ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ମୋକ୍ଷ ପ୍ରାପ୍ତି ପାଇଁ ଏମିତି ଏକ ହଷ୍ଟେଲ ତିଆରି ହୋଇଛି, ଯେଉଁଠି ଲୋକଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ବାରାଣସୀରେ ‘କାଶୀ ଲାଭ ମୁକ୍ତି ଭବନ’ ନାଁରେ ପ୍ରଚଳିତ ଏହି ହଷ୍ଟେଲ ଏମିତି ଏକ ଜାଗା, ଯେଉଁଠାକୁ ଲୋକେ ନିଜ ଅନ୍ତିମ ସମୟରେ ହିଁ ଆସିଥାନ୍ତି। ଏଠାକାର ପୂଜାରୀ ସେମାନଙ୍କୁ ବିଭିନ୍ନ ପ୍ରକାର ନୀତି ନିୟମ ଏବଂ କର୍ମକାଣ୍ଡ ସହିତ ପୃଥିବୀକୁ ଛାଡ଼ିବାରେ ସାହାଯ୍ୟ କରିଥାନ୍ତି।
କିନ୍ତୁ ଲୋକେ ଏଠାରେ ଆତ୍ମହତ୍ୟା କରନ୍ତି ନାହିଁ। ଏଠାକୁ କେବଳ ସେହି ଲୋକମାନେ ଆସନ୍ତି, ଯେଉଁମାନେ କୌଣସି ଗମ୍ଭୀର ରୋଗରେ ଜୁଝି ହେଉଥିବେ କିମ୍ବା ମୃତ୍ୟୁ ଶେଯରେ ପଡ଼ିଥିବେ। ହେଲେ ସେମାନେ ଏଠି କେବଳ ୨ ସପ୍ତାହ ହିଁ ରହିପାରିବେ। ଯଦି ସେମାନଙ୍କୁ ୨ ସପ୍ତାହ ଭିତରେ ମୃତ୍ୟୁ ନ ଆସେ, ତା’ହେଲେ ଏହି ସ୍ଥାନ ଛାଡ଼ିବାକୁ ପଡ଼ିଥାଏ।
କେବଳ ଏତିକି ନୁହେଁ, ଏଠାରେ ଲୋକମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି। ମୁକ୍ତି ଭବନରେ ୧୨ଟି ରୁମ, ଗୋଟିଏ ଛୋଟ ମନ୍ଦିର ଏବଂ ଲୋକଙ୍କ ପାଇଁ ପୂଜାରୀ ଅଛନ୍ତି। ବିଶେଷ କରି ଯେଉଁ ଲୋକମାନଙ୍କର ଏହି ଦୁନିଆରେ କେହି ନାହାନ୍ତି, ସେମାନେ ଏଠାକୁ ଆସିଥାନ୍ତି। ଏହି ହଷ୍ଟେଲ ବିଗତ ୪୪ ବର୍ଷ ଧରି ଏଭଳି ଲୋକଙ୍କ ସେବା କରିଆସୁଛି।