ମିଥୁନ ରାଶିରେ ପ୍ରବେଶ କଲେ ମଙ୍ଗଳ ଗ୍ରହ, ମାସକ ଭିତରେ ମାଲେମାଲ ହେବେ ଏହି ରାଶିର ଲୋକ

ଆଜିଠାରୁ ମଙ୍ଗଳ ଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛନ୍ତି । ମଙ୍ଗଳ ଗ୍ରହ ମିଥୁନ ରାଶିରେ ଗୋଚର କରିବା ସବୁ ରାଶି ଉପରେ ଶୁଭଫଳ ପକାଇବ। ମଙ୍ଗଳ ମିଥୁନ ରାଶିରେ ୧୩ ନଭେମ୍ବର ପର୍ଯ୍ୟନ୍ତ ରହିବେ। ସାହାସ, ପରାକ୍ରମ, ଭୂମି, ବିବାହ କାରକ ମଙ୍ଗଳ ମିଥୁନ ରାଶିରେ ଗୋଚର କରିବା କେତେକ ରାଶି ଉପରେ ବେଶ୍‌ ପ୍ରଭାବ ପକାଇବ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସେନାପତି ବୋଲି କୁହାଯାଏ। କୁଣ୍ଡଳୀରେ ଯଦି ମଙ୍ଗଳ ଅଶୁଭ ହୋଇଯାଆନ୍ତି, ତେବେ ଜୀବନରେ ଅନେକ ପ୍ରକାର ସମସ୍ୟା ଆସିଥାଏ। ସେହିପରି ଶୁଭ ମଙ୍ଗଳ ଜୀବନରେ ଖୁସି ଭରିଦିଏ। ତେବେ ମଙ୍ଗଳ ଗୋଚର ହେବା କେଉଁ ରାଶିରେ ଶୁଭ ପ୍ରଭାବ ପଡିବ ଜାଣନ୍ତୁ…

ମେଷ ରାଶି : ମଙ୍ଗଳ ଗୋଚର ମେଷ ରାଶିର ଜାତକଙ୍କ ପାଇଁ ବେଶ୍‌ ଶୁଭଫଳ ଦେବ। କାର୍ଯ୍ୟସ୍ଥଳରେ ଆପଣଙ୍କର ଉର୍ଜା ଏବଂ କାମ ପ୍ରତି ଲକାଗ୍ରତା ବୃଦ୍ଧି ପାଇବ। ଏହାଦ୍ୱାରା ପ୍ରଶଂସା ଏବଂ ପ୍ରମୋସନର ବାଟ ମଧ୍ୟ ଖୋଲିବ। ଧନ ଲାଭ ହେବ। କିନ୍ତୁ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ।

ସିଂହ ରାଶି : ସିଂହ ରାଶିର ବ୍ୟକ୍ତିତ୍ୱଙ୍କ ପାଇଁ ମିଥୁନ ରାଶିରେ ମଙ୍ଗଳ ପ୍ରବେଶ କରିବା ବେଶ୍‌ ଶୁଭଫଳ ପ୍ରଦାନ କରିବ। ମଙ୍ଗଳ ରାଶି ପରିବର୍ତ୍ତନ କରିବା ଦ୍ୱାରା ଇଚ୍ଛା ପୂରଣ ହେବ। ବାଧାପ୍ରାପ୍ତ ହୋଇଥିବା କାମ ପୁଣି ହୋଇଯିବ। ଆର୍ଥିକ ଭାବେ ଉନ୍ନତି ମିଳିବ। ଉର୍ଜା ମିଳିବ। ବୈବାହିତ ଜୀବନ ଭଲରେ ଅତିବାହିତ ହେବ। ପାର୍ଟନର ସହିତ ରୋମାଣ୍ଟିକ ସମୟ ବିତାଇପାରିବେ।

କନ୍ୟା ରାଶି : ମଙ୍ଗଳ ରାଶି ପରିବର୍ତ୍ତନ କରିବା ଦ୍ୱାରା କନ୍ୟା ରାଶିର ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇବ। ସେମାନେ କ୍ୟାରିଆରେ ଜବରଦସ୍ତ ଲାଭ ପାଇବେ। ପ୍ରମୋସନ ମିଳିବ। ଆୟ ବଢିବ। ଧନ ଲାଭ ହେବ। ଘରେ ସମସ୍ତଙ୍କ ସହିତ ସଂପର୍କ ଭଲ ରହିବ।

ମକର ରାଶି : ମଙ୍ଗଳ ଗୋଚର ମକର ରାଶିରେ ଭଲ ପ୍ରଭାବ ପକାଇବ। କାର୍ଯ୍ୟକ୍ଷେତ୍ରରେ ବଡ ସଫଳତା ମିଳିବ। ବିଦ୍ୟାର୍ଥୀ ପଢାରେ ଭଲ କରିବେ। ବେପାରରେ ଭଲ ନିର୍ଣ୍ଣୟ ନେବେ। ବେପାର ବଢିବା ଯୋଗୁଁ ଖୁସି ଏବଂ ଲାଭ ମଧ୍ୟ ମିଳିବ। ପଇସା ଆସିବାର ନୂଆ ରାସ୍ତା ଖୋଲିବ।

ମୀନ ରାଶି : ମୀନ ରାଶିର ବ୍ୟକ୍ତିତ୍ୱଙ୍କ ଜୀବନରେ ଆର୍ଥିକ ସମୃଦ୍ଧି ହେବ। ଭୂମି ଏବଂ ଘର ଲାଭ ହେବ। ବେପାର ବଢିବ। ଯଦି ବେପାରକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଭଲ। ପରିବାରର ସମସ୍ତଙ୍କ ସହଯୋଗ ମିଳିବ। ବୈବାହିକ ଲୋକଙ୍କ ପାଇଁ ଜୀବନ ଭଲରେ ଅତିବାହିତ ହେବ।

Also Read : ଶୁକ୍ରଦେବ ଏହି ରାଶି ଉପରେ କରନ୍ତି ବିଶେଷ କୃପା, ଫିଲ୍ମ ଏବଂ ମିଡିଆ କ୍ଷେତ୍ରରେ କମାଇଥାନ୍ତି ବେଶ୍‌ ନାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.