Below header

ରାଜନୀତି ମୈଦାନକୁ ଓଲ୍ହାଇବେ କି ଦାଦା ! ବିଜେପିକୁ ଦେଲେ ଏମିତି କିଛି ଜବାବ….

ଇଣ୍ଡିୟାନ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ରାଜନୀତିରେ ଯୋଗ ଦେବା ନେଇ ଏକ ଖବର ଲୋକଲୋଚନକୁ ଆସିଥିଲା । ଖାଲି ସେତିକି ନୁହେଁ ବେଙ୍ଗଲ ମାଟିରେ ସୌରଭଙ୍କୁ ବିଜେପି କ୍ୟାପଟେନ କରି ଛିଡ଼ା କରିପାରେ ବୋଲି ମଧ୍ୟ ଏକ ଗୁଜବ ଉଠିଥିଲା । କିନ୍ତୁ ଏନେଇ ଗାଙ୍ଗୁଲୀ ନିଜ ଆଡୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । କିନ୍ତୁ ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ନିକଟରେ ବିଜେପି ନେତୃବୃନ୍ଦକୁ ଦାଦା ସ୍ପଷ୍ଟ କରିଛନ୍ତିଯେ ସେ ରାଜନୀତିରେ ଓଲ୍ହାଇବାକୁ ଚାହୁଁନାହାନ୍ତି କି ବିଧାନ ସଭା ନିର୍ବାଚନରେ ପରୋକ୍ଷରେ ପ୍ରଚାର କରିବାକୁ ବି ଚାହୁଁନାହାନ୍ତି ।

HappyBirthdayDada: Sourav Ganguly, the Maharaj of Indian cricket, turns 48

ସୂଚନା ମୁତାବକ ଗତ ମାସ ସୌରଭ ବିଜେକୁ ସ୍ପଷ୍ଟ ଭାବରେ ଶୁଣେଇ ଦେଇଛନ୍ତିକି ସେ ଆକ୍ଟିଭ ପଲିଟିକ୍ସରେ ପଶିବାକୁ ଜମା ବି ଚାହୁଁନାହାନ୍ତି । ବର୍ତ୍ତମାନ ସମୟରେ ଜଣେ କ୍ରିକେଟ ପ୍ରଶାସକ ଭାବରେ ନିଜ ଦାୟିତ୍ୱକୁ ନେଇ ସେ ଖୁବ ଖୁସି ଅଛନ୍ତି । ବିଭିନ୍ନ ମିଡିଆରେ ଏନେଇ ରିପୋର୍ଟ ପ୍ରକାଶ ହେଉଥିବା ବେଳେ ଗାଙ୍ଗୁଲି କି ବିଜେପି ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । କହିରଖିବା ଉଚିତ ହେବକି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି ତରଫରୁ କୁହାଯାଇଥିଲା କି, ପାର୍ଟି ଚାହୁଁଛିକି ଦଳରେ ଗାଙ୍ଗୁଲି ଏକ ଗୁରୁତ୍ତ୍ୱପୂର୍ଣ ଭୂମିକା ନିଭାନ୍ତୁ । କିନ୍ତୁ ଅନ୍ୟ ଦାୟିତ୍ୱ ହେତୁ ସେ ଏଥିପ୍ରତି ଏତେଟା ଧ୍ୟାନ ଦେଇନଥିଲେ ।

କିନ୍ତୁ ଏବେ ବେଙ୍ଗଲ ରାଜନୀତିରେ କିଛିଟା ପରିବର୍ତ୍ତନ ଆସିଛି । ପାର୍ଟିର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତିକି ଏବେ ବେଙ୍ଗଲରେ ଦଳ ଏକ ବଡ ଶକ୍ତି ଭାବରେ ନିଜକୁ ପ୍ରମାଣିତ କରିପାରିଛି । ସୂଚନା ଯୋଗ୍ୟକି, ୨୦୧୯ ଲୋକସଭା ନିର୍ବାଚନରେ ଅଦ୍ଭୂତପୂର୍ବ ପ୍ରଦର୍ଶନ କରି ବିଜେପି ଏବେ ବିଧାନସଭା ନିର୍ବାଚନ ଉପରେ ନଜର ରଖିଛି । ଏନେଇ ମମତାଙ୍କୁ ଟକ୍କର ଦେବା ଭଳି ବ୍ୟକ୍ତିତ୍ୱ ସନ୍ଧାନରେ ଅଛି ଦଳ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.