ସ୍ପେଶାଲ

ପ୍ରେସର କୁକରରେ ଫଟାଫଟ୍ ରୁଟି ତିଆରି ହେବାର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ

ସୋସିଆଲ ମିଡିଆରେ ଲୋକମାନେ ଆଜିକାଲି ଭାଇରାଲ ହେବା ପାଇଁ କିଛି ବି ପୋଷ୍ଟ କରୁଛନ୍ତି । ଏମିତି ଅଜବ ଘଟଣା ଦେଖିବାକୁ ମିଳୁଛି, ଯାହା ପାଇଁ କିଛି ପ୍ରଶଂସାର ପାତ୍ର ପାଲଟୁଛନ୍ତି ତ ଅନ୍ୟ କିଏ ଟ୍ରୋଲର୍ସଙ୍କ ସାମ୍ନା କରୁଛନ୍ତି । ଏବେ ଆମେ ଏମିତି ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଛୋଟ ବେଳୁ ଆମେ ସମସ୍ତେ ଜାଣିଛେ ଯେ, ମାଆ ତାୱାରେ ରୁଟି ତିଆରି କରି ଘରେ ଖାଇବାକୁ ଦେଇଥାନ୍ତି । ରୁମାଲୀ ରୋଟି ଓ ତନ୍ଦୁରୀ ରୋଟି ପାଇଁ କୌଶଳ ଅଲଗା ରହିଛି । କିନ୍ତୁ ଘରର ନିୟମିତ ରୁଟି ତାୱାରେ ହିଁ ହୋଇଥାଏ । କିନ୍ତୁ ଏଠାରେ ମହିଳା ଜଣକ ପ୍ରେସର କୁକରରେ ରୁଟି ତିଆରି କରୁଛନ୍ତି ।

ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଏହାକୁ ଦେଖି ଲୋକମାନେ କହିଛନ୍ତି ଯେ, ଭାରତୀୟ ମାନଙ୍କ ସହ ଯୁଗାଡ଼ ମାମଲାରେ କେହି ବି ଆଗେଇ ପାରିବେ ନାହିଁ ।  ଆପଣ ବି ଦେଖନ୍ତୁ ଥରେ ଏହି ଭିଡିଓ..

ଏହାକୁ Fun N Fashion ନାମକ ୟୁଟୁବ ଚ୍ୟାନେଲ ସେୟାର କରିବା ସହ ଏହା ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ଯେତିକି ଖୁସି ହେଉଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ । ଏହାକୁ ୧୫୦୦ରୁ ଅଧିକ ଲୋକ ଦେଖିସାରିଛନ୍ତି । କିନ୍ତୁ ଏହାକୁ ନେଇ ସୁରକ୍ଷିତ  ରହିବାର ପ୍ରାଶ୍ନ ମଧ୍ୟ ଉଠିଛି । ଖାଲି ପ୍ରେସରରେ ବିନା ପାଣିରେ କୁକରରେ ସିଟି ଦେବା ଟେକନିକ୍ କୁ ଦେଖି ଲୋକ ସୁରକ୍ଷିତ ରହିବାର ପ୍ରଶ୍ନ ଉଠାଇଛନ୍ତି ।

KNews Bureau

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

3 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

4 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

47 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

51 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago