ରାଜ୍ୟ

ଆଇଆଇସି ଓ ତହସିଲଦାର କାନ୍ଧକୁ କାଠ ଉଠାଇବା ପରେ ଆତ୍ମୀୟ ସ୍ୱଜନ ଶବକୁ ଶ୍ମସାନ ଯାଏଁ ନେଇଥିଲେ

ଗଞ୍ଜାମ(କେ ନ୍ୟୁଜ): ଗଞ୍ଜାମ ଜ଼ିଲ୍ଲା ପାତ୍ରପୁର ବ୍ଲକ ଉପାନ୍ତ ଅଞ୍ଚଳ ସନ୍ତୋଷପୁରରେ ମଧ୍ୟରାତ୍ରିରେ ପ୍ରଶାସନର କାର୍ଯ୍ୟ ପ୍ରଶଂସା ସାଉଁଟିବାରେ ଲାଗିଛି | ଯାହାକୁ ନେଇ ସରକାରୀ ବାବୁମାନେ ପ୍ରଶଂସାର ପାତ୍ର ହୋଇଛନ୍ତି l ସୂଚନା ପ୍ରକାରେ ସନ୍ତୋଷପୁର ଗାଁର ଜଣେ ଯୁବକ ଅସୁସ୍ଥ ହୋଇ ପାତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଗାଁକୁ ମୃତଦେହ ଅଣାଗଲା କିନ୍ତୁ କରୋନା ଭୟରେ ଦାହ କରିବା ପାଇଁ କେହି ଆସିଲେ ନାହିଁ । ଖବର ପାଇ ତହସିଲଦାର ଅମିତ କୁମାର ନାୟକ ଓ ଆଇଆଇସି ଭାବାନନ୍ଦ ପ୍ରଧାନ ପହଂଚି ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ l

ଆନ୍ଧ୍ର ଓଡିଶା ସୀମାନ୍ତ ରେ ଥିବା ଏହି ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦାବି କରିଥିଲେ ଗ୍ରାମବାସୀ । ଦାବିକୁ ପ୍ରଶାସନ ଗ୍ରହଣ କରିବା ପରେ ସ୍ମଶାନ ରେ ଦାହ କରିବା ପାଇଁ ରାଜି ହୋଇଥିଲେ l ଏହା ପରେ ଆଇଆଇସି ଓ ତହସିଲଦାର କାନ୍ଧକୁ କାଠ ଉଠାଇବା ପରେ ଆତ୍ମୀୟ ସ୍ୱଜନ ଶବକୁ ଉଠାଇ ସ୍ମଶାନ ଯାଏଁ ନେଇଥିଲେ । ବିଳମ୍ବିତ ରାତିରେ ଅନ୍ତେଷ୍ଟି କ୍ରିୟା ସମ୍ପାଦନ କରାଯାଇଥିଲା ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

32 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago