ସ୍ପେଶାଲ

ମୃତ ଜୀବମାନଙ୍କ ହେତୁ ସମୁଦ୍ରରେ ସବୁଠାରୁ ହୁଏ ବଡ଼ ଭୂକମ୍ପ, ସ୍ପଷ୍ଟ କଲା ଅନୁସନ୍ଧାନକାରୀ ସଂସ୍ଥା

ଅନେକ ସମୟରେ ସମୁଦ୍ରରେ ଝଡ଼ ସୃଷ୍ଟି ହେବାର ଆପଣ ଜାଣିଥିବେ। ଯାହା ପାଇଁ କେବଳ ସାମୁଦ୍ରିକ ପ୍ରାଣୀ ନୁହେଁ ସ୍ଥଳ ଭାଗରେ ଥିବା ପ୍ରାଣୀ ମଧ୍ୟ ଖରାପ ଭାବେ ପ୍ରଭାବିତ ହୋଇ ଥାଆନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ସାମୁଦ୍ରିକ ଝଡ଼ର ମୁଖ୍ୟ କାରଣ କ’ଣ ହୋଇପାରେ। ପୁଣି ବର୍ତ୍ତମାନ ସବୁଠାରୁ ବଡ ଭୂକମ୍ପ ସମୁଦ୍ରରେ ଆସିପାରେ ବୋଲି ବୈଜ୍ଞାନିକଦଳ ସୂଚନା ଦେଇଛନ୍ତି।

ଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଲକ୍ଷ ଲକ୍ଷ ବର୍ଷ ପୁରୁଣା ଏକ କ୍ଷୁଦ୍ର ଜୀବ ପାଇଁ ହିକୁରଙ୍ଗି ସବଡକସନ୍ ଜୋନରେ ଏକ ଭୟଙ୍କର ଭୂକମ୍ପ ସୃଷ୍ଟି ହୋଇପାରେ। ବାସ୍ତବରେ, ନ୍ୟୁଜିଲ୍ୟାଣ୍ଡର ସବୁଠୁ ବଡ ଫଲ୍ଟରେ ଥିବା ପିଇସିଫିକ ପ୍ଲେଟ୍, ସବଡକସନ୍ ଜୋନ୍, ଅଷ୍ଟ୍ରେଲିୟ ପ୍ଲେଟ୍ ତଳେ ଡାଇବ କରୁଛି ବା ଭାସୁଛି।

ଏହି ଜୋନରେ ଆଠରୁ ଅଧିକ ମ୍ୟାଗ୍ନିଚ୍ୟୁଡର ଏକ ବିରାଟ ‘ମେଗାଥ୍ରଷ୍ଟ’ ବା ଭୂକମ୍ପ ହେବାର ସମ୍ଭାବନା ଅଛି। ବୈଜ୍ଞାନିକମାନଙ୍କର ଏକ ଦଳ ହିକୁରାଙ୍ଗି ସବଡକସନ୍ ଜୋନ୍ ଧାରରେ ଅବସ୍ଥିତ ହଙ୍ଗାରୋଆ ଫଲ୍ଟ ଉପରେ ଏକ ପଥର ଉପରେ ଅଧ୍ୟୟନ କରୁଛନ୍ତି। ଦଳର ନେତୃତ୍ୱ ନେଇଥିବା ଡକ୍ଟର କାରୋଲିନ୍ ବୋଲଟନ୍ କହିଛନ୍ତି ଯେ ମାର୍ଟିନବୋରୋ ଠାରୁ ପ୍ରାୟ ୩୫ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ତୋରା ନିକଟସ୍ଥ ପଥର ଉପରେ କାଦୁଅ, ଚୂନ ପଥର ଏବଂ ସିଲ୍ଟଷ୍ଟୋନ୍ ସ୍ତର ମିଳିଛି, ଯାହା ସବଡକସନ୍ ଜୋନ୍ରେ ଅଛି ବୋଲି ସୂଚାଉଛି।

ବାସ୍ତବରେ, ଏହିପରି ପଥରଗୁଡିକ ୩୫ ରୁ ୬୫ ନିୟୁତ ବର୍ଷ ପୂର୍ବେ ସମୁଦ୍ର ଚଟାଣରେ ରହିଆସୁଥିଲା କିନ୍ତୁ ଏପରି ସ୍ଥାନରେ ସେମାନଙ୍କୁ ଅଧ୍ୟୟନ କରିବା କଷ୍ଟକର ଥିଲା। ଡକ୍ଟର ବୋଲଟନ୍ କହିଛନ୍ତି ଯେ ପଥରରେ କାଲସିଟ୍ ଅଛି, ଯାହାକି ଏକ କୋଷ ବିଶିଷ୍ଟ ପୁରୁଣା ମୃତ ସାମୁଦ୍ରିକ ଜୀବମାନଙ୍କ ଦ୍ଵାରା ସୃଷ୍ଟି ହୋଇଛି।

ବିଶେଷକରି ପ୍ଲାନକଟନ୍ ପରି ଫୋରାମିନାଫେରା ଜୀବମାନଙ୍କ ଦ୍ଵାରା। ସେହି କ୍ଷୁଦ୍ର ଜୀବମାନଙ୍କ ଦ୍ୱାରା ଗଠିତ କାଲସିଟ୍, ସବଡକସନ୍ ଜୋନ୍ ଗତିକୁ ପ୍ରଭାବିତ କରେ। ଡକ୍ଟର ବୋଲଟନ୍ ଏହା ମଧ୍ୟ କହିଛନ୍ତି ଯେ ଯଦି ପଥରରେ ଥିବା କାଲସିଟ୍ ତରଳିଯାଏ, ତେବେ ଫଲ୍ଟ ଦୁର୍ବଳ ହୋଇ ଭୂକମ୍ପ ବିନା ମଧ୍ୟ ସହଜରେ ଖସିପାରେ। କିନ୍ତୁ କାଲସିଟ୍ ଦ୍ରବୀଭୂତ ହୁଏ ନାହିଁ, ତେଣୁ ଫଲ୍ଟ ଏହାର ଉର୍ଜାକୁ ଷ୍ଟୋର କରେ ଓ ଏହା ଲକ୍ ହୋଇପାରେ। ଏଭଳି ପରିସ୍ଥିତିରେ ବଡ଼ ସାମୁଦ୍ରିକ ଭୂକମ୍ପ ହେବାର ସମ୍ଭାବନା ରହିଛି।

ତାପମାତ୍ରା କମ୍ ହେଲେ କାଲସିଟ୍ ଦ୍ରୁତ ଗତିରେ ତରଳିଯାଏ, ଯେତେବେଳେ ତାପମାତ୍ରା ବଢ଼ିଲେ କାଲସିଟ୍ ତରଳିବା କଷ୍ଟକର ହୋଇଯାଏ।ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସବଡକସନ୍ ଜୋନରେ ତାପମାତ୍ରା ଭୂମି ଅପେକ୍ଷା ଅଧିକ ଧୀରେ ଧୀରେ ଅର୍ଥାତ୍ ପ୍ରାୟ 10ºC / କିମି ବଢ଼ିଥାଏ। ଏହି କାରଣରୁ ଫଲ୍ଟ ପ୍ରକୃତରେ କାଲସିଟ୍ ପ୍ରତି ସମ୍ବେଦନଶୀଳ ଥାଏ। ତେବେ ଏହି ଜୀବମାନଙ୍କଠାରୁ ନିର୍ମିତ କାଲସିଟ୍ ପରିମାଣ ସ୍ଥିର କରେ ଯେ ଭୂକମ୍ପ କେତେ ବଡ଼ ଭାବେ ହେବ।

ଡକ୍ଟର ବୋଲଟନ୍ ସ୍ପଷ୍ଟ କରିଛନ୍ତି ଯେ ଅଧ୍ୟୟନରୁ ଜଣାପଡିଛି ଯେ ସବଡକସନ୍ ଜୋନର ଅସ୍ଥାୟୀ ଅଂଶ ପ୍ଲେଟର ଗତିକୁ ଧୀରେ ଧୀରେ ବଦଳାଇ ବଡ଼ ଏବଂ କ୍ଷତିକାରକ ଭୂକମ୍ପ ସୃଷ୍ଟି କରିପାରେ। ସେ କହିଛନ୍ତି ଯେ ସବଡକସନ୍ ଜୋନ୍ ନିକଟରେ ହୋଇଥିବା ଏକ ମେଗା ଥ୍ରଷ୍ଟ ଭୂକମ୍ପ ଏକ ବଡ଼ ସୁନାମି ଆସିଥିବା। ଏହାର ପ୍ରମାଣ ଭୌଗଳିକ ଖନନ ଏବଂ ଉତ୍ତର- ଦକ୍ଷିଣ ଦ୍ୱୀପପୁଞ୍ଜର ପୂର୍ବ ଉପକୂଳ ନିକଟରେ ଥିବା ଜୀବାଶ୍ମ ରେକର୍ଡରେ ମଧ୍ୟ ଦେଖିବାକୁ ମିଳିଛି। ଆକଳନ କରାଯାଇଛି ଯେ ଆସନ୍ତା ୫୯ ବର୍ଷ ମଧ୍ୟରେ ହିକୁରଙ୍ଗି ସବଡକସନ୍ ଜୋନର ଦକ୍ଷିଣ ଧାରରେ ଭୟଙ୍କର ଭୂକମ୍ପ ହେବାର ୨୬ ପ୍ରତିଶତ ସମ୍ଭାବନା ରହିଛି। କହିବାକୁ ଗଲେ ସମୁଦ୍ରରେ ମୃତ୍ୟୁ ବରଂ କରିଥିବା ଜୀବଙ୍କ ପାଇଁ ସୃଷ୍ଟି ହୋଇଥାଏ ସମୁଦ୍ର ତୋଫାନ। ତେବେ ସାମୁଦ୍ରିକ ଜୀବ ମାରିବାରେ ମଧ୍ୟ ମୁଖ୍ୟ କାରଣ ହେଉଛି ପରିବେଶ ପ୍ରଦୂଷଣ, ଯାହାକି ମନୁଷ୍ୟକୃତ।  ଠିକ ରୂପେ କହିବାକୁ ଗଲେ ମଣିଷ ଙ୍କ ପାଇଁ ହଁ ଏପରି ସାମୁଦ୍ରିକ ଝାଡା ସୃଷ୍ଟି ହୋଇଥାଏ। ତେଣୁ ଏପରି ଝଡ଼ରୁ ରକ୍ଷା ପାଇବା ପାଇଁ ପରିବେଶ ସ୍ୱଚ୍ଛ ରଖିବା ନିହାତି ଦରକାର ଯାହାକି ମଣିଷ ସମାଜର ଏକ ବଡ କର୍ତ୍ତବ୍ୟ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

54 seconds ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

26 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

30 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

33 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

38 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

50 mins ago