Below header

ବିରାଟ କୋହଲିଙ୍କ ଭଳି କ୍ରିକେଟର ହେବାକୁ ଚାହାନ୍ତି କୁନି ଝିଅ ମାକସୁମା, ବ୍ୟାଟିଂ ଷ୍ଟାଇଲ ଦେଖିଲେ ଉଡିଯିବ ହୋସ୍‌

ବିରାଟ କୋହଲିଙ୍କ ଭଳି ହେବାକୁ ଚାହାନ୍ତି ଲଦାଖର କୁନି ଝିଅ । ନିଜ ବ୍ୟାଟିଂ ଷ୍ଟାଇଲରେ କିଣିନେଇଛନ୍ତି ସମସ୍ତଙ୍କ ମନ। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ କୁନି ଝିଅ କିଭଳି ବିରାଟଙ୍କ ଷ୍ଟାଇଲରେ ବ୍ୟାଟିଂ କରୁଛନ୍ତି, ତାହା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଲଦାଖା ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି।

ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଲଦାଖର ଏକ ସ୍କୁଲର ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀ ମାକସୁମା ବିରାଟଙ୍କ ଷ୍ଟାଇଲରେ ବ୍ୟାଟିଂ କରୁଛନ୍ତି। ବିରାଟଙ୍କ ଭଳି କ୍ରିକେଟ କ୍ରିକେଟର ହେବାକୁ ଇଚ୍ଛା ରଖିଥିବା ମାକସୁମାଙ୍କୁ ଘରେ ବାପା ମା ଏବଂ ସ୍କୁଲରେ ଶିକ୍ଷକ କ୍ରିକେଟ ଶିଖାଇବାରେ ସାହାଯ୍ୟ କରୁଛନ୍ତି। କ୍ରିକେଟ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି।

ମାକସୁମା ବିରାଟଙ୍କର ବହୁତ ବଡ ଫ୍ୟାନ୍‌। ଆଉ ଟ୍ଵିଟରରେ ସେୟାର ହୋଇଥିବା ଭିଡିଓରେ ଆପଣ ଶୁଣି ନିଶ୍ଚିତ ଅନୁମାନ କରିପାରୁଥିବେ। ଚୁଡିଦାର ସାଙ୍ଗକୁ ହିଜାବ ବାନ୍ଧି ଖେଳିବା କଷ୍ଟକର ଥିଲେ ବି ଭିଡିଓରେ ଦେଖନ୍ତୁ କିଭଳି ଏକ୍ସପର୍ଟ ଖେଳାଳିଙ୍କ ଭଳି ଶଟ୍ ମାରୁଛନ୍ତି ମାକସୁମା। କିଭଳି ସ୍କୁଲର ପଡିଆ ବାହାରକୁ ଜବରଦସ୍ତ ସଟ୍‌ ମାରୁଛି, ତାହା ଭିଡିଓରେ ନିଶ୍ଚିତ ଦେଖିପାରିବେ।

ଏହି ଭିଡ଼ିଓରେ ବିରାଟ କୋହଲିଙ୍କ ପରି ଖେଳାଳି ହେବାକୁ ଚାହୁଁଛନ୍ତି । କେବଳ ସେତିକି ନୁହେଁ, ଧୋନିଙ୍କ ଭଳି ହେଲିକପ୍ଟର ସଟ୍‌ ଖେଳିବାକୁ ଇଚ୍ଛା ମଧ୍ୟ ରଖିଛନ୍ତି ମାକସୁମା। ଏହାକୁ ନେଇ ମାକସୁମା କହିଛନ୍ତି, ‘ମୁଁ ପିଲା ବେଳୁ ଖେଳୁଛି, ହେଲିକପ୍ଟର ସଟ୍‌ ମଧ୍ୟ ଶିଖୁଛି।ମୁଁ ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛି। ମୁଁ ବିରାଟଙ୍କର ବହୁତ ବଡ ଫ୍ୟାନ୍‌।

ତେବେ ଟ୍ଵିଟରରେ ଭାଇରଲ ହେଉଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ୧,୨୦୦ ଅଧିକ ଲାଇକ ମିଳିଲାଣି। ଅନେକ ୟୁଜର୍ସ ପିଲାଟିର ବ୍ୟାଟିଂ ଷ୍ଟାଇଲ ଦେଖି କମେଣ୍ଟ ମଧ୍ୟ ଦେଉଛନ୍ତି।

Also Read : ଡିସେମ୍ବର ୧୬ରେ ଆଇପିଏଲ୍‌ ୨୦୨୩ ପାଇଁ ହେବ ନିଲାମୀ ପ୍ରକ୍ରିୟା, ପୁଣି ପୁରୁଣା ଫର୍ମାଟରେ ଖେଳାଯିବ ମ୍ୟାଚ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.