ସ୍ପେଶାଲ

କର୍ତ୍ତବ୍ୟ କରିବାର ଆଗ୍ରହ ଓ ସମ୍ମିଳିତ ଉଦ୍ୟମରେ କନ୍ଧମାଳରେ ଚାଲିଛି କରୋନା ସହ ଲଢ଼େଇ

ଫୁଲବାଣୀ (କେ ନ୍ୟୁଜ୍‌) : ରାଜ୍ୟର କରୋନା ଗ୍ରାଫର ସର୍ବନିମ୍ନରେ ଅଛି କନ୍ଧମାଳ। ଏହା କେବଳ ସମ୍ଭବ ହୋଇଛି ସରକାର ଘୋଷଣା କରିଥିବା ଆଗ ଧାଡିର ଯୋଦ୍ଧାଙ୍କ ପରିଶ୍ରମ, ପ୍ରଶାସନର ତଦାରଖ ଓ କନ୍ଧମାଳ ସାଂସଦଙ୍କ ଲଗାତର ସମୀକ୍ଷା ବୈଠକ ଯୋଗୁଁ। ପ୍ରଥମେ ଆସନ୍ତୁ ନଜର ପକାଇବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସେବା ଉପରେ। କରୋନା ଯୁଦ୍ଧରେ କନ୍ଧମାଳର ସ୍ୱାସ୍ଥ୍ୟ ବିଭାଗ ସର୍ବାଗ୍ରେ ରହିଛି। ସେମାନଙ୍କର ଉଦ୍ୟମ ଓ ପରିଶ୍ରମ ଅତ୍ୟନ୍ତ ପ୍ରଶଂସନୀୟ। ବିଭାଗର ତଳସ୍ତରରୁ ଉପର ପଯ୍ୟର୍ନ୍ତ ନିଜ ନିଜ କାଯ୍ୟର୍ରେ ଅବହେଳା କରି ନାହାନ୍ତି। ନିଜ ଜୀବନକୁ ବାଜି ଲଗାଇ ସାହି ସାହି ବୁଲି ସବୁ ଲୋକଙ୍କ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ କରୁଛନ୍ତି ଏମାନେ। ରାପିଡ଼ ରେସପଣ୍ଡ ଟିମ ମାଧ୍ୟମରେ କରୋନାରେ ଆକ୍ରାନ୍ତଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରୁଛନ୍ତି। ଏହି ଟିମରେ ଜଣେ ଡାକ୍ତର, ଏଏନଏମ୍‌ ଓ ଜଣେ ଫାର୍ମାସିଷ୍ଟ ଅଛନ୍ତି। କୋଭିଡ୍‌ କେୟାର ସେଣ୍ଟର ଗୁଡିକରେ ନିରନ୍ତର ସେବା ଯୋଗାଇ ସେମାନଙ୍କୁ ସୁସ୍ଥ କରି ଘରକୁ ପଠାଇବା ଓ ନିରନ୍ତର ଆମ୍ବୁଲାନ୍ସ ସେବା ଯୋଗାଇଦେବା ଏମାନଙ୍କ ଦାୟିତ୍ୱ।

ରୋଗୀଙ୍କ ସମ୍ପର୍କୀୟଙ୍କୁ ୨୪ ଘଣ୍ଟା ଚିକିତ୍ସା ସମ୍ପର୍କିତ ସମସ୍ତ ସୂଚନା ଦେବା ପାଇଁ ହେଲପ ଡେସ୍କ ମଧ୍ୟ ଗଠନ କରାଯାଇଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଫୁଲବାଣୀ ଠାରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି । ଯାହାର ସମ୍ପୂର୍ଣ ପରିଚାଳନା ଦାୟିତ୍ୱ କିମ୍ସ ଭୁବନେଶ୍ୱରକୁ ଦିଆଯାଇଛି। ସେଠାକାର ଅଭିଜ୍ଞ ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କ ନିରବଚ୍ଛିନ୍ନ ସେବା ଯୋଗୁ କନ୍ଧମାଳର ସୁସ୍ଥହାର ଶତକଡା ୭୦ ଭାଗରୁ ରହିଛି । ଆଉ ମୃତ୍ୟୁହାର ରହିଛି ଶୂନ । ଏହାଛଡା ଜିଲ୍ଲାରେ ୭ଟି କୋଭିଡ ସେବାକେନ୍ଦ୍ର ସ୍ଥାପନ କରାଯାଇଛି। ଏଥିରେ ୧୨୯୫ଟି ଶଯ୍ୟା ରହିଛି। ଏହା ବ୍ୟତୀତ ୧୨ଟି ବ୍ଲକର ୩୮ଟି କ୍ଲଷ୍ଟର ଟିଏମସି ସ୍ଥାପନ କରାଯାଇଛି।

ସେପଟେ କନ୍ଧମାଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୋଲିସ୍‌ ବିଭାଗ ମଧ୍ୟ ସମାନ ଭାବେ ସତର୍କ ଓ ସଜାଗ ରହିଛି । ରାଜ୍ୟ ସରକାର ଜାରି କରିଥିବା କୋଭିଡ୍‌ ଗାଇଡଲାଇନକୁ ଏମାନେ କଡାକଡି ପାଳନ କରିବାରେ ଖୁବ୍‌ ସହାୟକ ହେଉଛନ୍ତି। ଲୋକଙ୍କୁ ସଚେତନ କରିବା ସହ ଅମାନିଆଙ୍କଠାରୁ ଫାଇନ କାଟୁଛନ୍ତି। ପ୍ରତି ଛକରେ ଚେକିଂ କରାଯାଉଛି । ସଟଡାଉନ, ଲକଡାଉନ ଓ ନାଇଟ କଫ୍ୟୁର୍ ବେଳେ ପହରା ଦେଉଛନ୍ତି ପୋଲିସ୍‌ କର୍ମଚାରୀ । ସହରର ଓ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ପୋଲିସ ଦିନରାତି ଜଗି ରହିଛନ୍ତି।

ଫୁଲବାଣୀର ସୁରକ୍ଷା ଦାୟିତ୍ୱରେ ୨ପ୍ଲାଟୁନ ପୋଲିସ ଓ ୮ଜଣ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ପରିବା ବଜାର, ଗ୍ରୋସରୀ ଦୋକାନ ଓ ମାଛ ବଜାରରେ ସାମାଜିକ ଦୂରତା ରକ୍ଷା କରିବା ଏମାନଙ୍କର ଦାୟିତ୍ୱ। କନ୍ଧମାଳ ଏସପି ଓ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, କାମ ନଥିଲେ ଘରୁ ନବାହାରିବକୁ ଅନୁରୋଧ କରୁଛନ୍ତି ଏହି ପୋଲିସ୍‌ ଭାଇମାନେ ।
କୋଭିଡ ଭଳି କଠିନ ପରିସ୍ଥିତି ସମୟରେ ଅଗ୍ନିଶମ ବାହିନୀ ମଧ୍ୟ ପଛରେ ପଡିନି। ଯେଉଁ ବସ୍ତି କିମ୍ବା ସାହିରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ସେହିସବୁ ସ୍ଥାନରେ ବିଶୋଧନ କାର୍ଯ୍ୟ କରୁଛି। କୋଭିଡ୍‌ ହସ୍ପିଟାଲ ଓ ସେବାକେନ୍ଦ୍ର ଗୁଡିକରେ ଫାୟାର ସେଫ୍ଟି କାଯ୍ୟର୍ର ତଦାରଖ କରୁଛି। ସେଥିପାଇଁ ଏକ ୬ ଜଣିଆ ଟିମ କୋଭିଡ୍‌ ହସ୍ପିଟାଲରେ ସବୁ ବେଳେ ସଜାଗ ରହିଛନ୍ତି।

ସେହିପରି ଏଠାରେ ପୌର ପରିଷଦର ଦାୟିତ୍ୱ ମଧ୍ୟ କିଛି କମ୍‌ ନୁହେଁ । ସହରକୁ ସଫାସୁତୁରା ରଖିବାଠାରୁ ଆରମ୍ଭ କରି କଣ୍ଟେନମେଣ୍ଟ ଜୋନରେ ବାଉଁଶ ବାଡ଼ ଭିଡିବା ପଯ୍ୟର୍ନ୍ତ ପୌର ପରିଷଦର କାଯ୍ୟର୍। ବର୍ତ୍ତମାନର ମାରାତ୍ମକ କରୋନା ଭୂତାଣୁକୁ ଭ୍ରୂକ୍ଷେପ ନକରି ପୌର ପରିଷଦ କର୍ମଚାରୀମାନେ ସହରକୁ ସଫାସୁତୁରା ରଖୁଛନ୍ତି। ସବୁଠାରୁ ବଡ କାଯ୍ୟର୍ ହେଲା ମୃତ୍ୟୁବରଣ କରୁଥିବା କରୋନା ରୋଗୀଙ୍କ ଶବ ସଂସ୍କାର କରୁଛନ୍ତି ଏମାନେ। ପିପିଇ କିଟ୍‌ ପିନ୍ଧି ସମସ୍ତ ସତର୍କତା ଅବଲମ୍ବନ କରି ଦାୟିତ୍ୱ ତୁଲାଉଛନ୍ତି ।

ଏସବୁ ସରକାରୀ ବିଭାଗକୁ ସହଯୋଗ କଲା ଭଳି ସହାୟତାର ହାତ ବଢ଼ାଇଛନ୍ତି ସ୍ୱେଚ୍ଛାସେବୀମାନେ। ଫୁଲବାଣୀ ପୌର ପରିଷଦ ଅଞ୍ଚଳରେ କିସ ଫାଉଣ୍ଡେସନ ଏହି ମହାମାରୀ ସମୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲକଡାଉନ ଓ ସଟଡାଉନରେ ଘରୁ ବାହାରି ପାରୁନଥିବା ଦୁଃଖୀ, ଅସହାୟ ଓ ରୋଗୀଙ୍କ ପାଇଁ ମାଗଣାରେ ରନ୍ଧା ଖାଦ୍ୟ ଘରକୁ ଘର ଯାଇ ବଣ୍ଟନ କରୁଛନ୍ତି ଏହାର ସଦସ୍ୟମାନେ। ସେହିପରି ଅନ୍ୟ ଏକ ଅନୁଷ୍ଠାନ ଟିମ ହ୍ୟୁମାନିଟି ପୋଲିସ ସହ ମିଶି ଲୋକଙ୍କୁ ସଚେତନ କରିବା ସହ ଯେକୌଣସି ବିପଦ ସମୟରେ ପହଞ୍ଚି ସାହାଯ୍ୟ କରୁଛି। ଘରେ ସଙ୍ଗରୋଧ ଭାବେ ରହୁଥିବା ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ପାଖ ମାଡୁନଥିବା ବେଳେ ଟିମ ହ୍ୟୁମାନିଟିର ସଦସ୍ୟମାନେ ଯାଇ ଅନ୍ତିମ ସଂସ୍କାର କରୁଛନ୍ତି। ସଙ୍ଗରୋଧ ଭାବେ ଥିବା ରୋଗୀ ଘରକୁ ଯାଇ ଜରୁରୀ ସାମଗ୍ରୀ ଯୋଗାଇ ଦେଉଛନ୍ତି।

ଅନ୍ୟ ଏକ ସଂଗଠନ ୟୁଥ ଫର ଚେଞ୍ଜର ଯୁବକମାନେ ଏହି ସମୟରେ ଗାଈ, ଗୋରୁ ଓ ବୁଲା କୁକୁରଙ୍କ ମୁହଁରେ ଖାଦ୍ୟ ଦେଇ ସମାଜ ପାଇଁ ଉଦାହରଣ ପାଲିଟିଛନ୍ତି। ସମସ୍ତଙ୍କ ସହଯୋଗରେ କନ୍ଧମାଳରେ ଚାଲିଛି କରୋନା ସହ ଲଢ଼େଇ । ଏଠି ସମସ୍ତେ ଦେଖାଇ ଦେଇଛନ୍ତି, ‘ମୁଁ ନୁହେଁ ଆମେ’ ଦ୍ୱାରା କରୋନା ହାରିବ ।

 

 

 

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

17 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago