ସ୍ପେଶାଲ

ଶେଷ ହେଲା ‘କୋରୋନିଲ୍‌’ ବିବାଦ, ଆୟୁଷ ମନ୍ତ୍ରଣାଳୟର ଅନୁମତି ପରେ ଏବେ ଷ୍ଟୋରରେ ମିଳିବ ଏହି କୋଭିଡ୍‌ ମ୍ୟାନେଜମେଣ୍ଟ ଡ୍ରଗ୍‌

ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ମେଡିସିନ୍‌ କୋରୋନିଲ୍‌କୁ ନେଇ ସମସ୍ତ ବିବାଦର ଅନ୍ତ ଘଟିଛି। ଆୟୁଷ ମନ୍ତ୍ରଣାଳୟ ତରଫରୁ ପଠାଯାଇଥିବା ନୋଟିସ୍‌ର ଉତ୍ତର ପତଞ୍ଜଳି ତରଫରୁ ଦିଆଯିବା ପରେ ଏବେ କୋରୋନିଲର ବିକ୍ରି ପଥ ପରିଷ୍କାର ହୋଇଛି। ଖୁବ୍‌ଶୀଘ୍ର ଏହି ଔଷଧ ମେଡିସିନ୍‌ ଷ୍ଟୋରରେ ଉପଲବ୍ଧ ହେବ ବୋଲି ବାବା ରାମଦେବ ସୂଚନା ଦେଇଛନ୍ତି।

ଯୋଗଗୁରୁ ବାବା ରାମଦେବ କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ସହ ସମସ୍ତ ମାମଲା ସମାଧାନ ହୋଇଛି। ଆଜିଠାରୁ କୋରୋନିଲ ଓ ଶ୍ୱାସାରୀ ବଟୀ ମିଳିବା ଆରମ୍ଭ ହେବ। ସେ କହିଛନ୍ତି ଆୟୁଷ ମନ୍ତ୍ରଣାଳୟ କୋଭିଡ୍‌ ମ୍ୟାନେଜମେଣ୍ଟ ପାଇଁ ପତଞ୍ଜଳିର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ତାଙ୍କ ବିରୋଧୀଙ୍କ ପ୍ଲାନ୍‌ ଫ୍ଲପ୍‌ ହୋଇଛି ବୋଲି ସେ କହିଛନ୍ତି। ରାମଦେବ ଅଭିଯୋଗ କରିଛନ୍ତି ଯେ ଡ୍ରଗ୍‌ ମାଫିଆମାନେ ଚାହୁଁଥିଲେ କୋରୋନିଲ ଓ ଶ୍ୱାସାରୀ ବ୍ୟାନ୍‌ ହୋଇଯାଉ।

ହରିଦ୍ୱାରସ୍ଥିତ ପତଞ୍ଜଳି ଯୋଗ ପୀଠରେ କୋରୋନିଲକୁ ନେଇ ଯୋଗଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଏକ ପ୍ରେସ୍‌ମିଟ୍‌ ଆୟୋଜନ କରିଥିଲେ। ଏ ଅବସରରେ ରାମଦେବ କହିଛନ୍ତି ଯେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଲଏର ସମ୍ପୂର୍ଣ୍ଣ ରିସର୍ଚ୍ଚ ଆୟୁର୍ବେଦ ବିଭାଗକୁ ପଠାଯାଇଛି। ପାରାମିଟର ଅନୁସାରେ ହିଁ ରିସର୍ଚ୍ଚ କରାଯାଇଛି। ସେ କହିଛନ୍ତି ରୋଗକୁ ମୂଳକୁ ଭଲ କରିବା ଶକ୍ତି କେବଳ ଆୟୁର୍ବେଦର ରହିଛି। ତାଙ୍କ ଦ୍ୱାରା ତିଆରି କରାଯାଇଥିବା ମେଡିସିନ୍‌ କରୋନାରେ ଦେଖାଯାଉଥିବା ଲକ୍ଷଣକୁ କମାଇ ମୂଳକୁ ଶେଷ କରିବାକୁ ସକ୍ଷମ। ଆୟୁଷ ମନ୍ତ୍ରଣାଳୟଠାରୁ ଅନୁମତି ପାଇଥିବାରୁ ଆଜି ଠାରୁ ଏହି ମେଡିସିନ୍‌ ସମସ୍ତ ପତଞ୍ଜଳି ଷ୍ଟୋରରେ ଉପଲବ୍ଧ ହେବ ବୋଲି ରାମଦେବ କହିଛନ୍ତି।

WCW 11

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

34 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

51 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

54 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 hour ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago