ସ୍ପେଶାଲ

ରୋଗୀଙ୍କ କେଶ କୁଣ୍ଡାଇ ଦେଉଛନ୍ତି କରୋନା ଯୋଦ୍ଧା, ଭିଡିଓ ଦେଖିଲେ ଆପଣଙ୍କର ବି ଆଖି ଭରିଯିବ

ଦେଶରେ କରୋନା ଯେଉଁଭଳି ଭାବେ ବଢ଼ିଚାଲିଛି, ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ହସ୍ପିଟାଲରେ ପୁଣି କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ସୋସିଆଲ ମିଡିଆରେ କରୋନା ରୋଗୀ ଏବଂ କରୋନା ଯୋଦ୍ଧାଙ୍କର ଏମିତି ଅନେକ ଭିଡିଓ ସାମ୍ନାକୁ ଆସୁଛି। ଏବେ ଏହିଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଇମୋଶନାଲ ହୋଇଯିବେ।

ଭିଡିଓଟି କରୋନା ଯୋଦ୍ଧାଙ୍କର। ଏହାକୁ ଦେଖିଲେ ଆପଣ ଅନୁଭବ କରିପାରିବେ ଯେ ରୋଗୀଙ୍କୁ ଠିକ୍‌ କରାଇବାରେ ଏମାନେ କେତେ ପରିଶ୍ରମ କରୁଛନ୍ତି। ଭାଇରାଲ ଭିଡିଓକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ଟ୍ଵିଟରରେ ଶେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୧୯.୬ ହଜାରରୁ ଅଧିକ ଭ୍ୟୁଜ୍‌ ମିଳିସାରିଲାଣି।

ଶେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘କେବଳ ଉପଚାର କରୁ ନାହାନ୍ତି, ପରିବାରର ଭଲ ପାଇବା ମଧ୍ୟ ବାଣ୍ଟୁଛନ୍ତି ଆମ କରୋନା ଯୋଦ୍ଧା। ଗୀର ସୋମନାଥ ଜିଲାର ହେଲ୍‌ଥ ଓ୍ଵାର୍କରଙ୍କ ଏହି ଭିଡିଓ ମନକୁ ଛୁଇଁଗଲା। ମେଡିକାଲ ଟିମ୍‌ ବହୁତ ଚିନ୍ତାଜନକ ମାହୋଲରେ ମାନବତାର ସେବା କରୁଛନ୍ତି। ଘରେ ରୁହନ୍ତୁ। କରୋନା ମାମଲା ନ ବଢ଼ିବାକୁ ଦେଇ ଆମେ ସେମାନଙ୍କର ଉଚିତ ସହାୟତା କରିପାରିବା’।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

8 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

9 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

13 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

36 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 mins ago