୨ ଘଣ୍ଟାରେ ୫୦୦ କିମି ଦୌଡି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲା ଲାମ୍ବୋର୍ଗିନୀ, ଦେଖନ୍ତୁ ଭିଡିଓ

ଇଟାଲୀ ପୋଲିସଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ରିପୋର୍ଟ ଅନୁଯାୟୀ ପୋଲିସ ଲାମ୍ବୋର୍ଗିନି କାର ସାହାଯ୍ୟରେ ୫୦୦ କିଲୋମିଟର ଦୂରରେ ଥିବା ଏକ ହସପିଟାଲକୁ ଟ୍ରାନ୍ସପ୍ଲାଣ୍ଟ ପାଇଁ ସମୟ ଭିତରେ କିଡନୀ ପହଁଚାଇ ଜଣଙ୍କର ଜୀବନ ବଞ୍ଚାଇଛନ୍ତି। ଇଣ୍ଟରନେଟରେ ପୋଲିସ ଏହି ବଢ଼ିଆ କାମ ପାଇର୍ ଖୁବ୍‌ ପ୍ରଶଂସା କରୁଛନ୍ତି।

ଇଟାଲୀ ପୋଲିସ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଇଟାଲୀ ପୋଲିସ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛି। ଏ ଭିଡିଓ ଦେଖି ଆପଣ ବି ଏୟା କହିବେ ଏହି ପୋଲିସଙ୍କୁ କୌଣସି ସୁପରପାଓ୍ଵାରର ଆବଶ୍ୟକ ନାହିଁ।

ଆପଣ ଦେଖିପାରୁଥିବେ ଯେ ଏକ ନୀଳ-ଧଳା ରଙ୍ଗର ଲାମ୍ବୋର୍ଗିନୀ ହୁରାକୈନୀ ଏଲପି ୬୧୦-୪ରେ ପୋଲିସକର୍ମୀ ଡୋନର କିଡନୀକୁ ରଖୁଛନ୍ତି ଏବଂ ତାପରେ ପ୍ରାୟ ୨୩୦ କିଲୋମିଟର ପ୍ରତି ଘଣ୍ଟାର ବେଗରେ କାରକୁ ଡ୍ରାଇଭ କରି ୫୦୦ କିଲୋମିଟର ଦୂର ସ୍ଥିତ ହସପିଟାଲରେ କିଡନୀକୁ ସମୟ ଭିତରେ ପହଁଚାଉଛନ୍ତି। କୁହାଯାଉଛି ଯେ ଏତେ ସମୟ ଯାତ୍ରା କରିବାକୁ ୬ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ପୋଲିସକର୍ମୀ ଏହାକୁ ପ୍ରାୟ ୨ ଘଣ୍ଟାରେ ଏହାକୁ ଆଣିବାରେ ସକ୍ଷମ ହେବା ସହିତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.