ବିଜେପିର ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହ ପରଲୋକ, ଆଉଥରେ ହେବ ନିର୍ବାଚନ !
ବିଜେପିର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତେବେ କୁଅଁର ସର୍ବେଶ କୁମାର ସିଂହଙ୍କ ମୃତ୍ୟୁ ହୋଇଯାଇଥିବାରୁ ଏହି ଆସନରେ ପୁଣି ଥରେ ନିର୍ବାଚନ ହେବ ।

ବିଜେପିର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମତଦାନର ଗୋଟେ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ଭୂପେନ୍ଦ୍ର ଚୌଧୁରୀ ଜଣାଇଥିଲେ । ତାଙ୍କ ମୃତ୍ୟୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ଅନେକ ନେତା ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ମୋଦି ଲେଖିଛନ୍ତି, କୁଅଁର ସର୍ବେଶ ସିଂଙ୍କ ଅସାମୟିକ ନିଧନରେ ଅତ୍ୟନ୍ତ ଦୁଃଖିତ । ଅମିତ ଶାହ ମଧ୍ୟ ତାଙ୍କ ନିଧନରେ ଦୁଃଖ ପ୍ରକାଶ କରି ପରିଜନଙ୍କୁ ଆଶ୍ୱସନା ଦେଇଛନ୍ତି ।
Prime Minister Narendra Modi tweets, “I am deeply saddened by the untimely demise of BJP candidate from Moradabad Lok Sabha seat and former MP Kunwar Sarvesh Singh ji. He remained dedicated to public service and social service till his last breath. His demise is an irreparable… pic.twitter.com/qiUoRi7mry
— ANI (@ANI) April 20, 2024
କୁଅଁର ସର୍ବେଶ କୁମାର ସିଂହଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତା’ ସହିତ ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
मुरादाबाद लोकसभा क्षेत्र से भाजपा प्रत्याशी एवं पूर्व सांसद कुंवर सर्वेश सिंह जी के निधन से स्तब्ध हूं। ये भाजपा परिवार के लिए अपूरणीय क्षति है।
मेरी संवेदनाएं शोक संतप्त परिजनों के साथ हैं।
प्रभु श्री राम से प्रार्थना है कि दिवंगत आत्मा को अपने श्री चरणों में स्थान तथा…
— Yogi Adityanath (मोदी का परिवार) (@myogiadityanath) April 20, 2024
ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶୁକ୍ରବାର ହୋଇଥିଲା । ଏହି ପର୍ଯ୍ୟାୟରେ ସାରା ଦେଶରେ ମୋଟ ୧୦୨ଟି ଆସନରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ତା’ ମଧ୍ୟରେ ମୋରାଦାବାଦ ଲୋକସଭା ଆସନ ମଧ୍ୟ ଥିଲା । ତେବେ କୁଅଁର ସର୍ବେଶ କୁମାର ସିଂହଙ୍କ ମୃତ୍ୟୁ ହୋଇଯାଇଥିବାରୁ ଏହି ଆସନରେ ପୁଣି ଥରେ ନିର୍ବାଚନ ହେବ ।
୨୦୧୪ ମସିହାରେ ସେ ମୋରାଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ପରାଜିତ ହୋଇଥିବା ବେଳେ ଏଥର ପୁଣି ପ୍ରାର୍ଥୀ ହୋଇଥିଲେ । ସେ ୫ ଥର ବିଜେପି ଟିକେଟରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।