Below header

ଭୁବନେଶ୍ୱରରେ ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣା, ବାଲିଚନ୍ଦ୍ରପୁର ଥାନାରେ ହାଜର ହେଲେ ଅଭିଯୁକ୍ତଙ୍କ ଜ୍ୱାଇଁ ଓଏଏସ ଅଧିକାରୀ ପ୍ରମୋଦ ପୃଷ୍ଟି

 ଯାଜପୁର (କେନ୍ୟୁଜ) ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ହାଜିର ହେଲେ ଭୁବନେଶ୍ୱରର ଓଏଏସ ଅଧିକାରୀ ପ୍ରମୋଦ ପୃଷ୍ଟି । ଗତକାଲି ରାତିରେ ସେ ବାଲିଚନ୍ଦ୍ରପୁର ଥାନାରେ ହାଜିର ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଡିଏସପି ଏସ. ଟୁଡୁ ତାଙ୍କର ବାୟାନ ରେକର୍ଡ କରି ତାଙ୍କୁ ୪୧ ସିଆରପିସିରେ ନୋଟିସ ଦେଇ ଛାଡିଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଂଚଳର ଜଣେ ନାବାଳିକା ଭୁବନେଶ୍ୱରର ଓଏଏସ ଅଧିକାରୀ ପ୍ରମୋଦ ପୃଷ୍ଟିଙ୍କ ଘରେ କାମ କରୁଥିବା ବେଳେ ତାଙ୍କ ଶ୍ୱଶୁରଙ୍କ କାମନାର ଶିକାର ହୋଇ ଅନ୍ତସତ୍ୱା ହୋଇଥିବା ଗତ ୧ ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା ।

ପୀଡିତା ଜଣେ ଆଦିବାସୀ ନାବାଳିକା ହୋଇଥିବାରୁ ଏହାର ତଦନ୍ତ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଥିଲା । ପୋଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୀଡିତାର ଡାକ୍ତରୀ ମାଇନା କରାଇବା ସହ ମାଜିଷ୍ଟ୍ରେଟ ନିକଟରେ ୧୬୪ ବୟାନ ରେକର୍ଡ କରାଇଥିଲା । ତେବେ ଅଭିଯୁକ୍ତ ଜଣକ ୮୬ ବର୍ଷର ବୃଦ୍ଧ ହୋଇଥିବା ବେଳେ ସେ ଏବେ ମେଡିକାଲରେ ଚିକିତ୍ସାଧିନ ଥିବାରୁ ପୋଲିସ ତାଙ୍କୁ ଗିରଫ କରିପାରିନାହିଁ । ଯେହେତୁ ଅଭିଯୋଗ ଜଣେ ପରିଣତ ବୟସର ବୃଦ୍ଧଙ୍କ ଉପରେ ଲାଗିଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏଥିରେ ଅନ୍ୟ କେହି ସାମିଲ ହୋଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.