Below header

ଅଭ୍ୟାସ ମ୍ୟାଚ ଜିତିଲା ଭାରତ, ଗୋଟେ ଓଭରରେ ୩ଟି ଓ୍ଵିକେଟ ନେଇ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ୍‌ ଛଡାଇ ଆଣିଲେ ସାମି

ଟି-୨୦ ବିଶ୍ୱକପର ଓ୍ଵାର୍ମଅପ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ। ଭାରତ ପକ୍ଷରୁ ମିଳିଥିବା ୧୮୭ ରନର ପିଛା କରି ଅଷ୍ଟ୍ରେଲିଆ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୮୦ ରନ୍‌ କରିପାରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ଗୋଟେ ଓଭରରେ ୩ଟି ଓ୍ଵିକେଟ ନେଇ ବାଜି ପଲଟାଇ ଦେଇଥିଲେ।

ଏହି ଅଭ୍ୟାସ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ଟିମ୍‌ ଇଣ୍ଡିଆର ଖେଳାଳି। ରୋହିତ ଶର୍ମା ଓ କେଏଲ୍ ରାହୁଲ ଓପନିଂ ବ୍ୟାଟିଂ କରିବାକୁ ଆସିଥିଲେ। ୭.୨ ବଲରେ ଭାରତର ସ୍କୋର ୭୮ ରନ୍ ହୋଇଥିବା ବେଳେ ଟିମ୍ ଦଳକୁ ଲାଗିଥିଲା ପ୍ରଥମ ଝଟ୍କା । କେଏଲ୍ ରାହୁଲ ୩୩ ବଲରେ ୫୭ ରନ କରି ଆଉଟ୍‌ ହୋଇଥିଲେ । ତା’ ପରେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କ ୫୦ ରନର ଦମଦର ଇନିଂସ, କୋହଲିଙ୍କ ୧୯ରନ୍, କାର୍ତ୍ତିକଙ୍କ ୨୦ ରନ୍ ବଦଳରେ ଟିମର ମୋଟ ସ୍କୋର ୧୮୬ରେ ପହଞ୍ଚିବା ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ କେନ୍ ରିଚାର୍ଡସନ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଷ୍ଟାର୍କ, ମାକ୍ସଓ୍ୱେଲ, ଆଗର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

୧୮୭ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ମାତ୍ର ୪.୪ ଓଭରରେ ବିନା କୌଣସି ଓ୍ଵିକେଟ ହରାଇ ୫୦ ରନ୍‌ କରିସାରିଥିଲା ଅଷ୍ଟ୍ରେଲିଆ। ୩୫ ରନ୍ ମିଶେଲ୍ ମାର୍ଶ ଭୁବନେଶ୍ୱର କୁମାର ଶିକାର ହୋଇଥିଲେ । ଏହାପରେ ଲଗାତାର ଓ୍ଵିକେଟ ପଡିଥିଲା । ଅଧିନାୟକ ଆରୋନ ଫିଞ୍ଚ୍ କେବଳ ଲଢୁଆ ୭୬ରନ କରିଥିଲେ। ଶେଷରେ ମୋଟ ୨୦ ଓଭରରେ ପୁରା ଟିମ୍ ୧୮୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି, ଅର୍ଶଦୀପ, ହର୍ଷଲ ପଟେଲ, ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

Also Read : ବିରାଟ କୋହଲିଙ୍କ ଭଳି କ୍ରିକେଟର ହେବାକୁ ଚାହାନ୍ତି କୁନି ଝିଅ ମାକସୁମା, ବ୍ୟାଟିଂ ଷ୍ଟାଇଲ ଦେଖିଲେ ଉଡିଯିବ ହୋସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.