ଏଠି ଘରକୁ ଅତିଥି ଆସିଲେ ଫୁଲ ନୁହେଁ, ମନଇଚ୍ଛା ଛେପ ପକାଇ କରାଯାଇଥାଏ ସ୍ୱାଗତ, କାହିଁ କେଉଁ କାଳରୁ ଚାଲିଆସୁଛି ଏହି ଅଜବ ପ୍ରଥା

ଘରକୁ ଅତିଥି ଆସିଲେ ଭଗବାନ ଆସିଛନ୍ତି ବୋଲି କୁହାଯାଇଥାଏ। ଲୋକେ ସବୁ ପ୍ରକାର ଚେଷ୍ଟା କରନ୍ତି, ଯେପରି ତାଙ୍କ ଅତିଥି ଘରୁ ଖୁସିରେ ଯିବେ। ଫୁଲ ଏବଂ ମାଳା ଦେଇ ତାଙ୍କୁ ସ୍ୱାଗତ କରିଥାନ୍ତି। କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଲୋକେ ଘରକୁ ଆସିଥିବା ଅତିଥିଙ୍କୁ ଥୁକିବା ଆରମ୍ଭ କରିଦିଅନ୍ତି।

ghd

ଏଭଳି ଅଜବ ହରକତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ବାସ୍ତବରେ ଏମିତି ଏକ ପରମ୍ପରା ରହିଆସିଛି କେନିଆ ଏବଂ ତାଞ୍ଜାନିଆରେ। ଏଠାରେ ରହୁଥିବା ମସାଇ ସମ୍ପ୍ରଦାୟର ଲୋକ କାହିଁ କେଉଁ ଯୁଗରୁ ଏହି ପରମ୍ପରା ପାଳନ କରିଆସୁଛନ୍ତି। ଏଠି କାହା ଘରକୁ ଅତିଥି ଆସିଲେ ପୂରା ପରିବାର ସେମାନଙ୍କ ଉପରେ ମନଇଚ୍ଛା ଥୁକିଥାନ୍ତି।

ghjh

ପରମ୍ପରା ଅନୁସାରେ, ଘରକୁ ଅତିଥି ଆସିବା ପରେ ପରିବାରର ପ୍ରତ୍ୟେକ ସଦସ୍ୟ ଅତିଥିଙ୍କ ସହିତ ହାତ ମିଳାଇଥାନ୍ତି ଏବଂ ପରସ୍ପର ପରସ୍ପରର ହାତକୁ ଛେପ ପକାଇ ନିଜର ଖୁସି ଜାହିର କରିଥାନ୍ତି। ଏହି ସମ୍ପ୍ରଦାୟର ଲୋକେ ଏହି ପ୍ରଥାକୁ ଶୁଭ ବୋଲି ମାନିଥାନ୍ତି। ଏପରିକି, ଏଠାରେ ଜନ୍ମଗ୍ରହଣ କରୁଥିବା କୁନି ଶିଶୁ ଉପରେ ମଧ୍ୟ ଥୁକାଯାଇଥାଏ, ଯେପରି ତା’ର ସବୁ ପାପ କ୍ଷୟ ହୋଇଯିବ। ଏହି ପ୍ରଥାକୁ ଲୋକେ ବେଶ ସମ୍ମାନର ସହ ପାଳନ କରିଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.