ଚର୍ଚ୍ଚାରେ ସବିତା ଦିଦିଙ୍କ କବିତା, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ପ୍ରଶଂସାର ସୁଅ

ଚର୍ଚ୍ଚାରେ ସବିତା ଦିଦିଙ୍କ କବିତା । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିଜର ନିଆରାପଣ ଆପଣେଇଛନ୍ତି । କରୋନା ସଚେତନ ପାଇଁ, ଅଙ୍ଗନବାଡ଼ି କର୍ମୀ ସବିତା ପାଢ଼ୀ , ନିଜେ କବିତା ଲେଖି , ତାକୁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ଏଥିପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ କରିଛନ୍ତି ପ୍ରଶଂସା।

ଗଂଜାମ ଜିଲ୍ଲା ଆସିକା ବ୍ଳକ , ଗୁଣ୍ଠପଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବନ୍ଧ ଗାଁର ଅଙ୍ଗନବାଡ଼ି କର୍ମୀ ସବିତା ପାଢ଼ୀଙ୍କ ଏଭଳି ନିଆରା ସଚେତନ ପାଇଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟୁଇଟ୍ କରି ପ୍ରଶଂସା କରିଛନ୍ତି । ପ୍ରଥମେ ପ୍ରଥମେ ଏଭଳି ସଚେତନ ପାଇଁ, ଲୋକଙ୍କ ପାଖରୁ ବିଭିନ୍ନ କଥା ଶୁଣିବାକୁ ପଡିଲା । ପରେ ଲୋକେ ବୁଝିଲେ ଓ ସଚେତନ ହେଲେ । ଏବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଟୁଇଟ୍ କରି ପ୍ରଶଂସା କରିଥିବାରୁ, ପରିଶ୍ରମର ଫଳ ମିଳିଗଲା ବୋଲି, କହିଛନ୍ତି ସବିତା।

sabitaaସକାଳୁ ରାତି ଯାଏ, ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି, ଗୁରୁତ୍ବ ଦେଇ କାମ କରିଥାନ୍ତି ସବିତା । ପ୍ରତିଦିନ ସକାଳୁ ଘରର କାମସାରି , ବାହାରି ପଡ଼ନ୍ତି ନିଜର କର୍ମକ୍ଷେତ୍ରକୁ। ଘରକୁ ଘର ବୁଲି, ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ସହ, ଗାଁ ଦାଣ୍ଡରେ ଗୀତଗାଇ , ଲୋକଙ୍କୁ ବୁଝାଇଥାନ୍ତି । ଯେଉଁ ମାନେ ଅବୁଝା ହୁଅନ୍ତି , ପରଦିନ ସେମାନେ କେମିତି ବୁଝିବେ, ସେନେଇ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି ଓ ତାଙ୍କୁ ପାଇଁ କବିତାଟିଏ ଲେଖି ଗୀତ ମାଧ୍ୟମରେ ବୁଝାଇ, ଯେକୈ।ଣସି ପ୍ରକାରେ ବାଟକୁ ଆଣନ୍ତି । ଏହାହିଁ ହେଉଛି, ସବିତାଙ୍କ କବିତାର ଚମତ୍କାରିତା । ଗୀତ ଓ କବିତାର ବାସ୍ତବତାକୁ , ଲୋକଙ୍କ ପାଖରେ ପ୍ରତିଫଳିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି ସେ। ଆଉ ଏହାହିଁ ହେଉଛି, ସବିତା ପାଢ଼ୀଙ୍କ ନିଆରାପଣ ।

କରୋନା ସଂକ୍ରମଣ ଠାରୁ ଆଜିଯାଏଁ , ଗଂଜାମ ଜିଲ୍ଲାର ପ୍ରତ୍ୟେକ ଜନସାଧାରଣ ଜଣେ ଜଣେ ପ୍ରଶଂସାର ପାତ୍ର । ଏ କଥାକୁ ଅସ୍ବୀକାର କରିହେବ ନାହିଁ । କାରଣ ସଂକ୍ରମଣହାରକୁ ନେଇ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଗଂଜାମରେ , ପ୍ରତ୍ୟେକ ଜନସାଧାରଣ ସଚେତନ ଓ ସତର୍କ ହେବାରୁ , ଜିଲ୍ଲାରେ ସ୍ଥିତି , ଆଜି ନିୟନ୍ତ୍ରଣକୁ ଆସିଛି । ଏବେବି ସେହି ସତର୍କତା ଜାରି ରହିଛି । ଏଭଳି ପରିସ୍ଥିତିରେ , ନିଃସ୍ଵାର୍ଥପର ସେବାପାଇଁ, ଆଗଧାଡିର ଅନେକ ଯୋଦ୍ଧା ପ୍ରଶଂସିତ ସୋଇଛନ୍ତି । ସେହି କ୍ରମରେ, ସବିତା ପାଢ଼ୀଙ୍କ ଏଭଳି ନିଆରା ପ୍ରୟାସ, ଆଗଧାଡିର ଯୋଦ୍ଧାଙ୍କ ଠାରୁ କୈ।ଣସି ଗୁଣରେ କମ୍ ହେବନାହିଁ ବୋଲି, ସାଧାରଣରେ ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.