ବ୍ରହ୍ମଗିରି:ପାରିବାରିକ କଳାହକୁ ନେଇ ଭଣଜା ଭୁଜାଲି ମାଡରେ ମାମୁଁ, ଆଈ ଓ ମାଉସୀ ଆହତ

ବ୍ରହ୍ମଗିରି(କେନ୍ୟୁଜ୍):ରବିବାର ରାତି ୯ଟା ବେଳେ ବ୍ରହ୍ମଗିରି ଥାନା ରେବଣା ନୂଆଁଗାରେ ମାମୁଁ ଓ ଭଣଜାଙ୍କ ପରିବାର ମଧ୍ୟରେ ସାମାନ୍ୟ ବଚସା ପରେ ମାରପିଟ ହୋଇଥିଲା।ମାମୁଁ ମନୋଜ କୁମାର ସାହୁଙ୍କ ପରିବାରର ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନେ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ।

murder

ପୋଲିସ ସେମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ କହିବାରୁ ସେମାନେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ସେଠାରୁ ଚିକିତ୍ସା ହୋଇ ଫେରିବା ବେଳେ ଗେଟ ମୁହଁରେ ଭଣଜା ଗଙ୍ଗାଧର ଓ ଅନ୍ୟ ଜଣେ ସହଯୋଗି ସେମାନଙ୍କୁ ଅଟକାଇ ଭୁଜାଲିରେ ଆକ୍ରମଣ କରିଥିଲେ।ଗଙ୍ଗାଧରର ଭୁଜାଲି ମାଡରେ ମାମୁଁ ମନୋଜ,ସଜଂୟ,ଆଈ ସୁକାନ୍ତି ଓ ମାଉସି କବିତା ପ୍ରଧାନ ଗୁରୁତର ହୋଇ ଗେଟ୍ ମୁହଁରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ସେହି ସ୍ଥାନକୁ ଆସିବାରୁ ଆକ୍ରମଣକାରୀମାନେ ଦୈଡି ପଳାଇଥିଲେ।ପରେ ସମସ୍ତ ଗୁରୁତରଙ୍କୁ ଲୋକେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଘଟଣାର ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପୁରୀ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ।ଅନ୍ୟପକ୍ଷରେ ଘଟଣା ଯୋଗୁଁ ରେବଣା ନୂଆଗାଁରେ ଉତ୍ତେଜନା ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.