ସ୍ପେଶାଲ

ବାତ୍ୟା ଅମ୍ଫାନର ସମ୍ପୂର୍ଣ୍ଣ ଅପଡେଟ, ପଢନ୍ତୁ କେତେବେଳେ ଓ କେଉଁଠି କରିବ ଲ୍ୟାଣ୍ଡଫଲ ଏବଂ ଏହି ସମୟର ସ୍ଥିତି

ଭୁବନେଶ୍ୱର (କେନ୍ୟୁଜ) : ମାଡି ଆସୁଛି ବାତ୍ୟା ଅମ୍ଫାନ। ଆଜି ସକାଳୁ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବାରେ ଲାଗିଛି। ସୁ ସୁ ହୋଇ ମାଡି ଚାଲିଛି ପବନ। ସକାଳ ୧୦ଟା ସମୟରେ ପବନର ବେଗ ବଢିବ। ବାତ୍ୟା ଅମ୍ଫାନ ଏବେ ପାରାଦୀପ ଠାରୁ ମାତ୍ର ୧୧୦ କିଲୋମିଟର ଦୂରରେ ରହିଥିବା ଜଣାପଡିଛି। ଫଳରେ ଏହି ଅଂଚଳରେ ବାତ୍ୟା ଅମ୍ଫାନ ତାଣ୍ଡବ କରୁଥିବା ଜଣାପଡିଛି। ଏଠାରେ ପ୍ରବଳ ବର୍ଷା ସହିତ ୯୮ କିଲୋମିଟର ବେଗରେ ପବନ ବହୁଛି। ଯାହାଫଳରେ ପାରାଦୀପ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ଆଜି ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବା ବାତ୍ୟା ଅମ୍ଫାନ। ଏବେ ଦୀଘା ଠାରୁ ୨୫୦ କିଲୋମିଟର ଦୂରରେ ରହିଥିବାବେଳେ ବାଂଲାଦେଶ ଠାରୁ ୩୯୫ କିଲୋମିଟର ଦୂରରେ ରହିଥିବା ସୂଚନା ରହିଛି। ଆଜି ସକାଳ ଭଦ୍ରକର ଧାମନଗରରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିଛି। ଫଳରେ ଏହା ପ୍ରଭାବରେ କେତେକ ସ୍ଥାନରେ ଗଛ ଭାଙ୍ଗି ପଡିବା ସୂଚନା ରହିଛି। ସେହିପରି ବାଲେଶ୍ୱରରେ ମଧ୍ୟ ସମାନ ସ୍ଥିତି, ବର୍ଷା ସାଙ୍ଗକୁ ପବନର ବେଗ ତୀବ୍ର ହେବାରେ ଲାଗିଛି। ଏଥିସହିତ ଭୁବନେଶ୍ୱରରେ ବର୍ଷା ସହିତ ପବନର ବେଗ ମଧ୍ୟ ବଢୁଛି।

ତେବେ ଆଜି ସନ୍ଧ୍ୟା ସୁଦ୍ଧା ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି। ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବା ସହିତ ୧୮୫ କିଲୋମିଟର ବେଗରେ ଧକ୍କା ଦେବ। ସେହିପରି ଓଡିଶା ସୀମା ଅତିକ୍ରମ କରିବାବେଳେ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ। ଏହି ସମୟରେ ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସୂଚନା ରହିଛି। ଅପରାହ୍ନ ୪ଟା ଯାଏ ଏହାର ପ୍ରଭାବ ରହିବ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago