Below header

ଅନନ୍ୟ ଭାଇଚାରାର ନିଦର୍ଶନ ସାଜିଛି ଓରାଳି ଦରଘା

ଯାଜପୁର(କେନ୍ୟୁଜ୍‌): ଦରଘା ଚାରିପଟେ ରହିଛି ହିନ୍ଦୁ ବସତି। ଏଠାରେ ଦୀର୍ଘ ୫ କି.ମି ଭିତରେ ନାହିଁ ମୁସଲିମ୍‌ ବସ୍ତି। ତଥାପି ଅଟକି ନାହିଁ ପ୍ରତ୍ୟେକ ଦିନର ପୂଜାପାଠ। କାରଣ ହିନ୍ଦୁ ସଂପ୍ରଦାୟର କେହି ନା କେହି ଏଠାକୁ ଆସି ସଂଜବତି ଜାଳିଥାନ୍ତି। କେବଳ ସେତିକି ନୁହେଁ ଏହି ଦରଘାର ରକ୍ଷଣା ବେକ୍ଷଣା ଦାୟିତ୍ୱ ମଧ୍ୟ ହିନ୍ଦୁମାନେ ନେଉଛନ୍ତି। ସପ୍ତାହରେ କେବଳ ଗୁରୁବାର ଦିନ ହିଁ ମୁସଲମାନମାନେ ଏଠାକୁ ଆସିଥାନ୍ତି ବାକି ଅନ୍ୟ ଦିନମାନଙ୍କରେ ହିନ୍ଦୁମାନେ ଏହାର ଦାୟିତ୍ୱ ବହନ କରିଥାନ୍ତି। ଆମେ ଆପଣଙ୍କୁ କହୁଛୁ ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ଓରାଳି ଗ୍ରାମରେ ଥିବା ଦରଘା କଥା।

ଏଠାରେ କିଏ ନମାଜ ପାଠ କରୁଛନ୍ତି ତ କିଏ ଆଣ୍ଠୁମାଡି ପ୍ରଣାମ କରୁଛନ୍ତି। ସେହିଭଳି କିଏ କୋରାନ୍‌ ପାଠ କରୁଥିବା ବେଳେ କିଏ ଧୂପ-ଦୀପ ଜାଳି ପୂଜା କରୁଛନ୍ତି। ଏ ହେଉଛଇ ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ଓରାଳି ଗ୍ରାମରେ ଥିବା ହଜରତ ସୟେଦ ବୁଲନ୍ଦ ସାହା ବାବାଙ୍କ ଦରଘା, ଯାହା ସତ୍ୟପୀର ପୀଠ ନାମରେ ନାମିତ ହୋଇଛି। ଓରାଳି ଗ୍ରାମଟି ସମ୍ପୂର୍ଣ୍ଣ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ହୋଇଥିବାରୁ ଏଠାରେ ସତ୍ୟପୀରଙ୍କୁ ହିନ୍ଦୁମାନେ ପୂଜାର୍ଚ୍ଚନା କରିଥାନ୍ତି। କେବଳ ଗୁରୁବାର ଦିନ ହିଁ ନିକଟସ୍ଥ ଅଞ୍ଚଳର ଭାଇ-ଭଉଣୀମାନେ ଏଠାକୁ ଆସିଥାନ୍ତି। ଯାହାଫଳରେ ପ୍ରତି ଗୁରୁବାର ଦିନ ଏଠାରେ ଦେଖିବାକୁ ମିଳିଥାଏ ଅନନ୍ୟ ଭାଇଚାରାର ନିଦର୍ଶନ।

darghaଇସଲାମ ଧର୍ମ ପ୍ରଚାର ଓ ପ୍ରସାର ପାଇଁ ସୁଦୂର ଇରାନରୁ ଧର୍ମ ପ୍ରଚାରକମାନେ ଭାରତର କୋଣ ଅନୁକୋଣକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ସୟେଦ ଅହମ୍ମଦ ବୁଲନ୍ଦ ଶାହା ଅନ୍ୟତମ । ସେ ଭାରତରେ ମୋଗଲ ଶାସନ ଚାଲିଥିବା ବେଳେ ଧର୍ମ ପ୍ରଚାର ପାଇଁ ଆସିଥିଲେ । ଓରାଳିଠାରେ ଏକ କୁଡିଆ ନିର୍ମାଣ କରି ନିକଟସ୍ଥ ଗ୍ରାମଗୁଡିକରେ ଧର୍ମ ପ୍ରଚାରରେ ଲାଗିଥିଲେ । ଧର୍ମ ପ୍ରଚାର କରୁ କରୁ ଏହିଠାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୟେଦ ଅହମ୍ମଦ ବୁଲନ୍ଦ ଶାହା । ଏହାପରେ ତାଙ୍କୁ ଓରାଳିରେ କବର ଦିଆଯାଇଥିଲା । ଏଠାକାର ଲୋକମାନଙ୍କର ବାବାଙ୍କ ଉପରେ ପ୍ରଗାଢ ବିଶ୍ୱାସ ରହିଛି । ବାବାଙ୍କ ନିକଟରେ କୈାଣସି ମାନସିକ ରଖିଲେ ଏହା ପୁରଣ ହୁଏ ବୋଲି ଆଖପାଖ ହିନ୍ଦୁ ମୁସଲମାନଙ୍କର ବିଶ୍ୱାସ ରହିଛି । ସବୁଠାରୁ ବଡକଥା ହେଲା କୈାଣସି ସାଂପ୍ରଦାୟିକ ଗଣ୍ଡଗୋଳର ପ୍ରଭାବ ଏଠି ପଡେନାହିଁ । ଏକଥାକୁ ମୁକ୍ତକଣ୍ଠରେ ସ୍ୱୀକାର କରନ୍ତି ମୁସଲିମ ଭାଇମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.