‘ମୋ କର୍ମଚାରୀ ମୋ ପରିବାର’…ଦୀପାବଳି ଅବସରରେ ନିଜ ଷ୍ଟାଫ୍‌ମାନଙ୍କୁ ଦାମୀ କାର୍‌ ଓ ବାଇକ୍‌ ଭେଟି ଦେଲେ ଏହି ବ୍ୟବସାୟୀ!

ଦୀପାବଳି ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ମଉକାରେ ଅନେକ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ବୋନସ୍‌ ବି ଦେଇ ସାରିଛନ୍ତି। ଏମିତିରେ ଟିକିଏ ଭାବନ୍ତୁ ତ ଯଦି କୌଣସି କର୍ମଚାରୀଙ୍କୁ ଦୀପାବଳି ଉପହାରରେ କାର କିମ୍ବା ବାଇକ୍‌ ମିଳେ, ତା’ ହେଲେ କ’ଣ ହେବ? ଏବେ ଠିକ୍‌ ଏମିତି ହିଁ ମାମଲା ଦେଖିବାକୁ ମିଳିଛି ତାମିଲନାଡ଼ୁର ଚେନ୍ନାଇରେ। ଏଠାରେ ଜଣେ ବ୍ୟବସାୟୀ ନିଜର ସହକର୍ମୀ ଏବଂ ବାକି ଷ୍ଟାଫ୍‌ମାନଙ୍କୁ ଦୀପାବଳି ଅବସରରେ ଉପହାର ଭେଟି ଦେଇଛନ୍ତି। ବ୍ୟବସାୟୀ ଜଣକ ମୋଟ ୧ କୋଟି ୨୦ ଲକ୍ଷ ଟଙ୍କାରେ କାର୍‌ ଓ ବାଇକ୍‌ ବାଣ୍ଟିଛନ୍ତି। ଏହି କାର୍‌ ଓ ବାଇକ୍‌ଗୁଡ଼ିକୁ ଦିଓ୍ଵାଲି ଗିଫ୍ଟ ରୂପେ କର୍ମଚାରୀଙ୍କୁ ଦିଆଯାଇଛି।

ଖବର ମୁତାବକ, ଜୟନ୍ତୀ ଲାଲ ଜୟନ୍ତୀ ଅଳଙ୍କାର ଦୋକାନର ମାଲିକ। ସେ ୮ କାର୍‌ ଏବଂ ୧୮ ବାଇକ୍‌ ନିଜ ଷ୍ଟାଫ୍‌ମାନଙ୍କୁ ଦୀପାବଳି ଉପହାର ଭେଟି ଦେଇଛନ୍ତି। ଷ୍ଟାଫ୍‌ମାନେ ଉପହାରରେ କାର୍‌ ଓ ବାଇକ୍‌ ପାଇ ବହୁତ ଖୁସି ଅଛନ୍ତି। କିଛି ଲୋକ ଏତେ ଦାମୀ ଉପହାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଆଉ କିଛି ଲୋକ ଭାବୁକ ହୋଇ ପଡ଼ିଥିଲେ। ଜୟନ୍ତୀ ଲାଲ କହିଛନ୍ତି କି, ମୋ ଷ୍ଟାଫ୍‌ ପ୍ରତ୍ୟେକ ପରିସ୍ଥିତିରେ କାମ କରିଛନ୍ତି। ପରିସ୍ଥିତି ଯେମିତି ବି ହେଉ ନା କାହିଁକି, ସେମାନେ ସବୁବେଳେ ମୋ ସାଥୀରେ ରହିଛନ୍ତି।

ଜୟନ୍ତୀ ଲାଲ ଏ ବିଷୟରେ କହିଥିଲେ ଯେ ମୋ ଷ୍ଟାଫ୍‌ମାନଙ୍କ ଚେହେରାରେ ଖୁସି ଦେଖିଲେ ମୋତେ ଖୁସି ମିଳିଥାଏ। ଜୟନ୍ତୀଙ୍କ କହିବା ହେଲା, କର୍ମଚାରୀମାନେ ତାଙ୍କ ବେପାରକୁ ବଢ଼ାଇବାରେ ମୁଖ୍ୟ ଯୋଗଦାନ ଦେଇଛନ୍ତି ଏବଂ ସବୁ ଭଲ ମନ୍ଦ ପରିସ୍ଥିତିରେ ତାଙ୍କ ସହିତ ଅଛନ୍ତି। ଏମିତିରେ ସେ ବେପାରରେ ଲାଭ ହାସଲ କରି ଥାଆନ୍ତି। ସେ ଆହୁରି କହିଥିଲେ କି, ବିଜନେସ୍‌ରେ ସବୁଠାରୁ ମଜଭୁତ ସ୍ତମ୍ଭ ହେଉଛନ୍ତି ତାଙ୍କ କର୍ମଚାରୀ। ଏହି କାରଣରୁ ସେ ଜଣେ ସଫଳ ବିଜନେସ୍‌ମ୍ୟାନ।

ଜୟନ୍ତୀ ଲାଲ କହିଛନ୍ତି, ମୋ କର୍ମଚାରୀ ମୋ ପରିବାର। ମୁଁ ସେମାନଙ୍କୁ ଉପହାର ଦେଇ ପରିବାର ସଦସ୍ୟଙ୍କ ଭଳି ଟ୍ରିଟ୍‌ କରିବାକୁ ଚାହୁଁଛି। କହି ରଖୁଛୁ ଯେ ଉପହାରରେ କାର୍‌ ଓ ବାଇକ୍‌ ମିଳିବା ପରେ ସମସ୍ତ କର୍ମଚାରୀ ଖୁସି ଅଛନ୍ତି ଏବଂ କିଛି ଜଣ ଭାବୁକ ହୋଇ ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.