Below header

ବିନା ଟୀକାରେ କରୋନା ମହାମାରୀକୁ ରୋକି ହେବ : ଚୀନ ଗବେଷକ

କରୋନା ଭାଇରସ୍‌ର ସଂକ୍ରମଣ ମଧ୍ୟରେ ଟୀକା କେବେ ବାହାରିବ ଏବେ ତାହାକୁ ସମସ୍ତେ ଚାହିଁ ବସିଛନ୍ତି। ଭ୍ୟାକସିନ୍‌ ତିଆରି କରିବା ଏକ ଲମ୍ବା ପ୍ରକ୍ରିୟା। ଏଥିପାଇଁ ସାରା ଦୁନିଆର ବୈଜ୍ଞାନିକମାନେ ଦିନ ରାତି ଏକ କରି ଲାଗିଛନ୍ତି। ଏହାର ସକାରାତ୍ମକ ପରିଣାମ ମଧ୍ୟ ସାମ୍ନାକୁ ଆସିଛି। ଚୀନ୍‌ ବିଜ୍ଞାନାଗାରରେ ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର ଔଷଧ ବିକଶିତ କରିଛନ୍ତି ଯାହା ମହାମାରୀ କୋଭିଡ୍-୧୯କୁ ସମ୍ପୂର୍ଣ୍ଣ ଭାବେ ରୋକି ହେବ ବୋଲି ସେମାନେ ଦାବି କରିଛନ୍ତି। ଏପରିକି କୌଣସି ପ୍ରକାର କରୋନା ଟୀକାର ପ୍ରୟୋଗ ବିନା ମଧ୍ୟ ଏହି ଦୁଃସାଧ୍ୟ ରୋଗକୁ ପ୍ରତିରୋଧ କରିହେବ। ଚୀନ୍‌ର ପେକିଂ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ବିକଶିତ କରିଥିବା ଏହି ଔଷଧକୁ ପଶୁଙ୍କ ଠାରେ ବ୍ୟାବହାରିକ ପରୀକ୍ଷଣରେ ଆଶାତୀତ ଫଳ ମିଳିଛି ବୋଲି ବିଶ୍ବବିଦ୍ୟାଳୟର ଅଭିନବ ଉନ୍ନତ ପ୍ରାଣୀଜ ପ୍ରୟୋଗଶାଳାର ନିର୍ଦେଶକ ସନି ସାଇ କହିଛନ୍ତି।

vaccine-covid-19

ସୂଚନା ଥାଉ କି, ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ୬୦ ଜଣ କରୋନା ପୀଡି଼ତଙ୍କ ରକ୍ତରୁ ଏକ ନିର୍ଦ୍ଦିଷ୍ଟ ଧରଣର ରୋଗପ୍ରତିରୋଧକ ସଂଗ୍ରହ କରି ଉକ୍ତ ଔଷଧକୁ ବିକଶିତ କରିଛନ୍ତି। ଏକ ସଂକ୍ରମିତ ମୂଷା ଦେହରେ ଏହି ନୂତନ ଔଷଧକୁ ପ୍ରୟୋଗ କରିବାର ପା‌ଞ୍ଚ ଦିନ ପରେ ମୂଷା ଦେହରେ ଭୂତାଣୁମାନଙ୍କ ପରିମାଣ ଅଢେ଼ଇହଜାର ଗୁଣ କମିଥିବା ଜଣାପଡ଼ିଛିା ତେବେ ମନୁଷ୍ୟ ଶରୀରରେ ଏହାର ନୈଦାନିକ ପରୀକ୍ଷଣ ପରେ ଅସଲ ଫଳାଫଳ ଜଣାପଡି଼ବ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଟୀକା ବାହାର କରିବାରେ ଆମେରିକା ଖୁବ୍‌ ଶୀଘ୍ର ସଫଳ ହେବ ବୋଲି ଆମେରିକାର ମଡର୍ଣ୍ଣା କମ୍ପାନୀ କହିଛି । ଗବେଷକମାନେ ୪୫ ଜଣ ରୋଗୀଙ୍କ ଉପରେ ଏହି ପ୍ରୋଟେକ୍‌ଟିଭ୍‌ ଆଣ୍ଟିବଡି ପୟୋଗ କରିଥିଲେ । ଏହି ଫେଜ୍‌ ୧ କ୍ଲିନିକାଲ୍‌ ଟ୍ରାଏଲ ୮ ଜଣ ରୋଗୀଙ୍କ ଉପରେ ସଫଳତା ମିଳିଛି । ୮ ଜଣଙ୍କ ଠାରୁ ମିଳିଥିବା ଡାଟା କରୋନା ଟୀକା ପ୍ରସ୍ତୁତି ନେଇ ଗବେଷକଙ୍କ ମନରେ ଆଶା ସଞ୍ଚାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.