Below header

ଆମେରିକା : ନିର୍ବାଚନ ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବିରେ କ’ଣ ପାଇଁ ରୁହନ୍ତି ରାଷ୍ଟ୍ରପତି

ଓ୍ଵାଶିଂଟନ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସଦ୍ୟ ସମାପ୍ତ ହୋଇଛି । ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଯିବା ପରେ ଆସନ୍ତା ଜାନୁଆରୀ କୋଡିଏ ତାରିଖରେ ବାଇଡେନ୍‌ ତାଙ୍କର କାର୍ଯ୍ୟକାଳ ଶୁଭାରମ୍ଭ କରିବେ । ତେବେ ଟ୍ରମ୍ପ୍‌ ନିର୍ବାଚନ ହାରି ଯାଇଥିଲେ ମଧ୍ୟ ଆସନ୍ତା ଅଢ଼େଇ ମାସ ଯାଏ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦରେ ରହିବେ । ନିର୍ବାଚନ ହାରିବା ଦିନ ଠାରୁ ନୂଆ ରାଷ୍ଟ୍ରପତି ପଦ ଗ୍ରହଣ ଯାଏ ଯେଉଁ ଅଢ଼େଇ ମାସ ସମୟ ରହିଲା ତାକୁ ଟ୍ରାନ୍‌ଜିଟ୍‌ ପିରିୟଡ୍‌ କୁହାଯାଇଥାଏ ।

white house-0

ଟ୍ରାନ୍‌ଜିଟ୍‌ ପ୍ରକ୍ରିୟା କ‘ଣ

ପ୍ରେସିଡେନ୍‌ସିଆଲ୍‌ ଟ୍ରାନ୍‌ଜିସନ୍‌ ପ୍ରୋସେସ୍‌ ଅନୁଯାୟୀ, ଆମେରିକାରେ ପରାଜିତ ରାଷ୍ଟ୍ରପତି ଆଗାମୀ ରାଷ୍ଟ୍ରପତିଙ୍କୁ ସମସ୍ତ ଶକ୍ତି ସହ ସବୁ ବିଭାଗ ସମ୍ବନ୍ଧିତ ନୀତିଗତ ଦସ୍ତାବିଜ ହସ୍ତାନ୍ତର କରିଥାନ୍ତି । ଏହି ସବୁ ପ୍ରକ୍ରିୟା ନିର୍ବାଚନ ଫଳାଫଳ ଦିନ ଠାରୁ ଶପଥ ଗ୍ରହଣ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

ପୂର୍ବରୁ ଟ୍ରାନ୍‌ଜିସନ୍‌ ସମୟ ଦୀର୍ଘ ଥିଲା

ଆମେରିକାରେ ବିଦାୟୀ ରାଷ୍ଟ୍ରପତିଙ୍କୁ ‘ଲେମ୍‌ ଡକ୍‌’ ପ୍ରେସିଡେଣ୍ଟ ମଧ୍ୟ କହିଥାନ୍ତି । ଏମାନେ ଏପରି ରାଷ୍ଟ୍ରପତି ଯିଏ ପଦରେ ଥାଇ ମଧ୍ୟ ନଥିବା ଭଳି । ୧୯୯୩ ରେ ଆମେରିକା ସମ୍ବିଧାନରେ ହୋଇଥିବା ୨୦ ତମ ଶଂଶୋଧନରେ ଟ୍ରାନ୍‌ଜିସନ୍‌ ସମୟକୁ ଛୋଟ କରି ଦିଆଯାଇଛି । ଆଗରୁ ଟ୍ରାନ୍‌ଜିସନ୍‌ ସମୟ ମାର୍ଚ୍ଚ ୪ ଯାଏ ଥିଲା ଯାହାକୁ ୨୦ ଜାନୁଆରୀ ଯାଏ କରାଯାଇଛି ।

white house-1

ନିର୍ବଚନ ପୂର୍ବରୁ ଏହି ସବୁ ଯୋଜନା ହୋଇସାରିଥାଏ

ଆମେରିକାର ଏହି ସବୁ ପ୍ରକ୍ରିୟା ପ୍ରେସିଡେନ୍‌ସିଆଲ୍‌ ଟ୍ରାନ୍‌ଜିସନ୍‌ ଆକ୍ଟ ୧୯୬୩ ଅନୁଯାୟୀ ହୋଇଛି । ଏହି ଆକ୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ଶକ୍ତି ହସ୍ତାନ୍ତର କରିବା ବ୍ୟବସ୍ଥା ରହିଛି । ପ୍ରକିୟାରେ ବହୁତ ପରିବର୍ତ୍ତନ ଥିବାରୁ ସବୁ କିଛି ପୂର୍ବରୁ ସ୍ଥିର ହୋଇଥାଏ ।

white house-2

ଟ୍ରମ୍ପ କେମିତି ଓ କେବେ ହସ୍ତାନ୍ତର କରିବେ ବାଇଡେନ୍‌ଙ୍କୁ କ୍ଷମତା

. ୭ ନଭେମ୍ବର ୨୦୨୦ : ନିର୍ବାଚନ ସମ୍ପନ୍ନ
. ୮ ଡିସେମ୍ବର ୨୦୨୦ : ସେଫ୍‌ ହାର୍ବର ଡେଡ୍‌ଲାଇନ୍‌ ସ୍ଥିର ହୁଏ
. ୧୪ ଡିସେମ୍ବର ୨୦୨୦ : ଇଲେକ୍ଟୋଟାଲ୍‌ କଲେଜର ମିଟିଂ
. ୬ ଜାନୁଆରୀ ୨୦୨୦ : କଂଗ୍ରେସ ଇଲେକ୍ଟୋରାଲ୍‌ କଲେଜ ଭୋଟ ଗଣିବ
. ୨୦ ଜାନୁଆରୀ ୨୦୨୦ : ଶପଥ ଗ୍ରହଣ ଏବଂ ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଆରମ୍ଭ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.