ଟି-୨୦ ବିଶ୍ୱକପର ଓ୍ଵାର୍ମଅପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ। ଭାରତ ପକ୍ଷରୁ ମିଳିଥିବା ୧୮୭ ରନର ପିଛା କରି ଅଷ୍ଟ୍ରେଲିଆ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୮୦ ରନ୍ କରିପାରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ଗୋଟେ ଓଭରରେ ୩ଟି ଓ୍ଵିକେଟ ନେଇ ବାଜି ପଲଟାଇ ଦେଇଥିଲେ।
ଏହି ଅଭ୍ୟାସ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ଟିମ୍ ଇଣ୍ଡିଆର ଖେଳାଳି। ରୋହିତ ଶର୍ମା ଓ କେଏଲ୍ ରାହୁଲ ଓପନିଂ ବ୍ୟାଟିଂ କରିବାକୁ ଆସିଥିଲେ। ୭.୨ ବଲରେ ଭାରତର ସ୍କୋର ୭୮ ରନ୍ ହୋଇଥିବା ବେଳେ ଟିମ୍ ଦଳକୁ ଲାଗିଥିଲା ପ୍ରଥମ ଝଟ୍କା । କେଏଲ୍ ରାହୁଲ ୩୩ ବଲରେ ୫୭ ରନ କରି ଆଉଟ୍ ହୋଇଥିଲେ । ତା’ ପରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କ ୫୦ ରନର ଦମଦର ଇନିଂସ, କୋହଲିଙ୍କ ୧୯ରନ୍, କାର୍ତ୍ତିକଙ୍କ ୨୦ ରନ୍ ବଦଳରେ ଟିମର ମୋଟ ସ୍କୋର ୧୮୬ରେ ପହଞ୍ଚିବା ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ କେନ୍ ରିଚାର୍ଡସନ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଷ୍ଟାର୍କ, ମାକ୍ସଓ୍ୱେଲ, ଆଗର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।
୧୮୭ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ମାତ୍ର ୪.୪ ଓଭରରେ ବିନା କୌଣସି ଓ୍ଵିକେଟ ହରାଇ ୫୦ ରନ୍ କରିସାରିଥିଲା ଅଷ୍ଟ୍ରେଲିଆ। ୩୫ ରନ୍ ମିଶେଲ୍ ମାର୍ଶ ଭୁବନେଶ୍ୱର କୁମାର ଶିକାର ହୋଇଥିଲେ । ଏହାପରେ ଲଗାତାର ଓ୍ଵିକେଟ ପଡିଥିଲା । ଅଧିନାୟକ ଆରୋନ ଫିଞ୍ଚ୍ କେବଳ ଲଢୁଆ ୭୬ରନ କରିଥିଲେ। ଶେଷରେ ମୋଟ ୨୦ ଓଭରରେ ପୁରା ଟିମ୍ ୧୮୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି, ଅର୍ଶଦୀପ, ହର୍ଷଲ ପଟେଲ, ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।
Also Read : ବିରାଟ କୋହଲିଙ୍କ ଭଳି କ୍ରିକେଟର ହେବାକୁ ଚାହାନ୍ତି କୁନି ଝିଅ ମାକସୁମା, ବ୍ୟାଟିଂ ଷ୍ଟାଇଲ ଦେଖିଲେ ଉଡିଯିବ ହୋସ୍
‘ଭାବିଜୀ ଘର ପର ହୈ’ ଅଭିନେତା ଫିରୋଜ ଖାନଙ୍କ ପରଲୋକ । ଅମିତାଭ ବଚ୍ଚନଙ୍କ ମିମିକ୍ରି ଏବଂ ଅଭିନୟ କରୁଥିବା…
ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ’ ୨୫ରେ ଦିଲ୍ଲୀରେ ମତଦାନ ହେବ । ମତଦାନକୁ ନେଇ ନିର୍ବାଚନ ଆୟୋଗ ଏବଂ…
Truecaller ନିଜର ୟୁଜରମାନଙ୍କ ପାଇଁ ଏକ ଦମଦାର AI ଫିଚର ଆଣିଛି । ଏହି ଫିଚର ମାଧ୍ୟମରେ, ଉପଭୋକ୍ତାମାନେ ସେମାନଙ୍କର…
ଏଭେରେଷ୍ଟ ଦୁନିଆର ସବୁଠାରୁ ଉଚ୍ଚତମ ଶୃଙ୍ଗ । ଏହି ପର୍ବତ ଉପରେ ଚଢ଼ି ରେକର୍ଡ କରିବା ପାଇଁ ଅନେକ ପର୍ବତାରୋହୀଙ୍କର…
ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଛି । ତେବେ ଆମ୍ବ ଖାଇବାକୁ ପସନ୍ଦ କରୁଥିବା ଲୋକମାନେ ଗ୍ରୀଷ୍ମରେ ଆମ୍ବକୁ…
ଜୟପୁର (କେନ୍ୟୁଜ) : ଏତେ ରାତିରେ କିଏ ବଜାଉଥିଲା ଘଣ୍ଟି । ରାତିରେ ନ ଶୋଇ ଏମିତି କିଏ ଘଣ୍ଟି…