ସ୍ପେଶାଲ

ଚର୍ଚ୍ଚାରେ ସବିତା ଦିଦିଙ୍କ କବିତା, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ପ୍ରଶଂସାର ସୁଅ

ଚର୍ଚ୍ଚାରେ ସବିତା ଦିଦିଙ୍କ କବିତା । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିଜର ନିଆରାପଣ ଆପଣେଇଛନ୍ତି । କରୋନା ସଚେତନ ପାଇଁ, ଅଙ୍ଗନବାଡ଼ି କର୍ମୀ ସବିତା ପାଢ଼ୀ , ନିଜେ କବିତା ଲେଖି , ତାକୁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ଏଥିପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ କରିଛନ୍ତି ପ୍ରଶଂସା।

ଗଂଜାମ ଜିଲ୍ଲା ଆସିକା ବ୍ଳକ , ଗୁଣ୍ଠପଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବନ୍ଧ ଗାଁର ଅଙ୍ଗନବାଡ଼ି କର୍ମୀ ସବିତା ପାଢ଼ୀଙ୍କ ଏଭଳି ନିଆରା ସଚେତନ ପାଇଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟୁଇଟ୍ କରି ପ୍ରଶଂସା କରିଛନ୍ତି । ପ୍ରଥମେ ପ୍ରଥମେ ଏଭଳି ସଚେତନ ପାଇଁ, ଲୋକଙ୍କ ପାଖରୁ ବିଭିନ୍ନ କଥା ଶୁଣିବାକୁ ପଡିଲା । ପରେ ଲୋକେ ବୁଝିଲେ ଓ ସଚେତନ ହେଲେ । ଏବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଟୁଇଟ୍ କରି ପ୍ରଶଂସା କରିଥିବାରୁ, ପରିଶ୍ରମର ଫଳ ମିଳିଗଲା ବୋଲି, କହିଛନ୍ତି ସବିତା।

ସକାଳୁ ରାତି ଯାଏ, ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି, ଗୁରୁତ୍ବ ଦେଇ କାମ କରିଥାନ୍ତି ସବିତା । ପ୍ରତିଦିନ ସକାଳୁ ଘରର କାମସାରି , ବାହାରି ପଡ଼ନ୍ତି ନିଜର କର୍ମକ୍ଷେତ୍ରକୁ। ଘରକୁ ଘର ବୁଲି, ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ସହ, ଗାଁ ଦାଣ୍ଡରେ ଗୀତଗାଇ , ଲୋକଙ୍କୁ ବୁଝାଇଥାନ୍ତି । ଯେଉଁ ମାନେ ଅବୁଝା ହୁଅନ୍ତି , ପରଦିନ ସେମାନେ କେମିତି ବୁଝିବେ, ସେନେଇ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି ଓ ତାଙ୍କୁ ପାଇଁ କବିତାଟିଏ ଲେଖି ଗୀତ ମାଧ୍ୟମରେ ବୁଝାଇ, ଯେକୈ।ଣସି ପ୍ରକାରେ ବାଟକୁ ଆଣନ୍ତି । ଏହାହିଁ ହେଉଛି, ସବିତାଙ୍କ କବିତାର ଚମତ୍କାରିତା । ଗୀତ ଓ କବିତାର ବାସ୍ତବତାକୁ , ଲୋକଙ୍କ ପାଖରେ ପ୍ରତିଫଳିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି ସେ। ଆଉ ଏହାହିଁ ହେଉଛି, ସବିତା ପାଢ଼ୀଙ୍କ ନିଆରାପଣ ।

କରୋନା ସଂକ୍ରମଣ ଠାରୁ ଆଜିଯାଏଁ , ଗଂଜାମ ଜିଲ୍ଲାର ପ୍ରତ୍ୟେକ ଜନସାଧାରଣ ଜଣେ ଜଣେ ପ୍ରଶଂସାର ପାତ୍ର । ଏ କଥାକୁ ଅସ୍ବୀକାର କରିହେବ ନାହିଁ । କାରଣ ସଂକ୍ରମଣହାରକୁ ନେଇ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଗଂଜାମରେ , ପ୍ରତ୍ୟେକ ଜନସାଧାରଣ ସଚେତନ ଓ ସତର୍କ ହେବାରୁ , ଜିଲ୍ଲାରେ ସ୍ଥିତି , ଆଜି ନିୟନ୍ତ୍ରଣକୁ ଆସିଛି । ଏବେବି ସେହି ସତର୍କତା ଜାରି ରହିଛି । ଏଭଳି ପରିସ୍ଥିତିରେ , ନିଃସ୍ଵାର୍ଥପର ସେବାପାଇଁ, ଆଗଧାଡିର ଅନେକ ଯୋଦ୍ଧା ପ୍ରଶଂସିତ ସୋଇଛନ୍ତି । ସେହି କ୍ରମରେ, ସବିତା ପାଢ଼ୀଙ୍କ ଏଭଳି ନିଆରା ପ୍ରୟାସ, ଆଗଧାଡିର ଯୋଦ୍ଧାଙ୍କ ଠାରୁ କୈ।ଣସି ଗୁଣରେ କମ୍ ହେବନାହିଁ ବୋଲି, ସାଧାରଣରେ ମତ ପ୍ରକାଶ ପାଇଛି ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago