ୍ମାନ କରିବାର କଥା କୁହାଯାଇଛି । କୁହାଯାଏ କେବେ ବି ବ୍ୟକ୍ତିକୁ ଅନ୍ନର ଅପମାନ କରିବା କଥା ନୁହେଁ । ଭୋଜନ କରିବା ପୂର୍ବରୁ ଭୋଜନ ମନ୍ତ୍ର ପାଠ କରନ୍ତୁ ।

ଶୟନ ମନ୍ତ୍ର :

ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ର ଜପ ଅବଶ୍ୟ କରନ୍ତୁ ।

‘ଜଳେ ରକ୍ଷତୁ ବାରାହଃ ସ୍ଥଳେ ରକ୍ଷତୁ ବାମନଃ ।
ଅଟବ୍ୟାଂ ନାରସିଂହଶ୍ଚ ସର୍ବତଃ ପାତୁ କେଶବଃ ।।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago