ଆସୁଛି ‘ଅମ୍ଫନ୍’ ବଢୁଛି ପବନର ବେଗ, ଆଜି ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ ବାତ୍ୟା ଅମ୍ଫନ୍

ଭୁବନେଶ୍ୱର (କେନ୍ୟୁଜ) : ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫନ୍ ଲ୍ୟାଣ୍ଡଫଲ କରିବ। ଅମ୍ଫନ୍ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୫ କିଲୋମିଟର ରହିବ। କିନ୍ତୁ ବର୍ତ୍ତମାନ ଠାରୁ ହିଁ ପାରାଦୀପରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇସାରିଛି।

ବର୍ତ୍ତମାନ ବାତ୍ୟା ଅମ୍ଫନ୍ ପାରାଦୀପ ଠାରୁ ୨୫୦ କିମି ଦୂରରେ ରହିଛି। ଅନ୍ୟପଟେ ଦୀଘା ଠାରୁ ଏହି ବାତ୍ୟା ୩୯୦ କିମି ଦୂରରେ ରହିଛି। ସେହିପରି ସମୁଦ୍ର ଭିତରେ ଏହି ବାତ୍ୟାର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି।

ତେବେ ସୂଚନା ଅନୁଯାୟୀ ମୋଟ ୧୬୨୦ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯେଉଁଠାରେ ବାଲେଶ୍ୱର, ଭଦ୍ରକ, କଟକ, ଗଜପତି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାର ପ୍ରାୟ ଛଅ ହଜାର ୪୭୬ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.