Below header

କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଗୁଳିରେ ସବ୍ ଇନ୍ସପେକ୍ଟର ଗୁରୁତର

ମାଲକାନଗିରି (କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ୍ ମାଓବାଦୀ ଗୁଳିବିନିମୟ। ମାଓବାଦୀଙ୍କ ଗୁଳିରେ ଜଣେ ସବ ଇନ୍ସପେକ୍ଟର ଗୁରୁତର। ଗତକାଲି ଚିନାଗେଲୁର ଜଙ୍ଗଲରେ ପୋଲିସ୍ ମାଓ ଦମନ ପାଇଁ କମ୍ବିଂ ଅପରେସନ ବେଳେ ହଠାତ ମାଓବାଦୀ ପୋଲିସ ଉପରକୁ ଗୁଳି ବର୍ଷା କରିଥିଲେ।

ତେବେ ପୋଲିସର ପାଲଟା ଜବାବ ପରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ। ଗୁଳିବିନିମୟ ବେଳେ ମାଓବାଦୀଙ୍କ ଗୁଳି ଜଣେ ସବ ଇନ୍ସପେକ୍ଟରଙ୍କୁ ବାଜିଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ସବ ଇନ୍ସପେକ୍ଟରଙ୍କ ନାଁ ରାଜେଶ ସୂର୍ଯ୍ୟବଂଶୀ। ତାଙ୍କୁ ବାସାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏବେବି ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.