କ୍ରୀଡା

ଟି-୨୦ ବିଶ୍ୱକପ୍ ୨୦୨୨କୁ A ଠୁ Z ପର୍ଯ୍ୟନ୍ତ ଜାଣନ୍ତୁ…

ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରୁ ୮ମ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି। ୨୯ ଦିନରେ ମୋଟ ୪୫ଟି ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ୧୫ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ମଇଦାନକୁ ଓହ୍ଲାଇବ। ଦଳ ୨୦୦୭ ମସିହା ପରଠାରୁ ଟି-୨୦ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇପାରି ନାହିଁ। ୨୦୧୪ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ତାକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଆଜି ଆମେ ଆପଣଙ୍କୁ ଟି-୨୦ ବିଶ୍ୱକପ୍ ୨୦୨୨ର A ଠୁ Z ପର୍ଯ୍ୟନ୍ତ ସୂଚନା ଦେବାକୁ ଯାଉଛୁ, ଯାହା ଭିତରୁ ଆମେ କିଛି ବର୍ଣ୍ଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରୁଛୁ। ଆସନ୍ତୁ ଜାଣିବା ଏହା ବିଷୟରେ…

Aରେ Australia: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳା ଯାଉଛି ଟି-୨୦ ବିଶ୍ୱକପ୍।

Bରେ bounce: ଅଷ୍ଟ୍ରେଲିଆରେ ବାଉନ୍ସ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ଦ୍ରୁତ, ଯଦି ବାଉନ୍ସ ଭଲ ରହିବ, ତା’ ହେଲେ ବୋଲିଂ ପାଇଁ ସହଜ ହୋଇପାରେ। କିନ୍ତୁ ବାସ୍ତବରେ ଭଲ ବୋଲର ନିଜର ଲାଭ ପାଇଁ ବାଉନ୍ସ ଉପଯୋଗ କରି ପାରିବେ।

Cରେ captains: ଅନେକ କ୍ୟାପଟେନ ମୁଣ୍ଡରେ ଚିନ୍ତା ରଖି ଟୁର୍ଣ୍ଣାମେଣ୍ଟକୁ ଓହ୍ଲାନ୍ତି। ସେମାନେ ଭଲ ପ୍ରଦର୍ଶନ କରିପାରି ନ ଥାଆନ୍ତି। କେନ୍ ଓ୍ଵିଲିୟମ୍ସନ ଓ ଟେମ୍ବା ବାବୁମା ଗତ ବିଶ୍ୱକପ୍ ପରଠାରୁ ସମସ୍ତ ଟି-୨୦ କ୍ରିକେଟ୍‌ରେ ଖରାପ ପ୍ରଦର୍ଶନ କରିଥିଲେ। ଏରୋନ ଫିଞ୍ଚ ସର୍ବଶ୍ରେଷ୍ଠ ଫର୍ମରେ ନାହାନ୍ତି। ସେ ଦିନିକିଆ ଛାଡ଼ି ଦେଇଛନ୍ତି।

Dରେ Djilang: Djilang ହେଉଛି Geelongର ସ୍ୱଦେଶୀ ନାମ, ଏହି ସ୍ଥାନ ବିଶ୍ୱକପ୍‌ରେ ଏକମାତ୍ର ଅଣ-ଟେଷ୍ଟ ସ୍ଥଳ। ଏହାଛଡ଼ା ଅଷ୍ଟ୍ରେଲିଆ ଏହି ବିଶ୍ୱକପ୍ ପାଇଁ ସ୍ୱଦେଶୀ ଥିମ୍ ଯୁକ୍ତ କିଟ୍ ପିନ୍ଧିବ। କେବଳ ୪ ସ୍ୱଦେଶୀ ପୁରୁଷ ଏବଂ ୨ ସ୍ୱଦେଶୀ ମହିଳା ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି।

Eରେ Eliminator: ଏକ ସୁପର ଓଭର, ଯାହାକୁ ଏକ ଓଭରର ଏଲିମିନେଟର କିମ୍ବା ଅଫିସିଆଲ ରୂପେ ଏକ ଓଭର ପ୍ରତି ସାଇଡ୍ ଏଲିମିନେଟର ବି କୁହାଯାଇଥାଏ। ଏହା ସୀମିତ ଓଭରର କ୍ରିକେଟ୍ ମ୍ୟାଚ୍‌ରେ ଉପଯୋଗ କରାଯାଉଥିବା ଏକ ଟାଇ-ବ୍ରେକିଂ ବିଧି, ଯେଉଁଠି ଉଭୟ ଟିମ୍ ବିଜେତା ନିର୍ଦ୍ଧାରଣ କରିବା ପାଇଁ ଜଣେ ସିଙ୍ଗଲ ୬ ବଲ୍‌ର ଅତିରିକ୍ତ ଓଭର ଖେଳିଥାଏ।

Fରେ first round: ପ୍ରଥମ ରାଉଣ୍ଡରେ ଉଭୟ ଗ୍ରୁପ୍‌ର ୪ ଟିମ୍ ଦ୍ୱିତୀୟ ରାଉଣ୍ଡରେ ଜାଗା ସୃଷ୍ଟି କରିବେ। ୟୁଏଇ, ନେଦରଲାଣ୍ଡ, ଶ୍ରୀଲଙ୍କା ଓ ନାମ୍ବିୟା ପ୍ରଥମ ରାଉଣ୍ଡରେ ଗ୍ରୁପ୍ ଏରେ ଅଛନ୍ତି। ଗ୍ରୁପ୍ ବିରେ ଆୟରଲାଣ୍ଡ, ଜିମ୍ବାେଓ୍ଵ, େଓ୍ଵଷ୍ଟଇଣ୍ଡିଜ୍ ଓ ସ୍କଟଲାଣ୍ଡ ଅଛନ୍ତି।

Gରେ Gayle: କ୍ରିସ୍ ଗେଲ୍‌ଙ୍କ ବିନା ଏହା ପ୍ରଥମ ଟି-୨୦ ବିଶ୍ୱକପ୍। ସେହିପରି କିରୋନ୍ ପୋଲାର୍ଡ, ଆନ୍ଦ୍ରେ ରସେଲ ଓ ସୁନିଲ ନରେନ୍ ମଧ୍ୟ େଓ୍ଵଷ୍ଟଇଣ୍ଡିଜ୍ ଟିମ୍‌ରେ ଗାଏବ ରହିବେ।

Hରେ Hazlewood: ଜୋସ୍ ହାଜେଲଉଡ୍ ଆପେ ହିଁ ଜଣେ ଶ୍ରେଣୀ। ପୂର୍ବରୁ ଜଣେ ଟେଷ୍ଟ ବିଶେଷଜ୍ଞ ରୂପେ ଜଣାଯାଉଥିଲେ, ଏବେ ସେ ସୀମିତ ଓଭରର କ୍ରିକେଟ, ବିଶେଷ ରୂପେ ଟି-୨୦ରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି।

Iରେ injuries: ଯଶପ୍ରୀତ୍ ବୁମ୍ରାହ, ଜନି ବେୟରଷ୍ଟୋ ଓ ଜୋଫ୍ରା ଆର୍ଚର, ଏହି ୩ ଜଣ ଖେଳାଳି ଆହତଜନିତ କାରଣରୁ ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛନ୍ତି।

Kରେ kits: ଅଷ୍ଟ୍ରେଲିଆ ପାଖରେ ସ୍ୱଦେଶୀ ଆଧାରିତ କିଟ୍ ବା ଜର୍ସି ରହିଛି।

Mରେ MCB: Mini collapse breakers।

Qରେ Qualifiers: ବିଶ୍ୱକପ୍‌ର ଶେଷ ୪ ଟିମ୍ କିଏ ହେବେ, ତାହା ଧାର୍ଯ୍ୟ କରିବା ପାଇଁ ୮ ଟିମ୍‌କୁ ନେଇ ଦୁଇଟି କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ସମସ୍ତ ୪ ଫାଇନାଲିଷ୍ଟ ଅର୍ଥାତ୍‌ କ୍ୱାଲିଫାୟାର ଏରୁ ୟୁଏଇ ଓ ଆୟରଲାଣ୍ଡ ଏବଂ କ୍ୱାଲିଫାୟାର ବିରୁ ଜିମ୍ବାେଓ୍ଵ ଓ ନେଦରଲାଣ୍ଡ ଅଷ୍ଟ୍ରେଲିଆ ପାଇଁ ଜାଗା ବନାଇଥିଲେ।

Sରେ sixes: ୨୦୨୦ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆରେ ପ୍ରତି ୨୨ ବଲ୍‌ରେ ଗୋଟିଏ ଛକା ମରାଯାଇଥାଏ। କେବଳ ଦକ୍ଷିଣ ଆଫ୍ରିକାରେ ହିଁ କମ୍ ସଂଖ୍ୟକ ଛକା ହୋଇଥାଏ। ହୁଏତ ଏଠାରେ ଛକା ମାରିବା ବହୁତ ମୁସ୍କିଲ ଥାଏ, କିନ୍ତୁ ଅଷ୍ଟ୍ରେଲିଆରେ ଏହା ବହୁତ ସହଜ କଥା ହୋଇଥାଏ।

Uରେ umpires: ଗତ ବିଶ୍ୱକପ୍‌ରେ ଯେଉଁ ୧୬ ଜଣ ଅମ୍ପେୟାର ଛିଡ଼ା ହୋଇଥିଲେ, ଏଥର ମଧ୍ୟ ପାଖାପାଖି ସେହିମାନେ ହିଁ ରହିବେ।

Vରେ venues: ଯଦି ଅଷ୍ଟ୍ରେଲିଆ ସେମିଫାଇନାଲରେ ଜାଗା ବନାଏ, ତା’ ହେଲେ ଏହା ସିଡ୍‌ନୀରେ ନିଜର ମ୍ୟାଚ୍ ଖେଳିବ। ଯଦି ସେମିତି ନ ହୁଏ, ତେବେ ଗ୍ରୁପ୍ ୧ର ବିଜେତା ଓ ଗ୍ରୁପ୍ ୨ର ରନର୍ସ ଅପ୍ ସିଡ୍‌ନୀରେ ପ୍ରଥମ ସେମିଫାଇନାଲ ଖେଳିବେ। ଗ୍ରୁପ୍ ୨ର ବିଜେତା ଓ ଗ୍ରୁପ୍ ୧ର ରନର୍ସ ଅପ୍ ଏଡିଲେଡରେ ଖେଳିବେ।

Wରେ weather: ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶ୍ୱକପ୍ ସିଧାସଳଖ ପ୍ରଭାବିତ ହୋଇପାରେ। ଇଭେଣ୍ଟ୍‌ର ଗୋଟିଏ ସପ୍ତାହ ପୂର୍ବରୁ ଦକ୍ଷିଣ ମେଲବର୍ଣ୍ଣ ଏବଂ ଭିକ୍ଟୋରିଆରେ ବନ୍ୟା ପରିସ୍ଥିତି ନେଇ ସତର୍କ ସୂଚନା ଜାରି କରାଯାଇଥିଲା।

Yରେ youngest: ୟୁଏଇର ଅୟାନ ଅଫଜଲ ଖାନ ଟି-୨୦ର ସର୍ବକନିଷ୍ଠ ଖେଳାଳି। ତାଙ୍କୁ ମାତ୍ର ୧୬ ବର୍ଷ ବୟସ।

Zରେ Zampa: ଜମ୍ପା ଜଣେ ନନ୍-ଅଲରାଉଣ୍ଡର ରିଷ୍ଟ୍‍ସ୍ପିନର। ଯଦି ଅଷ୍ଟ୍ରେଲିଆ ପିଚ୍‌ଗୁଡ଼ିକରେ ବାଉନ୍ସ ରହିଛି, ତା’ ହେଲେ ଏହି ବାଉନ୍ସ ପାଇଁ ହିଁ ସେ ପ୍ରସିଦ୍ଧ। ଏହି ଟୁର୍ଣ୍ଣାମେଣ୍ଟ ତାଙ୍କ ଶୈଳୀ ପାଇଁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇପାରେ।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

35 seconds ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

26 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

30 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

32 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

38 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

50 mins ago