ସ୍ପେଶାଲ

ଅନନ୍ୟ ଭାଇଚାରାର ନିଦର୍ଶନ ସାଜିଛି ଓରାଳି ଦରଘା

ଯାଜପୁର(କେନ୍ୟୁଜ୍‌): ଦରଘା ଚାରିପଟେ ରହିଛି ହିନ୍ଦୁ ବସତି। ଏଠାରେ ଦୀର୍ଘ ୫ କି.ମି ଭିତରେ ନାହିଁ ମୁସଲିମ୍‌ ବସ୍ତି। ତଥାପି ଅଟକି ନାହିଁ ପ୍ରତ୍ୟେକ ଦିନର ପୂଜାପାଠ। କାରଣ ହିନ୍ଦୁ ସଂପ୍ରଦାୟର କେହି ନା କେହି ଏଠାକୁ ଆସି ସଂଜବତି ଜାଳିଥାନ୍ତି। କେବଳ ସେତିକି ନୁହେଁ ଏହି ଦରଘାର ରକ୍ଷଣା ବେକ୍ଷଣା ଦାୟିତ୍ୱ ମଧ୍ୟ ହିନ୍ଦୁମାନେ ନେଉଛନ୍ତି। ସପ୍ତାହରେ କେବଳ ଗୁରୁବାର ଦିନ ହିଁ ମୁସଲମାନମାନେ ଏଠାକୁ ଆସିଥାନ୍ତି ବାକି ଅନ୍ୟ ଦିନମାନଙ୍କରେ ହିନ୍ଦୁମାନେ ଏହାର ଦାୟିତ୍ୱ ବହନ କରିଥାନ୍ତି। ଆମେ ଆପଣଙ୍କୁ କହୁଛୁ ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ଓରାଳି ଗ୍ରାମରେ ଥିବା ଦରଘା କଥା।

ଏଠାରେ କିଏ ନମାଜ ପାଠ କରୁଛନ୍ତି ତ କିଏ ଆଣ୍ଠୁମାଡି ପ୍ରଣାମ କରୁଛନ୍ତି। ସେହିଭଳି କିଏ କୋରାନ୍‌ ପାଠ କରୁଥିବା ବେଳେ କିଏ ଧୂପ-ଦୀପ ଜାଳି ପୂଜା କରୁଛନ୍ତି। ଏ ହେଉଛଇ ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ଓରାଳି ଗ୍ରାମରେ ଥିବା ହଜରତ ସୟେଦ ବୁଲନ୍ଦ ସାହା ବାବାଙ୍କ ଦରଘା, ଯାହା ସତ୍ୟପୀର ପୀଠ ନାମରେ ନାମିତ ହୋଇଛି। ଓରାଳି ଗ୍ରାମଟି ସମ୍ପୂର୍ଣ୍ଣ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ହୋଇଥିବାରୁ ଏଠାରେ ସତ୍ୟପୀରଙ୍କୁ ହିନ୍ଦୁମାନେ ପୂଜାର୍ଚ୍ଚନା କରିଥାନ୍ତି। କେବଳ ଗୁରୁବାର ଦିନ ହିଁ ନିକଟସ୍ଥ ଅଞ୍ଚଳର ଭାଇ-ଭଉଣୀମାନେ ଏଠାକୁ ଆସିଥାନ୍ତି। ଯାହାଫଳରେ ପ୍ରତି ଗୁରୁବାର ଦିନ ଏଠାରେ ଦେଖିବାକୁ ମିଳିଥାଏ ଅନନ୍ୟ ଭାଇଚାରାର ନିଦର୍ଶନ।

ଇସଲାମ ଧର୍ମ ପ୍ରଚାର ଓ ପ୍ରସାର ପାଇଁ ସୁଦୂର ଇରାନରୁ ଧର୍ମ ପ୍ରଚାରକମାନେ ଭାରତର କୋଣ ଅନୁକୋଣକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ସୟେଦ ଅହମ୍ମଦ ବୁଲନ୍ଦ ଶାହା ଅନ୍ୟତମ । ସେ ଭାରତରେ ମୋଗଲ ଶାସନ ଚାଲିଥିବା ବେଳେ ଧର୍ମ ପ୍ରଚାର ପାଇଁ ଆସିଥିଲେ । ଓରାଳିଠାରେ ଏକ କୁଡିଆ ନିର୍ମାଣ କରି ନିକଟସ୍ଥ ଗ୍ରାମଗୁଡିକରେ ଧର୍ମ ପ୍ରଚାରରେ ଲାଗିଥିଲେ । ଧର୍ମ ପ୍ରଚାର କରୁ କରୁ ଏହିଠାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୟେଦ ଅହମ୍ମଦ ବୁଲନ୍ଦ ଶାହା । ଏହାପରେ ତାଙ୍କୁ ଓରାଳିରେ କବର ଦିଆଯାଇଥିଲା । ଏଠାକାର ଲୋକମାନଙ୍କର ବାବାଙ୍କ ଉପରେ ପ୍ରଗାଢ ବିଶ୍ୱାସ ରହିଛି । ବାବାଙ୍କ ନିକଟରେ କୈାଣସି ମାନସିକ ରଖିଲେ ଏହା ପୁରଣ ହୁଏ ବୋଲି ଆଖପାଖ ହିନ୍ଦୁ ମୁସଲମାନଙ୍କର ବିଶ୍ୱାସ ରହିଛି । ସବୁଠାରୁ ବଡକଥା ହେଲା କୈାଣସି ସାଂପ୍ରଦାୟିକ ଗଣ୍ଡଗୋଳର ପ୍ରଭାବ ଏଠି ପଡେନାହିଁ । ଏକଥାକୁ ମୁକ୍ତକଣ୍ଠରେ ସ୍ୱୀକାର କରନ୍ତି ମୁସଲିମ ଭାଇମାନେ ।

KNews Bureau

Recent Posts

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

22 seconds ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

18 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

27 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

32 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

57 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

1 hour ago