ବାତ୍ୟା ଅମ୍ଫାନର ସମ୍ପୂର୍ଣ୍ଣ ଅପଡେଟ, ପଢନ୍ତୁ କେତେବେଳେ ଓ କେଉଁଠି କରିବ ଲ୍ୟାଣ୍ଡଫଲ ଏବଂ ଏହି ସମୟର ସ୍ଥିତି

ଭୁବନେଶ୍ୱର (କେନ୍ୟୁଜ) : ମାଡି ଆସୁଛି ବାତ୍ୟା ଅମ୍ଫାନ। ଆଜି ସକାଳୁ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବାରେ ଲାଗିଛି। ସୁ ସୁ ହୋଇ ମାଡି ଚାଲିଛି ପବନ। ସକାଳ ୧୦ଟା ସମୟରେ ପବନର ବେଗ ବଢିବ। ବାତ୍ୟା ଅମ୍ଫାନ ଏବେ ପାରାଦୀପ ଠାରୁ ମାତ୍ର ୧୧୦ କିଲୋମିଟର ଦୂରରେ ରହିଥିବା ଜଣାପଡିଛି। ଫଳରେ ଏହି ଅଂଚଳରେ ବାତ୍ୟା ଅମ୍ଫାନ ତାଣ୍ଡବ କରୁଥିବା ଜଣାପଡିଛି। ଏଠାରେ ପ୍ରବଳ ବର୍ଷା ସହିତ ୯୮ କିଲୋମିଟର ବେଗରେ ପବନ ବହୁଛି। ଯାହାଫଳରେ ପାରାଦୀପ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

rainfallଆଜି ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବା ବାତ୍ୟା ଅମ୍ଫାନ। ଏବେ ଦୀଘା ଠାରୁ ୨୫୦ କିଲୋମିଟର ଦୂରରେ ରହିଥିବାବେଳେ ବାଂଲାଦେଶ ଠାରୁ ୩୯୫ କିଲୋମିଟର ଦୂରରେ ରହିଥିବା ସୂଚନା ରହିଛି। ଆଜି ସକାଳ ଭଦ୍ରକର ଧାମନଗରରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିଛି। ଫଳରେ ଏହା ପ୍ରଭାବରେ କେତେକ ସ୍ଥାନରେ ଗଛ ଭାଙ୍ଗି ପଡିବା ସୂଚନା ରହିଛି। ସେହିପରି ବାଲେଶ୍ୱରରେ ମଧ୍ୟ ସମାନ ସ୍ଥିତି, ବର୍ଷା ସାଙ୍ଗକୁ ପବନର ବେଗ ତୀବ୍ର ହେବାରେ ଲାଗିଛି। ଏଥିସହିତ ଭୁବନେଶ୍ୱରରେ ବର୍ଷା ସହିତ ପବନର ବେଗ ମଧ୍ୟ ବଢୁଛି।

ତେବେ ଆଜି ସନ୍ଧ୍ୟା ସୁଦ୍ଧା ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି। ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବା ସହିତ ୧୮୫ କିଲୋମିଟର ବେଗରେ ଧକ୍କା ଦେବ। ସେହିପରି ଓଡିଶା ସୀମା ଅତିକ୍ରମ କରିବାବେଳେ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ। ଏହି ସମୟରେ ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସୂଚନା ରହିଛି। ଅପରାହ୍ନ ୪ଟା ଯାଏ ଏହାର ପ୍ରଭାବ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.