Below header

କାଲି ଓଡ଼ିଶା ଫେରିବେ ୨୫ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଓଡିଆ ପୁଅ ବିର୍‌ଜୁ , ଆଣିବାକୁ ଅମୃତସରରେ ପହଞ୍ଚିଲା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  କାଲି ଓଡ଼ିଶା ଫେରିବେ ସୁନ୍ଦରଗଡ଼ର ବିର୍‌ଜୁ । ତାଙ୍କୁ ଆଣିବାକୁ ଅମୃତସରରେ ପହଞ୍ଚିଲା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌ । ଏକ ସ୍ୱତନ୍ତ୍ର ଗାଡ଼ିରେ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାତ୍ରା କରିଛନ୍ତି । ଆସନ୍ତାକାଲି ସେ ବିର୍‌ଜୁଙ୍କୁ ନେଇ ଅମ୍ରିତସରରୁ ସଡକ ପଥରେ ଫେରିବେ । ଦୀର୍ଘ ୨୫ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କଟାଇବା ପରେ ମୁକୁଳିଥିଲେ ବିରଜୁ । ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ୍‌ ଜଙ୍ଗାଟୋଲି ଗାଁର ।

ତାଙ୍କ ଫେରିବା ଖବର ଶୁଣି ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗତ ୨୬ ତାରିଖରେ ଲାହୋର ଜେଲରୁ ମୁକୁଳିବା ପରେ ବର୍ତ୍ତମାନ ଅମ୍ରିତସରର ନାରାୟଣ ଗଞ୍ଜ ସଂଘରୋଧ କେନ୍ଦ୍ରରେ ଅଛନ୍ତି । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଆସନ୍ତାକାଲି ସୁନ୍ଦରଗଡ଼କୁ ଅଣାଯିବ। ଘରକୁ ଫେରିବା ପରେ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.